‘ସୁପର ଆର୍ଥ’ ଆବିଷ୍କୃତ: ପୃଥିବୀ ଅପେକ୍ଷା ୨ ଗୁଣା ଚଉଡ଼ା, ୪ ଗୁଣ ଓଜନିଆ

ଓ୍ବାଶିଂଟନ, ୧୭ା୭: ଆମେରିକୀୟ ମହାକାଶ ସଂସ୍ଥା (ନାସା) ପକ୍ଷରୁ ୧୫୪ ଆଲୋକବର୍ଷ ଦୂରରେ ଏକ ରହସ୍ୟମୟ ବିଶାଳ ଗ୍ରହ ‘ସୁପର ଆର୍ଥ’କୁ ଆବିଷ୍କାର କରାଯାଇଛି। ଏହି ଗ୍ରହଠାରୁ ବାରମ୍ବାର ରହସ୍ୟମୟ ସଙ୍କେତ ଆସୁଥିବା ନାସା କହିଛି। ଏହି ବିଶାଳ ଗ୍ରହର ନାମ ‘ଟିଓଆଇ-୧୮୪୬ ବି’ ରଖାଯାଇଥିବା ବେଳେ ଏହା ପୃଥିବୀ ଅପେକ୍ଷା ପ୍ରାୟ ୨ ଗୁଣା ଚଉଡ଼ା ଏବଂ ପ୍ରାୟ ୪ ଗୁଣ ଓଜନିଆ। ବୈଜ୍ଞାନିକମାନେ ଏହି ଗ୍ରହକୁ ନର୍ଦେନ ସ୍କାଏର ଲିରା ନକ୍ଷତ୍ରମଣ୍ଡଳରେ ଆବିଷ୍କାର କରିଛନ୍ତି।

ଏହି ସୁପର ଆର୍ଥର ପତଳା ବାୟୁମଣ୍ଡଳ ତଳେ ଘନ ବରଫର ଏକ ସ୍ତର ଥାଇପାରେ କିମ୍ବା ହୁଏତ ଅଳ୍ପ ଗଭୀର ସମୁଦ୍ର ଥାଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଏହି ‘ସୁପର ଆର୍ଥ’ର ପୃଷ୍ଠ ତାପମାତ୍ରା ୩୦୦ ଡିଗ୍ରୀ ସେଲ୍‌ସିୟସ (ପ୍ରାୟ ୬୦୦ ଡିଗ୍ରୀ ଫାରେନହାଇଟ) ଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ମଧ୍ୟ ସେଠାରେ ଜଳର ଉପସ୍ଥିତି ନେଇ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଏହି ଗ୍ରହର ଗୋଟିଏ ପାର୍ଶ୍ୱ ସର୍ବଦା ତାରା ଆଡ଼କୁ ମୁହଁ କରି ରହୁଥିବା ବେଳେ ଅନ୍ୟ ପାର୍ଶ୍ୱଟି ଅନ୍ଧାରରେ ରହିଥାଏ। ତେଣୁ ଜଳ ହୁଏତ ଗ୍ରହର ଶୀତଳ ଏବଂ ଅନ୍ଧାର ପାର୍ଶ୍ୱରେ ଲୁଚି ରହିଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହାର ବାୟୁମଣ୍ଡଳରେ ତାପ କିପରି ପ୍ରବାହିତ ହେଉଛି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ ଜଳର ଉପସ୍ଥିତି ନିର୍ଭର କରୁଛି। ତେବେ ତାପମାତ୍ରା ଅତ୍ୟଧିକ ଥିବାରୁ ଏହି ଗ୍ରହରେ ଜୀବନଯାପନ ଅସମ୍ଭବ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ‘ଟିଓଆଇ-୧୮୪୬ ବି’ ଗ୍ରହର ଆବିଷ୍କାରକୁ ନିଶ୍ଚିତ କରି ମରକ୍କୋସ୍ଥିତ ଓକାଇମେଡେନ୍‌ ଅବ୍‌ଜରଭେଟୋରିରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକ ଆବ୍‌ଦେରାହମାନ୍‌ ସୌବକିଉ କହିଛନ୍ତି, ନାସାର ଟ୍ରାନ୍‌ଜିଟିଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ (ଟିଇଏସ୍‌ଏସ୍‌), ମଲ୍ଟି କଲର ଗ୍ରାଉଣ୍ଡ ବେସ୍‌ଡ ଫଟୋମେଟିକ୍‌ ଡେଟା, ହାଇ ରିଜୋଲ୍ୟୁସନ ଇମେଜିଂ, ସ୍ପେକ୍ଟ୍ରୋସ୍କୋପିକ୍‌ ଅବଜରଭେସନ୍ସ ଆଦିର ବ୍ୟବହାରରେ ଏହି ସୁପର ଆର୍ଥର ଆବିଷ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri