Posted inଜାତୀୟ

ଭୋଜଶାଳାରେ ସରସ୍ବତୀ ମନ୍ଦିର ଥିଲା: ହାଇକୋର୍ଟ

ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍‌ଜିଦ ନିର୍ମାଣ ଲାଗି ଜିଲାରେ ବିକଳ୍ପ ଜମି ଯୋଗାଇଦେବା ପାଇଁ ମୁସଲମାନ ସମ୍ପ୍ରଦାୟ ରାଜ୍ୟ ସରକାରଙ୍କୁ ନିବେଦନ କରିପାରିବେ ବୋଲି ହାଇକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଭୋଜଶାଳା ମନ୍ଦିର-କମଲ ମୌଲା ମସ୍‌ଜିଦ କମ୍ପ୍ଲେକ୍ସ ବିବାଦ ଉପରେ ରାୟ ଦେଇ ହାଇକୋର୍ଟ କହିଛନ୍ତି, ସେଠାରେ ସଂସ୍କୃତ ଶିକ୍ଷାକେନ୍ଦ୍ର ଏବଂ ଦେବୀ ସରସ୍ବତୀଙ୍କ ମନ୍ଦିର ଥିବାର ସଙ୍କେତ ମିଳିଛି।
ଜିଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦ୍ୱାରା ସୁରକ୍ଷିତ କୀର୍ତ୍ତିରାଜିର ଧର୍ମୀୟ ସ୍ବରୂପକୁ ନେଇ ବିବାଦ ରହିଆସିଛି। ହିନ୍ଦୁମାନେ ଭୋଜଶାଳାକୁ ବାଗ୍‌ଦେବୀ (ଦେବୀ ସରସ୍ବତୀ)ଙ୍କ ମନ୍ଦିର ବିବେଚନା କରୁଥିବାବେଳେ ମୁସଲମାନ ପକ୍ଷ ଏହାକୁ କମଲ ମୌଲା ମସ୍‌ଜିଦ କୀର୍ତ୍ତିରାଜି ବୋଲି କହିଆସୁଛନ୍ତି। ଅନ୍ୟପକ୍ଷରେ ଉକ୍ତ ବିବାଦୀୟ କମ୍ପ୍ଲେକ୍ସ ମଧ୍ୟଯୁଗର ଏକ ଜୈନ ମନ୍ଦିର ବୋଲି ପିଟିଶନ ଦାଏର କରିଥିବା ଜୈନ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଦାବି କରିଛନ୍ତି। ବିବାଦ ଜୋର୍‌ ଧରିବା ପରେ ଏଏସ୍‌ଆଇ ୨୦୦୩ ଏପ୍ରିଲ ୭ରେ ଏକ ନିର୍ଦ୍ଦେଶନାମା ଜାରି କରି ହିନ୍ଦୁମାନେ ପ୍ରତି ମଙ୍ଗଳବାରେ ସେଠାରେ ପୂଜା କରିବାକୁ ଏବଂ ମୁସଲମାନମାନେ ପ୍ରତି ଶୁକ୍ରବାର ନମାଜ ପାଠ କରିବାକୁ ଅନୁମତି ଦେଇଥିଲା। ହିନ୍ଦୁ ପକ୍ଷ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ କମ୍ପ୍ଲେକ୍ସରେ ଏକଚାଟିଆ ପୂଜା କରିବା ଅଧିକାର ଦାବି କରିଥିଲେ। ଗତ ଏପ୍ରିଲ ୬ରୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍‌ ଏହାର କ୍ରମାଗତ ଶୁଣାଣି ଆରମ୍ଭ କରିଥିଲେ। ଧର୍ମବିଶ୍ୱାସ, ଐତିହାସିକ ଦାବି, କମ୍ପ୍ଲେକ୍ସର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସବୁପକ୍ଷଙ୍କ ଯୁକ୍ତି ଶୁଣିବା ସହ ବିବାଦୀୟ କୀର୍ତ୍ତିରାଜି ସମ୍ପର୍କିତ ଦସ୍ତାବିଜ୍‌ଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଗତ ୧୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri