Posted inଜାତୀୟ

ମୌସୁମୀ ଆଗମନ ନେଇ IMDର ବଡ଼ ଆକଳନ: ୨୬ରେ ଛୁଇଁବ କେରଳ

ନୂଆଦିଲ୍ଲୀ,୧୫।୫: ଭାରତୀୟ ପାଣିପାଗ ବିଭାଗ(IMD) ଏକ ବଡ଼ ଆକଳନ କରିଛି। ଆସନ୍ତା ମେ’ ୨୬ କିମ୍ବା ୨୭ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହା ଦେଶବାସୀ ଏବଂ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ।

ଆସନ୍ତା ମେ’ ୨୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ଆକଳନ କରାଯାଇଛି। ସ୍ବାଭାବିକ ସମୟ ଅର୍ଥାତ୍‌ ଜୁନ ୧ ତାରିଖର ପ୍ରାୟ ୬ ଦିନ ପୂର୍ବରୁ ମୌସୁମୀ ଭାରତରେ ପ୍ରବେଶ କରିବାକୁ ଯାଉଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହି ଆକଳନରେ ପ୍ଲସ କିମ୍ବା ମାଇନସ ୪ ଦିନ ତ୍ରୁଟି ମାର୍ଜିନ ରହିଥାଏ, ଯାହାର ଅର୍ଥ ମେ’ ୨୨ରୁ ୩୦ତାରିଖ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ ବୋଲି କୁହାଯାଇଛି।

ଭାରତୀୟ ପାଣିପାଗ ବିଭାଗ ୨୦୦୫ରୁ ଏକ ସ୍ବତନ୍ତ୍ର ପରିସଂଖ୍ୟାନ ମଡେଲ ବ୍ୟବହାର କରି କେରଳରେ ମୌସୁମୀ ଆଗମନର ସଠିକ ଆକଳନ କରିଆସୁଛି। ଭାରତ ମହାସାଗର, ପ୍ରଶାନ୍ତ ମହାସାଗରର ପବନର ଗତିପଥ ଏବଂ ଉତ୍ତର-ପଶ୍ଚିମ ଭାରତର ତାପମାତ୍ରାକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର.ଜି କର ବଳାତ୍କାର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ପୋଲିସ କମିଶନର ବିନୀତ ଗୋୟଲଙ୍କ ସମେତ ତିନି ଜଣ ଅଧିକାରୀଙ୍କୁ ନିଲମ୍ବନ

କୋଲକାତା,୧୫।୫: ବଙ୍ଗଳାରେ ନୂଆ ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ହାଇପ୍ରୋଫାଇଲ ଆର.ଜି. କର ମାମଲା ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ…

ଇଶାନଙ୍କୁ ୧ କୋଟି ଟଙ୍କାର ଚେକ୍‌ ଦେଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୫।୫: ବିସ୍ଫୋରକ ବ୍ୟାଟସମ୍ୟାନ ଇଶାନ କିଷାନ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟଛନ୍ତି। ଏହି ସମୟରେ ସମ୍ରାଟ ଚୌଧୁରୀ ପାଟନାର ବାସିନ୍ଦା ଇଶାନ କିଷାନଙ୍କୁ…

ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଦାବିପତ୍ରରେ ଭୂମିହୀନଙ୍କୁ…

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶୁକ୍ରବାର ଅଲ୍‌ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ଏହି ୫ ରାଶି ଉପରେ ପଡିବ ଶନିଙ୍କ କୃପା, ହେବେ ମାଲାମାଲ!

୧୭ ମେ ୨୦୨୬ରେ ଶନିଙ୍କ ରେବତୀ ନକ୍ଷତ୍ରରେ ପ୍ରବେଶ ନୂତନ କ୍ୟାରିଅର ଏବଂ ଆର୍ଥିକ ସୁଯୋଗ ଆଣିପାରେ। ଶନିଙ୍କ ବୁଧଙ୍କ ନକ୍ଷତ୍ରରେ ପ୍ରବେଶ ଚାକିରି, ବ୍ୟବସାୟ ଏବଂ…

କ୍ରିଷ୍ଣା ବିକାଶ ଗ୍ରୁପ୍‌ର ନୂଆ ରେକର୍ଡ: ସିବିିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆଦ୍ୟାଶା ସାହୁ ରାଜ୍ୟ ଟପ୍ପର

ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ସଦ୍ୟ ପ୍ରକାଶିତ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ ଅଧୀନ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଉଲ୍ଲେଖନୀୟ ସଫଳତା ହାସଲ କରିଛି।…

ଅଧାବାଟରେ ହଠାତ୍‌ ଆମ୍ବୁଲାନ୍ସରୁ ସରିଗଲା ତେଲ, ରୋଗୀ ମୃତ

କଟକ,୧୫।୫: କଟକ କାଠଯୋଡ଼ି ନିକଟରେ ବଡ଼ ଦୁର୍ଘଟଣା । ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ାରୁ ଭୁବନେଶର ରୋଗୀ ନେଇକି ଯାଉଥିବା…

୨ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ସେବା ଠପ୍‌, ଅସନ୍ତୋଷ ପ୍ରକାଶ କଲେ ଲୋକେ, ଏସଡିଓ କହିଲେ…

ଧର୍ମଶାଳା,୧୫।୫(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ଜାରକା ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖରା ଦିନ…

ଧରାପଡ଼ିଲେ କୁଖ୍ୟାତ ଗୋରୁ ମାଫିଆ

ନବରଙ୍ଗପୁର,୧୫।୫: ନବରଙ୍ଗପୁର ପୋଲିସ ଶୁକ୍ରବାର କୁଖ୍ୟାତ ଗୋରୁ ମାଫିଆ ସେକ୍‌ ଅଜିଜଙ୍କୁ ଧରିବାରେ ସଫଳ ହୋଇଛି। ସେକ୍‌ ଅଜିଜ ଘରେ ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri