ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି ବ୍ୟବହୃତ ପ୍ରାକୃତିକ ନାଳ ଓ ଜଳସ୍ରୋତକୁ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ମାଟି ପକାଇ ବନ୍ଦ କରି ଦେଉଛନ୍ତି। ବର୍ତ୍ତମାନ ଢୋଲମହୁଲ ଗୋଚର ଜମିର ଉଦ୍‌ବୃତ୍ତ ବର୍ଷା ଜଳକୁ ଡାଇଭର୍ସନ ଉଦ୍ଦେଶ୍ୟରେ ବେଆଇନ ଭାବେ ମେଶିନ ଲଗାଇ ମାଟି ଆଡିବନ୍ଧ ନିର୍ମାଣ କରାଯାଉଛି। ଆଡିବନ୍ଧ ଜରିଆରେ ବର୍ଷା ଜଳ ସ୍ରୋତକୁ ଅବରୋଧ କରିବା ଦ୍ୱାରା ବୁର୍ଡା ଗ୍ରାମର ଚାଷଜମିକୁ ଆଉ ବର୍ଷା ଜଳ ମାଡି ପାରିବ ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏନେଇ ଚାଷୀମାନେ ନିକଟରେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ସୁଫଳ ମିଳିପାରିନାହିଁ।ଏହାକୁ ନେଇ ବୁର୍ଡା ଗ୍ରାମର ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା
ପ୍ରକାଶ ଯେ, ବଲାଙ୍ଗୀର-ବରଗଡ ୨୬ନଂ ଜାତୀୟ ରାଜପଥ ପାର୍ଶ୍ୱ ମାଛ ଜାଆଁଳା କେନ୍ଦ୍ର ପଛପଟରୁ ନୂଆ ମେଡିକାଲ ଯାଏ ବିସ୍ତୀର୍ଣ୍ଣ ଗୋଚର ଜମି ରହିଛି। ଲୋଇସିଂହା ଓ ବୁର୍ଡା ଗ୍ରାମର ଗାଈଗୋରୁ ଏଠାରେ ବିଚରଣ କରିଥାନ୍ତି ା ଗୋଚର ଜମି ଓ ଲାଇନଜୁରୀ (ପାରମ୍ପରିକ ପାଣିନାଳା) ମଝିରେ ବୁର୍ଡା ଗ୍ରାମର ଚାଷୀଙ୍କ ଚାଷ ଜମି ରହିଛି ା ବର୍ଷା ଦିନରେ ଏହି ଗୋଚର ଜମିର ଉଦ୍‌ବୃତ୍ତ ବର୍ଷା ଜଳ ବୁର୍ଡା ଗ୍ରାମର ଚାଷଜମିକୁ ପ୍ରବେଶ କରିଥାଏ। ସେହି ବର୍ଷାଜଳକୁ ଚାଷୀମାନେ ଚାଷରେ ବନିଯୋଗ କରି ଖରିଫ ଧାନ ଫସଲ ଅମଳ କରିଥାନ୍ତି। ଗୋଚର ଜମି ଜଳ ଲାଇନଜୁରୀରେ ପଡି ଲୋଇସିଂହା ସାଗରକୁ ଯାଇଥାଏ। ଏବେ ସେହି ଗୋଚର ଜମିର ବୁର୍ଡା ଚାଷଜମି ସୀମାନ୍ତରେ ଜବରଦଖଲ କରାଯାଇ ମେଶିନ ଲଗାଇ ବେଆଇନ ଭାବରେ ଆଡିବନ୍ଧ କରାଯାଉଛି।
ପ୍ରାୟ ୩ ଫୁଟ ଉଚ୍ଚତା ଏବଂ ୫ ଫୁଟ ଚଉଡାରେ ଆଡିବନ୍ଧ ନିର୍ମାଣ କରାଯାଉଛି। ଫଳରେ ଗୋଚର ଜମିର ଉଦବୃତ୍ତ ବର୍ଷା ଜଳ ବୁର୍ଡା ସୀମାନ୍ତ ଚାଷଜମିକୁ ଆଉ ନ ଯାଇ ବିପରୀତ ଦିଗକୁ ଯିବ। ଫଳରେ ଚଳିତ ଖରିଫ ଚାଷ ପ୍ରଭାବିତ ହେବ ବୋଲି ବୁର୍ଡା ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି ା
ସରକାରୀ ଗୋଚର ଜମି ହୋଇଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁ ବେଆଇନ ଭାବେ ଜମି ଦଖଲ କରି ଆଡିବନ୍ଧ ନିର୍ମାଣ କରାଯାଉଛି ା ଏହା ହେବା ଦ୍ୱାରା ବୁର୍ଡା ଗ୍ରାମର ଚାଷୀ ପାଣି ଅଭାବରୁ କ୍ଷତିଗ୍ରସ୍ତ ହେବ ା ଅପରପକ୍ଷେ ଭବିଷ୍ୟତରେ ଯଦି ବର୍ଷାଦିନରେ ବଡ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ସେହି ବନ୍ୟା ପାଣି ଲୋଇସିଂହା ପେଟ୍ରୋଲ ପମ୍ପ ନିକଟ ୨୬ ନଂ ଜାତୀୟ ରାଜପଥ ଧୋଇ ଦେବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ ା ଏ ସମ୍ପର୍କରେ ତହସିଲଦାର ଟିକୁନୁ ପୁଟାଙ୍କୁ ପଚାରିବାରେ ବେଆଇନ ଆଡିବନ୍ଧ ନିର୍ମାଣ ହେବା ନେଇ କେହି ଚାଷୀ ତାଙ୍କୁ ଜଣାଇନାହାନ୍ତି। ଶନିବାର ରାଜସ୍ବ ନିରୀକ୍ଷକ କ୍ଷେତ୍ର ପରିଦର୍ଶନ କରିବେ ବୋଲି ସେ କହିଛନ୍ତି ା ତେବେ ଏ ଦିଗରେ ଜିଲାପାଳ ଏବଂ ଉପଜିଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?