Posted inଖେଳ

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଯସ୍ମିନ, ମୀନାକ୍ଷୀଙ୍କୁ ସ୍ବର୍ଣ୍ଣ, ନୂପୁରଙ୍କୁ ରୌପ୍ୟ

ଲିଭରପୁର, ୧୪ା୯: ଭାରତୀୟ ବକ୍ସର ଯସ୍ମିନ ଲାମ୍ବୋରିଆ ଓ ମୀନାକ୍ଷୀ ହୁଦା ଏଠାରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଲାଭ କରିଥିବାବେଳେ ନୂପୁର ଶେଓରାନ ଓ ପୂଜାରାଣୀ ଅଣ ଅଲିମ୍ପିକ କାଟେଗୋରିରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ଯସ୍ମିନ ଶନିବାର ବିଳମ୍ବିତ ରାତିରେ ୫୭ କେଜି ଶ୍ରେଣୀ ଫାଇନାଲରେ ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ବିଜେତା ପୋଲାଣ୍ଡର ଜୁଲିଆ ସିଜରମେଟାଙ୍କୁ ୪-୧ (୩୦-୨୭, ୨୯-୨୮, ୩୦-୨୭, ୨୮-୨୯, ୨୯-୨୮)ରେ ହରାଇ ଦେଇଛନ୍ତି।

ନବାଗତ ମୀନାକ୍ଷୀ ରବିବାର ସମାନ ବ୍ୟବଧାନରେ ୪୮କେଜି ଶ୍ରେଣୀ ଫାଇନାଲରେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା କାଜାଖସ୍ତାନର ନାଜିମ୍‌ କିଜାଇବେଙ୍କୁ ହରାଇ ଜୁଲାଇରେ ଅନୁଷ୍ଠିତ ବିଶ୍ୱକପ୍‌ ପରାଜୟର ପ୍ରତିଶୋଧ ନେଇଛନ୍ତି। ଏଠାରେ ବିଜୟ ଦ୍ୱାରା ଯସ୍ମିନ ୯ମ ଓ ମୀନାକ୍ଷୀ ୧୦ମ ଭାରତୀୟ ମହିଳା ବକ୍ସର ଭାବେ ବିଶ୍ୱ ଚାମ୍ପିୟନ ହୋଇପାରିଛନ୍ତି।

ପୂର୍ବରୁ ଯେଉଁ ୮ଜଣ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଛନ୍ତି, ସେମାନେ ହେଲେ ୬ଥର ବିଜେତା ମେରୀକମ୍‌ (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮), ଦୁଇଥର ବିଜେତା କିଖତ ଜରିନ୍‌ (୨୦୦୨ ଓ ୨୦୨୩), ସରିତା ଦେବୀ (୨୦୦୬), ଜେନ୍ନି ଆର୍‌ଏଲ୍‌ (୨୦୦୬), ନୀତୁ ଘାଙ୍ଗ୍‌ହାସ୍‌ (୨୦୨୩), ଲଭଲିନା ବର୍ଗୋହେନ (୨୦୨୩) ଓ ସ୍ବିଟି ବୁରା (୨୦୨୩)। ଅନ୍ୟପକ୍ଷରେ ନୂପୁର ୮୦+କେଜି କାଟେଗୋରିରେ ରୌପ୍ୟ ଏବଂ ପୂଜା ୮୦କେଜି କାଟେଗୋରିରେ ରୌପ୍ୟ ହାସଲ କରିଛନ୍ତି। ନୂପୁର ଶନିବାର ରାତିରେ ଅନୁଷ୍ଠିତ ଦ୍ୱିତୀୟ ଫାଇନାଲରେ ପୋଲାଣ୍ଡର ଆଗାଟା କାଜମାରାସ୍କାଙ୍କଠାରୁ ୨-୩ରେ ଅଳ୍ପକେ ହାରିଯାଇଥିଲେ। ଏହା ପୂର୍ବରୁ ପୂଜା ସ୍ଥାନୀୟ ଫେଭରାଇଟ ଏମିଲି ଆସକ୍ୱିଥଙ୍କଠାରୁ ବିଭାଜିତ ନିଷ୍ପତ୍ତି ୧-୪ରେ ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri