Posted inଜାତୀୟ

NEET ପେପର ଲିକ୍‌ ମାମଲାରେ CBIର ବଡ଼ କାର୍ଯ୍ୟାନୁଷ୍ଠାନ: ମାଷ୍ଟରମାଇଣ୍ଡ ପି.ଭି. କୁଲକର୍ଣ୍ଣି ଗିରଫ

ନୂଆଦିଲ୍ଲୀ/ପୁଣେ,୧୫।୫: NEET-UG 2026 ପ୍ରଶ୍ନପତ୍ର ଲିକ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ଏକ ବଡ଼ ସଫଳତା ମିଳିଛି। ତଦନ୍ତକାରୀ ସଂସ୍ଥା ଏହି ସାରା ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପି.ଭି. କୁଲକର୍ଣ୍ଣିଙ୍କୁ ଗିରଫ କରିଛି। CBI ଅନୁଯାୟୀ, କୁଲକର୍ଣ୍ଣି ହିଁ ପେପର ଲିକ୍‌ର ମୁଖ୍ୟ ଉତ୍ସ ଥିଲେ।

ତଦନ୍ତରୁ ଜଣାପଡିଛି ଯେ, ପୁଣେର ଜଣେ କେମିଷ୍ଟ୍ରି ଲେକ୍ଚରର ଭାବେ କାର୍ଯ୍ୟ କରୁଥିବା ପି.ଭି. କୁଲକର୍ଣ୍ଣି NTA ପକ୍ଷରୁ ପରୀକ୍ଷା ପ୍ରକ୍ରିୟା ସହ ଜଡିତ ଥିଲେ। ଏହି କାରଣରୁ ପ୍ରଶ୍ନପତ୍ର ପର୍ଯ୍ୟନ୍ତ ତାଙ୍କର ସହଜରେ ପହଞ୍ଚ ଥିଲା। ମହାରାଷ୍ଟ୍ରର ଲାତୁରର ମୂଳ ନିବାସୀ କୁଲକର୍ଣ୍ଣି, ଏପ୍ରିଲ ଶେଷ ସପ୍ତାହରେ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ୱାଘମାରେଙ୍କ ସହାୟତାରେ କିଛି ଛାତ୍ରଙ୍କୁ ଏକାଠି କରିଥିଲେ।

CBI ର କହିବା ଅନୁଯାୟୀ, କୁଲକର୍ଣ୍ଣି ନିଜ ପୁଣେ ସ୍ଥିତ ବାସଭବନରେ ଛାତ୍ରମାନଙ୍କ ପାଇଁ ସ୍ବତନ୍ତ୍ର କୋଚିଂ କ୍ଲାସ ଚଲାଉଥିଲେ। ଏହି କ୍ଲାସରେ ସେ ଛାତ୍ରମାନଙ୍କୁ ପ୍ରଶ୍ନ, ବିକଳ୍ପ ଏବଂ ସଠିକ ଉତ୍ତର ଡିକ୍‌ଟେଟ୍‌ କରୁଥିଲେ, ଯାହାକୁ ଛାତ୍ରମାନେ ନିଜ ଖାତାରେ ଲେଖି ରଖୁଥିଲେ। ପରବର୍ତ୍ତୀ ସମୟରେ ଯାଞ୍ଚରୁ ଜଣାପଡିଛି ଯେ, ସେହି ପ୍ରଶ୍ନଗୁଡ଼ିକ ମେ’ ୩ ତାରିଖରେ ହୋଇଥିବା ଅସଲ NEET-UG ପରୀକ୍ଷା ପେପର ସହ ସମ୍ପୂର୍ଣ୍ଣ ମେଳ ଖାଉଛି।

ବର୍ତ୍ତମାନ ସୁଦ୍ଧା ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ ଏବଂ ଅହିଲ୍ୟାନଗରରୁ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଇଲେକ୍ଟ୍ରୋନିକ ଗ୍ୟାଜେଟ ଏବଂ ମୋବାଇଲ ଫୋନ ଜବତ କରାଯାଇଛି। ଏହି ସ୍ପେଶାଲ କ୍ଲାସରେ ସାମିଲ ହେବା ପାଇଁ ଛାତ୍ରମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନିଆଯାଇଥିବା ସୂଚନା ମିଳିଛି।

ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ କ୍ରମେ ମେ’ ୧୨ ତାରିଖରେ CBI ଏହି ମାମଲା ରୁଜୁ କରିଥିଲା। ବର୍ତ୍ତମାନ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ କିଛି ପୋଲିସ ରିମାଣ୍ଡରେ ଥିବାବେଳେ ଅନ୍ୟମାନଙ୍କୁ ଦିଲ୍ଲୀ ଅଣାଯାଉଛି। ଏହି ବଡ଼ ଧରଣର ସ୍କାମରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି, ସେ ନେଇ CBI ଅଧିକ ଖୋଳତାଡ଼ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?