ପ୍ରକୃତିର ନୈସ୍ବର୍ଗ ଗଣ୍ଡାହାତୀ

ପାରଳାଖେମୁଣ୍ଡି,୨୧।୫(ଡି.ଏନ.ଏ.)- ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାୟଗଡ ବ୍ଲକ ଅନ୍ତର୍ଗତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟଭରା ଐତିହାସିକ ଗଣ୍ଡାହାତୀ ଜଳପ୍ରପାତ ଜିଲାର ଅନ୍ୟତମ ପ୍ରମୁଖ ଆକର୍ଷଣ। ସବୁଋତୁରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହୁଥିବା ବେଳେ ଗ୍ରୀଷ୍ମଦିନରେ ପର୍ଯ୍ୟଟକଙ୍କ ଭିଡ ଅଧିକ ଦେଖିବାକୁ ମିଳିଥାଏ ା କାରଣ ଲୋକମାନେ ତାତିରୁ ସାମନ୍ୟ ଆଶ୍ୱସ୍ତି ଅନୁଭବ କରିବା ସହ ଜଳପ୍ରପାତର ମଜା ନେବାକୁ ଆସିଥାନ୍ତି। ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮କିମି ଦୂରତାରେ ଏହି ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ସେହିପରି ବ୍ରହ୍ମପୁର ଠାରୁ ଭାୟା ତପ୍ତପାଣି-ଆର୍‌.ଉଦୟଗିରି ଦେଇ ଏହି ପର୍ଯ୍ୟଟନସ୍ଥଳୀକୁ ଆସିବାକୁ ହେଲେ ପ୍ରାୟ ୧୫୦କିମି ଦୂରତା ଅତିକ୍ରମ କରିବାକୁ ହୋଇଥାଏ ା ରେଳପଥରେ ଆସିଲେ ପର୍ଯ୍ୟଟକ ରାଜଧାନୀ ଭୁବନେଶ୍ୱର ଓ ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଦିଗରୁ ଆସୁଥିବା ପର୍ଯ୍ୟଟକମାନେ ଆନ୍ଧ୍ରର ପଲାସା ଷ୍ଟେସନ ଠାରେ ଓହ୍ଲାଇ ସେଠାରୁ ଗୋପୀଲ୍ଲୀ-କିଂଚିଲିଙ୍ଗି ଦେଇ ପ୍ରାୟ ୨୪ କିମି ରାସ୍ତା ଅତିକ୍ରମ କରେ ଗଣ୍ଡାହାତୀ ଠାରେ ପହଞ୍ଚିଥାନ୍ତି ା ଗତ ତିତ୍‌ଲୀ ବାତ୍ୟାରେ ଏହି ପର୍ଯ୍ୟଟନସ୍ଥଳୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ା ଏହା ପାଦଦେଶରେ ଲକ୍ଷାଧିକ ଟଙ୍କା ବ୍ୟୟରେ ହୋଇଥିବା ଶିଶୁ ଉଦ୍ୟାନଟି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା ା ତେବେ ପ୍ରଶାସନ ପକ୍ଷରୁ ଏହାର କିଛି ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି ା ତେବେ ବାତ୍ୟାରେ କ୍ଷୟକ୍ଷତି ସତ୍ୱେ ଶୀତଦିନ ଆରମ୍ଭରୁ ହିଁ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ ଜମିବା ଦେଖିବାକୁ ମିଳିଛି। ତେବେ ଏଠାରେ ରହିଥିବା ଜଳପ୍ରପାତରେ ଗ୍ରୀଷ୍ମଋତୁର ମଜାନେବା ସକାଶେ ଅଧିକାଂଶ ଲୋକେ ସପରିବାର ଏଠାକୁ ଆସିଥାନ୍ତି। ଏଠାରେ ପ୍ରକୃତିର ଏହି ନୈସ୍ବର୍ଗକୁ ବେସ୍‌ ଉପଭୋଗ କରିବା ସହ ମଉଜ ମଜଲିସ୍‌ରେ ସମୟକୁ ଅତିବାହିତ କରିଥାନ୍ତି। ସେହିପରି ଜଳପ୍ରପାତ ପାଦଦେଶରେ ପ୍ରପାତ ପାଣିରେ ଗାଧୋଇବାର ମଜା ବି କିଛି ନିଆରା। ଜିଲା ତଥା ରାଜ୍ୟର ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଏବଂ ଏହା ପରିସର ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଏଠାକୁ ସିଧାସଳଖ ଗମନାଗମନ ପାଇଁ ବ୍ୟବସ୍ଥା କରାଗଲେ ଏହି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଯଦ୍ୱାରା ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି ପାଇବ ବୋଲି ବୁଦ୍ଧିଜିବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri