ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି ବ୍ୟବହୃତ ପ୍ରାକୃତିକ ନାଳ ଓ ଜଳସ୍ରୋତକୁ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ମାଟି ପକାଇ ବନ୍ଦ କରି ଦେଉଛନ୍ତି। ବର୍ତ୍ତମାନ ଢୋଲମହୁଲ ଗୋଚର ଜମିର ଉଦ୍‌ବୃତ୍ତ ବର୍ଷା ଜଳକୁ ଡାଇଭର୍ସନ ଉଦ୍ଦେଶ୍ୟରେ ବେଆଇନ ଭାବେ ମେଶିନ ଲଗାଇ ମାଟି ଆଡିବନ୍ଧ ନିର୍ମାଣ କରାଯାଉଛି। ଆଡିବନ୍ଧ ଜରିଆରେ ବର୍ଷା ଜଳ ସ୍ରୋତକୁ ଅବରୋଧ କରିବା ଦ୍ୱାରା ବୁର୍ଡା ଗ୍ରାମର ଚାଷଜମିକୁ ଆଉ ବର୍ଷା ଜଳ ମାଡି ପାରିବ ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏନେଇ ଚାଷୀମାନେ ନିକଟରେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ସୁଫଳ ମିଳିପାରିନାହିଁ।ଏହାକୁ ନେଇ ବୁର୍ଡା ଗ୍ରାମର ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା
ପ୍ରକାଶ ଯେ, ବଲାଙ୍ଗୀର-ବରଗଡ ୨୬ନଂ ଜାତୀୟ ରାଜପଥ ପାର୍ଶ୍ୱ ମାଛ ଜାଆଁଳା କେନ୍ଦ୍ର ପଛପଟରୁ ନୂଆ ମେଡିକାଲ ଯାଏ ବିସ୍ତୀର୍ଣ୍ଣ ଗୋଚର ଜମି ରହିଛି। ଲୋଇସିଂହା ଓ ବୁର୍ଡା ଗ୍ରାମର ଗାଈଗୋରୁ ଏଠାରେ ବିଚରଣ କରିଥାନ୍ତି ା ଗୋଚର ଜମି ଓ ଲାଇନଜୁରୀ (ପାରମ୍ପରିକ ପାଣିନାଳା) ମଝିରେ ବୁର୍ଡା ଗ୍ରାମର ଚାଷୀଙ୍କ ଚାଷ ଜମି ରହିଛି ା ବର୍ଷା ଦିନରେ ଏହି ଗୋଚର ଜମିର ଉଦ୍‌ବୃତ୍ତ ବର୍ଷା ଜଳ ବୁର୍ଡା ଗ୍ରାମର ଚାଷଜମିକୁ ପ୍ରବେଶ କରିଥାଏ। ସେହି ବର୍ଷାଜଳକୁ ଚାଷୀମାନେ ଚାଷରେ ବନିଯୋଗ କରି ଖରିଫ ଧାନ ଫସଲ ଅମଳ କରିଥାନ୍ତି। ଗୋଚର ଜମି ଜଳ ଲାଇନଜୁରୀରେ ପଡି ଲୋଇସିଂହା ସାଗରକୁ ଯାଇଥାଏ। ଏବେ ସେହି ଗୋଚର ଜମିର ବୁର୍ଡା ଚାଷଜମି ସୀମାନ୍ତରେ ଜବରଦଖଲ କରାଯାଇ ମେଶିନ ଲଗାଇ ବେଆଇନ ଭାବରେ ଆଡିବନ୍ଧ କରାଯାଉଛି।
ପ୍ରାୟ ୩ ଫୁଟ ଉଚ୍ଚତା ଏବଂ ୫ ଫୁଟ ଚଉଡାରେ ଆଡିବନ୍ଧ ନିର୍ମାଣ କରାଯାଉଛି। ଫଳରେ ଗୋଚର ଜମିର ଉଦବୃତ୍ତ ବର୍ଷା ଜଳ ବୁର୍ଡା ସୀମାନ୍ତ ଚାଷଜମିକୁ ଆଉ ନ ଯାଇ ବିପରୀତ ଦିଗକୁ ଯିବ। ଫଳରେ ଚଳିତ ଖରିଫ ଚାଷ ପ୍ରଭାବିତ ହେବ ବୋଲି ବୁର୍ଡା ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି ା
ସରକାରୀ ଗୋଚର ଜମି ହୋଇଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁ ବେଆଇନ ଭାବେ ଜମି ଦଖଲ କରି ଆଡିବନ୍ଧ ନିର୍ମାଣ କରାଯାଉଛି ା ଏହା ହେବା ଦ୍ୱାରା ବୁର୍ଡା ଗ୍ରାମର ଚାଷୀ ପାଣି ଅଭାବରୁ କ୍ଷତିଗ୍ରସ୍ତ ହେବ ା ଅପରପକ୍ଷେ ଭବିଷ୍ୟତରେ ଯଦି ବର୍ଷାଦିନରେ ବଡ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ସେହି ବନ୍ୟା ପାଣି ଲୋଇସିଂହା ପେଟ୍ରୋଲ ପମ୍ପ ନିକଟ ୨୬ ନଂ ଜାତୀୟ ରାଜପଥ ଧୋଇ ଦେବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ ା ଏ ସମ୍ପର୍କରେ ତହସିଲଦାର ଟିକୁନୁ ପୁଟାଙ୍କୁ ପଚାରିବାରେ ବେଆଇନ ଆଡିବନ୍ଧ ନିର୍ମାଣ ହେବା ନେଇ କେହି ଚାଷୀ ତାଙ୍କୁ ଜଣାଇନାହାନ୍ତି। ଶନିବାର ରାଜସ୍ବ ନିରୀକ୍ଷକ କ୍ଷେତ୍ର ପରିଦର୍ଶନ କରିବେ ବୋଲି ସେ କହିଛନ୍ତି ା ତେବେ ଏ ଦିଗରେ ଜିଲାପାଳ ଏବଂ ଉପଜିଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ…

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ…

୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ ପାଇବେ ଚାଷୀ, ବୃଦ୍ଧାବସ୍ଥା ବେଳେ ସୁରକ୍ଷା ଯୋଗାଇବ ଏହି ଯୋଜନା

ନୂଆଦିଲ୍ଲୀ,୧୬।୫: ଚାଷକାର୍ଯ୍ୟରେ ପରିଶ୍ରମ ତ ବହୁତ ରହିଛି, କିନ୍ତୁ ବୟସ ବଢ଼ିବା ସହିତ ଶରୀର ପୂର୍ବ ଭଳି ସାଥ ଦିଏ ନାହିଁ। ଏହି କଥାକୁ ଦୃଷ୍ଟିରେ ରଖି…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ମହଜୁଦ ଅଛି ତେଲ, ତଥାପି ପମ୍ପ ବନ୍ଦ, ଭିଡ଼: ଭୟର ବାତାବରଣ

ଭୁବନେଶ୍ୱର,୧୬ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri