ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତର ହେଉ: ଉପଜିଲାପାଳଙ୍କୁ ଭେଟି ଦାବିପତ୍ର

ନୂଆପଡ଼ା,୧୬ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁରେ ନୂତନ ଭୋଟ ଗ୍ରହଣ କେନ୍ଦ୍ର କରିବା ପାଇଁ ଗ୍ରାମବାସୀ ସୋମବାର ଉପଜିଲାପାଳ ସୁର୍ମି ସୋରେନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗାଁର ୨ ୱାର୍ଡରେ ସୋରିପଡା, ଖଲିଆପଡା, ଘାଟିପଡା, ବରପଦର ପଡା, ପତରଫଡି ପଡା ରହିଛି। ଭରୁଆମୁଣ୍ଡା ଗାଁ ଓ ୫ ପଡାରେ ୭ ଶହରୁ ଊର୍ଦ୍ଧ୍ୱ ଭୋଟର ରହିଥିବା ବେଳେ ମତଦାନ କେନ୍ଦ୍ର ଜଟଗଡରେ ରହିଛି। ଭରୁଆମୁଣ୍ଡାରୁ ସୋରିପଡା ଦେଇ ଜଟଗଡ ଗଲେ ୫ କିଲୋମିଟର ଗଲେ ୧୦ କି.ମି. ପଡୁଛି। ସେହିପରି ଘାଟିପଡା, ବରପଦର ପଡାକୁ ୧୫ କି.ମି. ପଡୁଛି। ଲମ୍ବା ରାସ୍ତା ହେଉଥିବାରୁ ବୃଦ୍ଧା, ଭିନ୍ନକ୍ଷମ, ଗର୍ଭବତୀ, ପ୍ରସୁତି ଯାଇ ନିଜ ମତ ସାବ୍ୟସ୍ତ କରିପାରୁ ନାହାନ୍ତି। ଗ୍ରାମବାସୀ ଦର୍ଶାଇଛନ୍ତି, ଜଟଗଡ ବିଦ୍ୟାଳୟ ବୁଥ୍‌ ନଂ.୧୯୯ରେ ଭୋଟ ସମୟରେ ଯାଇ ଭୋଟ ଦେଇଥାଉ। ସେହି ଭୋଟ ଗ୍ରହଣ କେନ୍ଦ୍ରକୁ ଭାରୁଆମୁଣ୍ଡା ବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲେ ସମସ୍ତଙ୍କ ସୁବିଧା ହୋଇପାରନ୍ତା। ଏହା ଉପରେ ସୁବିଚାର କରିବାକୁ ସେମାନେ ଦାବି କରିଛନ୍ତି। ଏହି ସମୟରେ ୱାର୍ଡସଭ୍ୟ ପ୍ରେମମଞ୍ଜୁଳା ମାଝି, ଜଗନି ଧରୁଆ, ରତନ ମାଝି, ମୋହନ ମାଝି, ମୋଟାରାମ ମାଝି, ପିତାମ୍ବର ଗଡତିଆ, ଅତବଲ ମାଝି, ବାସୁଦେବ ମାଝି, ପ୍ରେମସିଂ ମାଝି, ସୁରେନ୍ଦ୍ର ରଣା, ଚଞ୍ଚଳା ମାଝି, ସରାବନି ମାଝି, ଗୌରୀ ମାଝି, ଦହନା ମାଝି ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri