Posted inଖେଳ

ମୁମ୍ୱାଇ ଇଣ୍ଡିଆନ୍ସ ଆଗରେ ୨୦୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ଧର୍ମଶାଳା,୧୪ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିଛନ୍ତି। ଶାର୍ଦ୍ଦୁଳ ଠାକୁରଙ୍କ ୪ ଉଇକେଟ ସଫଳତା ସତ୍ତ୍ୱେ ପଞ୍ଜାବ ପ୍ରତିପକ୍ଷ ମୁମ୍ୱାଇ ସମ୍ମୁଖରେ ୨୦୧ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଧାର୍ଯ୍ୟ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ଯୋଗୁ ଯଶପ୍ରୀତ ବୁମରା ଏହି ମ୍ୟାଚ୍‌ରେ ମୁମ୍ୱାଇ ଦଳର ନେତୃତ୍ୱ ଭାର ନେଇଛନ୍ତି।

ବୁମରା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକି ଚଳିତ ଆଇପିଏଲ୍‌ରେ ଟ୍ରେଣ୍ଡ ପାଲଟିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନ ସିଂଙ୍କ ଓପନିଂ ଯୋଡ଼ି ଅର୍ଦ୍ଧଶତକୀୟ ଆରମ୍ଭ ଦେଇଥିଲା। ଦଳୀୟ ସ୍କୋର ୫୦ ହୋଇଥିବା ବେଳେ ପ୍ରିୟାଂଶ (୨୨ ରନ, ୧୭ ବଲ, ୪ ଚୌକା) ପ୍ରଥମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ।

ନଂ.୩ରେ ଆସିଥିବା କୁପର କନୋଲିଙ୍କ ସହ ପ୍ରଭସିମରନ ମିଶି ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଡ଼ିଥିଲେ। ଶାର୍ଦ୍ଦୁଳ ଠାକୁରଙ୍କ ୧୨ତମ ଓଭରରେ ଅର୍ଦ୍ଧଶତକ ପୂରଣ କରିସାରିଥିବା ପ୍ରଭସିମରନ (୫୭ ରନ, ୩୨ ବଲ, ୬ ଚୌକା ଓ ୪ ଛକା)ଙ୍କୁ ଆଉଟ୍‌ କରିବା ପରେ ପଞ୍ଜାବର ମିଡିଲ୍‌ ଅର୍ଡର ତାସଘର ଭଳି ଭୁଷୁଡ଼ି ଯାଇଥିଲା।

୧୧ ଓଭର ସୁଦ୍ଧା ପଞ୍ଜାବ ୧୦୭/୧ ସ୍କୋର କରିଥିବା ପଞ୍ଜାବ ୧୬.୨ ଓଭରରେ ୧୪୦ ରନରେ ୭ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ଶ୍ରେୟସ ଆୟାର (୪), ସୂର୍ଯ୍ୟଂଶ ଶେଡଗେ (୮), ଶଶାଙ୍କ ସିଂ (୨) ଓ ମାର୍କୋ ଜାନସେନ (୨) ଫେଲ୍‌ ମାରିଥିବା ବେଳେ କଲୋନୀ ୨୧ ରନ କରି ଆଉଟ୍‌ ହୋଇଥିଲେ।

ଶେଷ ଆଡ଼କୁ ଅଜମାତୁଲା ଓମାରଜାଇ ୧୭ ବଲରେ ଗୁରୁତ୍ୱପୂର୍ଣ୍ଣ ୩୮ (୨ ଚୌକା ଓ ୪ ଛକା) ରନ କରିଥିଲେ। ଅନ୍ତିମ ଦୁଇ ଓଭରରେ ବିଷ୍ଣୁ ବିନୋଦ (୧୫ ରନ, ୭ ବଲ, ୧ ଲେଖାଏ ଚୌକା ଓ ଛକା) ଓ ଜାଭିଅର ବାର୍ଟଲେଟ୍‌ (୧୮ ରନ, ୭ ବଲ, ୨ ଚୌକା ଓ ୧ ଛକା) ନବମ ଉଇକେଟରେ ୧୨ ବଲରେ ଦ୍ରୁତ ୩୪ ରନ ଯୋଡ଼ିଥିଲେ। ଫଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୦୦ ରନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri