ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ କୋମନା ବ୍ଲକ କୁରୁମପୁରି ଗାଁରେ ଦେଖିବାକୁ ମିଳିଛି। ପ୍ରାୟ ୨୦ବର୍ଷ ପୂର୍ବରୁ ଗ୍ରାମର ଧନସିଂ ମାଝୀ (୫୦)ଙ୍କ ଡାହାଣ ଗୋଡ ଆଣ୍ଠୁ ତଳକୁ ଏକ ଫୋଟକା ହୋଇଥିଲା। ଏହା ଧୀରେ ଧୀରେ ବଡ଼ ହେବାରୁ ଖରିଆର ରୋଡ୍‌ର ଏକ ଘରୋଇ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିଲେ। ଦୀର୍ଘ ୩ମାସ କାଳ ଚିକିତ୍ସିତ ହୋଇଥିଲେ ମଧ୍ୟ ଆରୋଗ୍ୟ ହେଲେ ନାହିଁ। ସେଠାରୁ ଫେରି ସୁନା ଗହଣା, ଜମିବାଡ଼ି ବିକ୍ରୟ କରି ଅନ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ ମଧ୍ୟ ଭଲ ହେଲେନାହିଁ। ସବୁଆଡୁ ନିରାଶ ହୋଇ ସେ ଘରେ ପଡିରହିଛନ୍ତି। ସ୍ତ୍ରୀ ଯମୁନା ସ୍ବାମୀଙ୍କ ଦେଖାରଖା କରୁଥିବାବେଳେ ୨୦୨୫ ଡିସେମ୍ବର ୭ରେ ଜ୍ୱରରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ପରିବାର ସଦସ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧନସିଂଙ୍କ ଡାହାଣ ଗୋଡ଼ ଅଚଳ ହୋଇ ଶଯ୍ୟାଶାୟୀ ଥିବାବେଳେ ବାମ ଗୋଡ ଓ ହାତ ପକ୍ଷାଘାତ ରୋଗରେ ଅଚଳ ହୋଇଯାଇଛି। ଏବେ ସେ ଶଯ୍ୟାଶାୟୀ ଅଛନ୍ତି। ସେ ଅନେକ ଥର ଆବାସ ଗୃହ, ହୁଇଲ ଚେୟାର ଓ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ପାଇପାରି ନାହାନ୍ତି। ସମ୍ପୂର୍ଣ୍ଣ ବିକଳାଙ୍ଗ ହେତୁ ଚଲାବୁଲା କରିପାରୁ ନାହାନ୍ତି। ଡାକ୍ତର ୩୫% ବିକଳାଙ୍ଗ ପ୍ରମାଣ ପତ୍ର ଦେଇଥିବାରୁ ଭତ୍ତା ହୋଇ ପାରୁନାହିଁ ବୋଲି ଧନସିଂ ପ୍ରକାଶ କରିଛନ୍ତି। ଧନସିଂଙ୍କ ୬ ଝିଅପୁଅ ମଧ୍ୟରୁ ୪ ଝିଅଙ୍କୁ ବିବାହ ଦେଇଥିବା ବେଳେ ବର୍ତ୍ତମାନ ଘରେ ୨ ଝିଅପୁଅ ଅଛନ୍ତି। ସେ ଘରର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଶଯ୍ୟାଶାୟୀ ହେଲା ପରେ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। ରାଶନ କାର୍ଡ଼ରେ ମାସକୁ ୩ ଜଣଙ୍କ ୧୫ କିଲୋଗ୍ରାମ ଚାଉଳରେ କଷ୍ଟେମଷ୍ଟେ ଚଳୁଛନ୍ତି। ଅକ୍ଷମ ସେବା ସମିତି ଜିଲା ସଭାପତି ଭକ୍ତବନ୍ଧୁ ଧରୁଆ ଧନସିଂଙ୍କ ଘରକୁ ଯାଇ ଦିବ୍ୟାଙ୍ଗମାନଙ୍କୁ ମିଳୁଥିବା ସରକାରୀ ସୁବିଧା ଯୋଗାଇଦେବାକୁ ଜିଲା ପ୍ରଶାସନକୁ ଅବଗତ କରାଇବୁ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?