କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ ହରାଇବା ସତ୍ତ୍ୱେ ଆଦୌ ବିଚଳିତ ନ ହେବା ସମସ୍ତଙ୍କୁ ଚକିତ କରିଛି। ବାହାର ରାଜ୍ୟ କମ୍ପାନୀର ଦଲାଲମାନେ ସମ୍ଭାଳୁଛନ୍ତି କେନ୍ଦୁପତ୍ର ବେପାର। ଏସିଆ ମହାଦେଶର ଉନ୍ନତମାନର କେନ୍ଦୁପତ୍ର କଳାହାଣ୍ଡି ଓ ବଲାଙ୍ଗୀର ବନାଞ୍ଚଳରେ ଦେଖିବାକୁ ମିଳେ। ତେଣୁ ଅଧିକ ଗୁଣବତ୍ତା ଥିବା କେନ୍ଦୁପତ୍ରକୁ ହାତେଇବା ପାଇଁ ପଶ୍ଚିମବଙ୍ଗ ଓ ଛତିଶଗଡ଼ର ବଡ଼ ବଡ଼ କମ୍ପାନୀ କଳାହାଣ୍ଡିରେ କାୟାବିସ୍ତାର କରୁଛନ୍ତି। ପରିତାପର ବିଷୟ, ବିଭିନ୍ନ ରେଞ୍ଜର କର୍ମଚାରୀ ସଂଗଠନ, ଜିଲା ସଂଘ କର୍ମକର୍ତ୍ତା ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତଭାବେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେନ୍ଦୁପତ୍ର ଡିଭିଜନ ଅଛି, ଅଧିକାରୀ ଓ କର୍ମଚାରୀ ଅଛନ୍ତି, କିନ୍ତୁ କେନ୍ଦୁପତ୍ର ବାହାରକୁ ଚାଲାଣ କ୍ଷେତ୍ରରେ ସେମାନେ ଯେପରି ଆଦୌ ଚିନ୍ତିତ ନୁହନ୍ତି। ଜିଏସ୍‌ଟିଠାରୁ ଆରମ୍ଭକରି ଅନ୍ୟ ଟାକ୍ସ ଫାଙ୍କି ଲୁଟ ଚାଲିଛି। ତଥାପି ଡିଏଫ୍‌ଓ ରାଜ୍ୟରେ ରାଜସ୍ବ ଆଦାୟରେ କଳାହାଣ୍ଡି ଭଲ ସ୍ଥିତିରେ ଅଛି କହି ଆତ୍ମସନ୍ତୋଷ ପାଉଛନ୍ତି। ଜିଲାର ଗାଁ ଗାଁରେ ଗ୍ରାମସଭା ନାଁରେ ଏକ ଆନ୍ତଃ ରାଜ୍ୟ କେନ୍ଦୁପତ୍ର ଲୁଟେରା ଦଳ କେବଳ ଫାଇଦା ନେଉଛନ୍ତି। ସବୁଜ ହୀରା କୁହାଯାଉଥିବା କେନ୍ଦୁପତ୍ର ଗୋଛାକଟାରୁ ଆରମ୍ଭ ହେଉଛି ଦୁଃଖର କାହାଣୀ। ବାହାର ରାଜ୍ୟର କିଛି ସଂସ୍ଥା ଅଗ୍ରିମ ଟଙ୍କା ଧରାଇ ବେପାରକୁ କବ୍‌ଜା କରୁଛନ୍ତି। ସରକାର କେନ୍ଦୁପତ୍ର ବିଭାଗ ହାତରେ ବେଆଇନ ଚାଲାଣ ହେଉଥିବା ଗାଡ଼ିକୁ ଜବତ କରିବାର କ୍ଷମତା ଦେଇନାହାନ୍ତି। କେବଳ ଟେରିଟୋରିଆଲ ବିଭାଗ ପାଖରେ କ୍ଷମତା ରହିଛି। ଅନେକ ସମୟରେ ଏହି ଦୁଇ ବିଭାଗ ମଧ୍ୟରେ ସମନ୍ବୟ ନ ଥିବା କାରଣରୁ ଅବାଧରେ କେନ୍ଦୁପତ୍ର ବାହାର ରାଜ୍ୟକୁ ଯାଉଥିବା କୁହାଯାଇଛି। ସରକାରୀ ଭାବେ ୨୦ କେନ୍ଦୁପତ୍ରକୁ ୧ ଟଙ୍କା ୬୦ ପଇସା ଥିବାବେଳେ କମ୍ପାନୀ ଦଲାଲ ୫୦ପତ୍ରକୁ ୬ ଟଙ୍କା ଦେଇ ଲୋଭ ଦେଖାଉଛନ୍ତି। କଳାହାଣ୍ଡି ଜିଲାରେ ଗ୍ରାମସଭା ଦ୍ୱାରା କେନ୍ଦୁପତ୍ର କିଣାରେ ବହୁ କୋଟି ଟଙ୍କାର ହେରଫେର ହେଉଥିବା ଓ ଏଥିରେ ଆନ୍ତଃ ରାଜ୍ୟ କେନ୍ଦୁପତ୍ର ମାଫିଆ ସାମିଲ ଥିବା ସରକାର ଜାଣିଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ। କେନ୍ଦୁପତ୍ର ବିଭାଗ ଦ୍ୱାରା କେଉଁ ଗୋଷ୍ଠୀ କେତେ ପରିମାଣର ଗୋଛା କାଟିବାଠାରୁ କେନ୍ଦୁପତ୍ର ତୋଳିବେ ନିର୍ଦ୍ଧାରଣ କରାଯାଇନାହିଁ। ଏପରି କି ମ୍ୟାପ ଠିକ୍‌ ଭାବେ ପ୍ରସ୍ତୁତ କରାଯାଉନାହିଁ। ଫଳରେ ସବୁଜ ହୀରାର ଏହି କଳା କାରବାରରେ ସାଧାରଣ ଲୋକେ ମୋହରା ସାଜିଥିବାବେଳେ ଗ୍ରାମସଭା କମିଟି ଆନ୍ତଃ ରାଜ୍ୟ କେନ୍ଦୁପତ୍ର ମାଫିଆଙ୍କ ହାତବାରିସି ସାଜିଛନ୍ତି। ଚଳିତ ବର୍ଷ ରାଜ୍ୟ ବାହାରକୁ ବହୁ କୋଟି ଟଙ୍କାର କେନ୍ଦୁପତ୍ର ଚାଲାଣ ଚାଲିଛି। ବାସ୍ତବିକ ରାଜ୍ୟ ବାହାରକୁ କେନ୍ଦୁପତ୍ର ଚାଲାଣବେଳେ ଟ୍ରାଞ୍ଜିଟ୍‌ ପର୍‌ମିଟ ନ ଥାଇ କିପରି ସବୁ ସମ୍ଭବ ହୋଇପାରୁଛି ତାହା ପ୍ରଶ୍ନବାଚୀ। ବିଭିନ୍ନ ବନାଞ୍ଚଳରୁ କେନ୍ଦୁପତ୍ର ବିଭାଗର ଅଗୋଚରରେ କେତେ ପରିମାଣର କେନ୍ଦୁପତ୍ର କିଣାଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି ତା’ର ଠିକ୍‌ ତଥ୍ୟ ବିଭାଗ ନିକଟରେ ନାହିଁ। କଳାହାଣ୍ଡି ଜିଲା କେନ୍ଦୁପତ୍ର ଡିଭିଜନରେ ୬ଟି ରେଞ୍ଜ ଥିବାବେଳେ ୪ଟିରେ ରେଞ୍ଜର ପଦବୀ ଖାଲିପଡ଼ିଛି। ରାଜ୍ୟ ଜଙ୍ଗଲ ବିଭାଗ କଳାହାଣ୍ଡି ଜିଲାର ପ୍ରାୟ ୬୧ହଜାର ତୋଳାଳିଙ୍କ ଜୀବନ ଜୀବିକାରେ କିଭଳି ଉନ୍ନତି ଘଟିବ ଏବଂ ବାହାର କମ୍ପାନୀ ଦଲାଲଙ୍କ ଦୌରାତ୍ମ୍ୟରୁ ଜିଲା ମୁକ୍ତହେବ ସେଥିନେଇ ପଦକ୍ଷେପ ନେବାର ସମୟ ଆସିଛି। ନଚେତ୍‌ ବହୁ କୋଟି ଟଙ୍କାର ରାଜସ୍ବ ହରାଇବା ନିଶ୍ଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?