ବିପ୍ପଜନକ ମିଶନରେ ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ତାଙ୍କ ଅଭିନୀତ ହଲିଉଡ ସିରିଜ୍‌ ‘ସିଟାଡେଲ’ ଚହଳ ସୃଷ୍ଟି କରିଛି। ପିସି ୨୦୨୩ରେ ‘ସିଟାଡେଲ’ ସିରିଜ୍‌ରେ ନଜର ଆସିଥିଲେ। ଏହାକୁ ଦର୍ଶକମାନେ ଅତ୍ୟନ୍ତ ପ୍ରଶଂସା କରିଥିଲେ। ତିନି ବର୍ଷର ଦୀର୍ଘ ଅପେକ୍ଷା ପରେ ‘ସିଟାଡେଲ’ର ଦ୍ୱିତୀୟ ସିଜିନ ଆସୁଛି। ନୂତନ ସିଜିନର ଟ୍ରେଲର ମଧ୍ୟ ମୁକ୍ତିଲାଭ କରିଛି।

ଟ୍ରେଲରରେ ପୂର୍ବ ଅପେକ୍ଷା ଅଧିକ ଅନ୍ଧକାର ଏବଂ ବିପଦପୂର୍ଣ୍ଣ ମିଶନର ଏକ ଝଲକ ଦେଖାଯାଉଛି। ଟ୍ରେଲରରେ ପ୍ରିୟଙ୍କା ପୁଣି ଥରେ ତାଙ୍କ ଆକ୍ସନ ଅବତାରରେ ନଜର ଆସିଛନ୍ତି। ସେ ରିଚାର୍ଡ ମ୍ୟାଡେନଙ୍କ ସହ ବିପଜ୍ଜନକ ମିଶନ ଆରମ୍ଭ କରିଛନ୍ତି। ଏହି ଆକ୍ସନ-ପ୍ୟାକ୍ଡ ଟ୍ରେଲରଟି ବିଶ୍ୱ ସ୍ତରରେ ହାଇ-ରିସ୍କ ମିଶନର ଏକ ଝଲକ ପ୍ରଦାନ କରୁଛି। ଏହା ଅନେକ ଆଶ୍ଚର୍ଯ୍ୟଜନକ ବିଶ୍ୱାସଘାତକତା ଏବଂ ନୂତନ ଏଜେଣ୍ଟଙ୍କ ପରିଚୟକୁ ମଧ୍ୟ ସୂଚିତ କରେ।
ସିଟାଡେଲ ସିଜିନ ୨ ଆସନ୍ତା ମାସରେ ମେ ୬, ୨୦୨୬ରୁ ଓଟିଟି ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନ୍‌ରେ ମୋଟ ୭ଟି ଏପିସୋଡ ରହିବ। ପ୍ରିୟଙ୍କା ଚୋପ୍ରା ଏବଂ ରିଚାର୍ଡ ମ୍ୟାଡେନ ବ୍ୟତୀତ, ସିଜିନ ୨ ପାଇଁ କଳାକାରଙ୍କ ମଧ୍ୟରେ ଷ୍ଟାନଲି ଟୁସି, ଲେସଲି ମ୍ୟାନଭିଲ, ଆଶ୍ଲେ କମିଙ୍ଗସ, ଜ୍ୟାକ ରେନର୍‌, ମ୍ୟାଟ ବେରୀ, ଲାଇଲା ରବିନ୍ସ, ମେର୍ଲେ ଡାଣ୍ଡ୍ରିଜ, ଗାବ୍ରିଏଲ ଲୁନା ଏବଂ ରାୟନା ଭାଲାଣ୍ଡିଂହାମ ଅଛନ୍ତି।
ବିଶ୍ୱସ୍ତରୀୟ ଷ୍ଟାର ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ପରେ ଏକ ଭାରତୀୟ ଫିଲ୍ମରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି। ସେ ଏସ.ଏସ. ରାଜାମୌଲିଙ୍କ ଆଗାମୀ ଫିଲ୍ମ ‘ବାରାଣସୀ’ର ଅଂଶ। ମହେଶ ବାବୁ ଏହି ସିନେମାରେ ପ୍ରିୟଙ୍କାଙ୍କ ସହ ଅଭିନୟ କରୁଥିବାର ଦେଖାଯିବେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri