Posted inଜାତୀୟ

ଡ୍ରୋନ୍‌ ମାଡ଼ରେ ବୁଡ଼ିଲା ଭାରତୀୟ ଜାହାଜ: ମଝି ସମୁଦ୍ରରେ ଘଟିଲା…

ନୂଆଦିଲ୍ଲୀ/ମସ୍କାଟ, ୧୫ା୫:ଓମାନ ଉପକୂଳ ନିକଟରେ ଏକ ଭାରତୀୟ ମାଲବାହୀ ଜାହାଜ ‘ହାଜି ଅଲ୍ଲୀ’ ଉପରେ ସନ୍ଦିଗ୍ଧ ଡ୍ରୋନ୍‌ କିମ୍ବା ମିଶାଇଲ ମାଡ଼ ହେବା ଫଳରେ ଏହା ସମୁଦ୍ରରେ ବୁଡ଼ିଯାଇଛି। ଏହି ଭୟଙ୍କର ଆକ୍ରମଣରୁ ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ ନାବିକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓମାନ କର୍ତ୍ତୃପକ୍ଷ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଭାରତ ସରକାର ଏହି ଘଟଣାକୁ ଅତି ନିନ୍ଦନୀୟ ଓ ‘ଅଗ୍ରହଣୀୟ’ ବୋଲି ଅଭିହିତ କରିଛନ୍ତି। ବୁଧବାର ଭୋର ପ୍ରାୟ ୩:୩୦ ସମୟରେ ଓମାନର ଉତ୍ତର ଉପକୂଳ ‘ଲିମା’ ନିକଟରେ ଏହି ଆକ୍ରମଣ ହୋଇଥିଲା। ଗୁଜରାଟର ଦେବଭୂମି ଦ୍ୱାରକା ଜିଲା ସଲାୟା ବନ୍ଦରରେ ପଞ୍ଜୀକୃତ ଏହି ଜାହାଜଟି ସୋମାଲିଆରୁ ଶାରଜା ଅଭିମୁଖେ ଗୋରୁ ନେଇ ଯାଉଥିଲା। ଜାହାଜଟି ଗତି କରୁଥିବା ସମୟରେ ଏକ ଅଜ୍ଞାତ ବିସ୍ଫୋରକ ବସ୍ତୁ (ସନ୍ଦିଗ୍ଧ ଡ୍ରୋନ୍‌) ଏହାକୁ ଧକ୍କା ଦେଇଥିଲା। ଫଳରେ ଜାହାଜରେ ନିଅଁା ଲାଗିଯାଇଥିଲା ଏବଂ ଭାରସାମ୍ୟ ହରାଇ ଏହା ସମୁଦ୍ରରେ ବୁଡ଼ିବାକୁ ଲାଗିଥିଲା।
ନିଅଁା ଚାରିଆଡ଼େ ବ୍ୟାପିଯିବା ପୂର୍ବରୁ ଜାହାଜର ୧୪ ଜଣ ଯାକ ନାବିକ ତୁରନ୍ତ ‘ଡିଷ୍ଟ୍ରେସ୍‌ ସିଗନାଲ’ ପଠାଇବା ସହ ଲାଇଫ୍‌ ସପୋର୍ଟ ସାହାଯ୍ୟରେ ଜାହାଜରୁ ବାହାରି ଆସିଥିଲେ। ଓମାନ କୋଷ୍ଟ ଗାର୍ଡ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ‘ଦୀବା’ ବନ୍ଦରକୁ ନେଇ ଆସିଥିଲେ। ଜାହାଜ ମାଲିକ ସୁଲତାନ ଅହମ୍ମଦ ସାଙ୍ଘାର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ସ୍ପଷ୍ଟ କରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ଏକ ଭାରତୀୟ ପତାକାଧାରୀ ଜାହାଜ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ବାଣିଜି୍ୟକ ଜାହାଜ ଏବଂ ସାଧାରଣ ନାବିକମାନଙ୍କୁ ଲଗାତର ଟାର୍ଗେଟ କରାଯାଉଥିବା ଘଟଣାକୁ ଆମେ ତୀବ୍ର ନିନ୍ଦା କରୁଛୁ।’
ଗୋଟିଏ ସପ୍ତାହ ମଧ୍ୟରେ ଗୁଜରାଟ ସହ ଜଡ଼ିତ ଏହା ଦ୍ୱିତୀୟ ଜାହାଜ, ଯାହା ସମୁଦ୍ରରେ ବୁଡ଼ିଛି। ଏହା ପୂର୍ବରୁ ‘ଅଲ ଫୈଜ ନୁର ସୁଲେମାନୀ-୧’ ନାମକ ଅନ୍ୟ ଏକ ଜାହାଜ ହର୍ମୁଜ ପ୍ରଣାଳୀରେ ଚାଲିଥିବା ଆଞ୍ଚଳିକ ସଂଘର୍ଷ ଯୋଗୁ ବୁଡ଼ି ଯାଇଥିଲା। ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୋଗୁ ମଧ୍ୟରେ ଏହି ଆକ୍ରମଣ ଭାରତୀୟ ବ୍ୟବସାୟୀ ଓ ଜାହାଜ ମାଲିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତୀୟ ସେଲିଂ ଭେସେଲ୍ସ ଆସୋସିଏଶନ ସାଧାରଣ ସମ୍ପାଦକ ଆଦମ ଭାୟା ଉଦ୍ଧାର ହୋଇଥିବା ନାବିକମାନଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଓମାନ କର୍ତ୍ତୃପକ୍ଷ ଏହି ଆକ୍ରମଣ ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଜାରି ରଖିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri