ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲାର ସଦର, ବାଲିଆପାଳ, ବସ୍ତା, ଭୋଗରାଇ ସମେତ ବିଭିନ୍ନ ବ୍ଲକରେ ଏଯାଏ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ପ୍ରତିକୂଳ ପରିସ୍ଥିତିରେ ଚାଷୀ ରବି ଧାନ ଅମଳ କରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଅନୁବନ୍ଧିତ ବିଭିନ୍ନ ସେବା ସମବାୟ ସମିତିରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରି କରି ନ ପାରି ଚାଷୀକୁଳ ଦଲାଲଙ୍କୁ କୁଇଣ୍ଟାଲ ପ୍ରତି ମାତ୍ର ୧ହଜାର ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମୁନାଫାଖୋର ବ୍ୟବସାୟୀମାନେ ଚାଷୀଙ୍କ ଅସହାୟତାର ସୁଯୋଗ ନେଇ କମ୍‌ ଦରରେ ଧାନ କିଣି ବାହାର ରାଜ୍ୟକୁ ପଠାଇ ବେଶ୍‌ ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି, ଧାରକରଜ, ଋଣ କରି ଦି’ପଇସା ଲାଭ ପାଇବା ଆଶାରେ ଚାଷ କରିଥିବା ଚାଷୀଙ୍କୁ ଏବେ ରବି ଧାନ ବିକ୍ରି ପାଇଁ ଚିନ୍ତା ଘାରିଛି।
ଜିଲା ଅନ୍ତର୍ଗତ ବସ୍ତା, ବାଲିଆପାଳ ଓ ଭୋଗରାଇ ଅଞ୍ଚଳର ଜନସାଧାରଣ ମୁଖ୍ୟତଃ ଖରିଫ୍‌, ରବିଧାନ ଓ ରବି ଫସଲ ଉପରେ ନିର୍ଭରଶୀଳ। ବସ୍ତା ବ୍ଲକର ଚାଷ ଉପଯୋଗୀ ଜମି ୨୦ହଜାର ୧୬୯ ହେକ୍ଟର ମଧ୍ୟରୁ ଚଳିତବର୍ଷ ୫ହଜାର ୫୫୨ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିଲା। ୮୫୦ ହେକ୍ଟର ଜମିରେ ମୁଗ, ବିରି ଓ ୧୪ଶହ ୮୦ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥିଲା। ସମିତି ମାଧ୍ୟମରେ ସରକାରୀ ଦାମ୍‌ ଅନୁଯାୟୀ ରବି ଧାନ ବିକ୍ରି ପାଇଁ ଚାଷୀମାନଙ୍କ ନାମ ପଞ୍ଜୀକରଣ ହୋଇଥିଲା। ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଏଯାବତ୍‌ ସରକାରୀ ଧାନମଣ୍ଡି ଖୋଲିବାରେ ବିଫଳ ହୋଇଥିବାରୁ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ପ୍ରତିକ୍ରିୟା: ଗଡ଼ପଦା ପଞ୍ଚାୟତର ଚାଷୀ ସତ୍ୟନାରାୟଣ ଚଣ୍ଡ କହନ୍ତି, ଭୋଟ ହାତେଇବା ପାଇଁ ନିର୍ବାଚନ ବେଳେ ସବୁ ରାଜନୈତିକ ଦଳ କୁମ୍ଭୀରକାନ୍ଦଣା କାନ୍ଦୁଥିଲେ। ହେଲେ ଚାଷୀଙ୍କ ସୁବିଧା ପାଇଁ କାହାରି ଦରଦ ନାହଁ। ସରକାରୀ ଦାମ୍‌ରେ ଧାନ ବିକ୍ରି ନ ହେଲେ ବହୁ ପରିମାଣରେ କ୍ଷତି ସହିବାକୁ ପଡ଼ିବ। ରାଉତପଡ଼ା ସମିତି ଚେୟାରମ୍ୟାନ୍‌ ହରେନ୍ଦ୍ର କୁମାର ଦାସ କୁହନ୍ତି, ରବି ଧାନ ବିକ୍ରି ପାଇଁ ୨୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ନାମ ପଞ୍ଜୀକୃତ କରାଯାଇଛି। ହେଲେ ଯୋଗାଣ ବିଭାଗ ପକ୍ଷରୁ ସମିତି ମାଧ୍ୟମରେ ଧାନ କ୍ରୟ ପାଇଁ ଏଯାବତ୍‌ ସରକାରୀ ନିର୍ଦ୍ଦେଶନାମା ଆସିନାହଁି। ବାରମ୍ବାର ଅଭିଯୋଗ ପରେ ବି ଧାନକିଣା ଦିଗରେ ବିଭାଗୀୟ ପଦକ୍ଷେପ ନିଆଯାଉନାହଁି। ଜିଲା ଯୋଗାଣ ଅଧିକାରୀ ଆର୍‌.ଏନ୍‌. ପୃଷ୍ଟିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ଆସନ୍ତା ୨୯ ତାରିଖରେ ବିଭିନ୍ନ ସମିତିରେ ଧାନକିଣା ଲାଗି ମଣ୍ଡି ଖୋଲାଯିବ। ସରକାରୀ ନିୟମାନୁଯାୟୀ ରବି ଧାନ କ୍ରୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri