ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନକୁ ନୂଆ ଦିଗ ଦେଇଛି କୋମନା ବ୍ଲକର ଜଣେ ସରପଞ୍ଚଙ୍କ ନିଆରା ପଦକ୍ଷେପ। ରଜନା ପଞ୍ଚାୟତ ସରପଞ୍ଚ କ୍ଷୀରସିନ୍ଧୁ ଭୋଇ ଏକ ବିବାହ ଉତ୍ସବରେ ପଞ୍ଚାୟତର ବର୍ତ୍ତନ ବ୍ୟାଙ୍କ ବ୍ୟବହାରକୁ ପ୍ରୋତ୍ସାହନ ଦେଇ ପ୍ରାୟ ଏକ ଟନ ପ୍ଲାଷ୍ଟିକ ଆବର୍ଜନା ରୋକିବାରେ ସଫଳ ହୋଇଛନ୍ତି। ସାଧାରଣତଃ ବିବାହ ଓ ସାମାଜିକ ଉତ୍ସବରେ ପ୍ଲେଟ, ପ୍ଲାଷ୍ଟିକ ଗ୍ଲାସ, କପ, ଚାମଚ, ପାଣି ପାଉଚ ଓ ବୋତଲ ଭଳି ଏକକ ବ୍ୟବହୃତ ସାମଗ୍ରୀର ବ୍ୟାପକ ବ୍ୟବହାର ହୋଇଥାଏ। ଏହା ପରିବେଶ ପ୍ରଦୂଷଣ କରିଥାଏ। ସରପଞ୍ଚ ଭୋଇ ଏହାକୁ ରୋକିବା ପାଇଁ ଆୟୋଜକଙ୍କୁ ବର୍ତ୍ତନ ବ୍ୟାଙ୍କ ବ୍ୟବହାର ପାଇଁ ପ୍ରେରିତ କରିଥିଲେ। ସରପଞ୍ଚଙ୍କ ଏହି ଉଦ୍ୟମ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ପ୍ରେରିତ ହୋଇଥିବା ଦେଖାଯାଇଛି। ସରପଞ୍ଚଙ୍କ ଏହି ପଦକ୍ଷେପକୁ ନୂଆପଡା ଜିଲାପାଳ ପ୍ରଶଂସା କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜିଲାପାଳ କହିଛନ୍ତି, ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନର ସଫଳତା ପାଇଁ ଏପରି ସାମୁଦାୟିକ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ। ଅନ୍ୟ ସମସ୍ତ ସରପଞ୍ଚ, ସମାଜସେବୀ ଓ ଗୋଷ୍ଠୀ ନେତାମାନଙ୍କୁ ମଧ୍ୟ ଏହି ପ୍ରୟାସକୁ ଅନୁସରଣ କରିବାକୁ ଆହ୍ବାନ କରିଛନ୍ତି। ସରପଞ୍ଚଙ୍କ ଏହି ନିଆରା ପଦକ୍ଷେପ ବର୍ତ୍ତମାନ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?