ଜାତୀୟ ହାର ତୁଳନା: ଓଡ଼ିଶାର ମୁଣ୍ଡ ପିଛା ଆୟ କମ୍‌

ଭୁବନେଶ୍ୱର,୨୬।୧୧(ରବିନାରାୟଣ ଜେନା): ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ପିଛା ଆୟ(ପର୍‌ କ୍ୟାପିଟା ଇନ୍‌କମ୍‌) ଜାତୀୟ ହାର ତୁଳନାରେ ବହୁ ପଛରେ ରହିଛି। ଜାତୀୟ ସ୍ତରରେ  ୨ଲକ୍ଷ  ୧୬୨ ଟଙ୍କା (୨,୪୪୦ ଡଲାର) ରହିଥିବାବେଳେ ଓଡ଼ିଶାରେ ମୁଣ୍ଡ ପିଛା ଆୟ  ୧ ଲକ୍ଷ ୮୨ହଜାର ୫୪୮ ଟଙ୍କା (୨,୨୨୫ ଡଲାର) ରହିଛି। ତେବେ ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଏଥିପାଇଁ ଭିଜନ-୨୦୩୬ ଏବଂ ୨୦୪୭ର ପରିକଳ୍ପନା କରାଯିବା ସହ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଇକୋନୋମି ଆଣ୍ଡ ଫାଇନାନ୍ସସେ ଅଫ୍‌ ଓଡ଼ିଶା ଆଣ୍ଡ ମିଡିୟମ ଟର୍ମ ଆଉଟଲୁକ୍‌’ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି।
ନଭେମ୍ବର ୨୦ରେ ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି, ୨୦୨୪-୨୫ ଆଥିର୍କବର୍ଷରେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ପିଛା ଆୟ ଆଇଏନ୍‌ଆର୍‌ ୧,୮୨,୫୪୮ (୨,୨୨୫ ଡଲାର) ରହିଛି, ଯାହାକି ଜାତୀୟସ୍ତରରେ ଆଇଏନ୍‌ଆର୍‌ ୨,୦୦,୧୬୨ (୨,୪୪୦ ଡଲାର) ଠାରୁ କମ୍‌। ଜାତୀୟସ୍ତର ଏବଂ ଓଡ଼ିଶା ମଧ୍ୟରେ ମୁଣ୍ଡ ପିଛା ହାରକୁ ନେଇ ଥିବା ବ୍ୟବଧାନକୁ କମ୍‌ କରିବା ଲାଗି ସରକାରଙ୍କ ପକ୍ଷରୁ ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜସ୍ବ ବୃଦ୍ଧି କରାଯିବା ସହ ମୁଣ୍ଡ ପିଛା ଆୟ କିଭଳି ବଢ଼ିବ ସେଥିପାଇଁ ନୀଳନକ୍ସା ପ୍ରସ୍ତୁତ ହୋଇଛି। ତଥ୍ୟ ଅନୁଯାୟୀ,  ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ବ୍ୟବଧାନ ୩୧.୬% ରହିଥିଲା, ମାତ୍ର ୨୦୨୪-୨୫ ଆର୍ଥିକ ବର୍ଷରେ ଏହା କ୍ରମଶଃ ହ୍ରାସ ପାଇ ୮.୮%କୁ ଖସିଛି।  ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଲୋକଙ୍କ ମୁଣ୍ଡ ପିଛା ଆୟ ହାର ବଢୁଥିବା ଅର୍ଥ ବିଭାଗ ରିପୋର୍ଟରେ କୁହାଯାଇଛି।
ଅର୍ଥ ବିଭାଗ ପକ୍ଷରୁ ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ର  ପରିକଳ୍ପନା ଅନୁଯାୟୀ, ଭାରତର ସମୁଦାୟ ଘରୋଇ ଉତ୍ପାଦରେ ଓଡ଼ିଶାର ହାର ଏବେ ୨.୮ ପ୍ରତିଶତ ରହିଥିବାବେଳେ ୨୦୩୬ ବେଳକୁ ଏହା ବୃଦ୍ଧି ପାଇ ୪ ପ୍ରତିଶତରେ ପହଞ୍ଚିିବ। ସେହିପରି ବିକଶିତ ଭାରତ ୨୦୪୭ ବେଳକୁ ଭାରତର ଜିଡିପିକୁ ଓଡ଼ିଶା ୫ପ୍ରତିଶତ ଅବଦାନ ରଖିବାକୁ ତଥ୍ୟରେ ରହିଛି; ଯାହାକି ଆମେରିକା ଡଲାରରେ ୫୦୦ ବିଲିୟନ(୨୦୩୬) ବେଳକୁ ହୋଇଥିବାବେଳେ ୨୦୪୭ ବେଳକୁ ୧.୫ ଟ୍ରିଲିୟନ
ଆମେରିକା ଡଲାରରେ ଓଡ଼ିଶା ପହଞ୍ଚିବ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri