ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହାତ ଯୁବକ ଜଣକ ହେଲେ ଗ୍ରାମର ବଳରାମ ପ୍ରଧାନ(୨୬)। ଗ୍ରାମର ଜଣେ ବିବାହିତ ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ସେ ଘରେ ରହନ୍ତି ନାହିଁ। ଉକ୍ତ ମହିଳାଙ୍କ ସହ ଗ୍ରାମର ବଳରାମ ଏବଂ ଅନନ୍ତ ରାମ ଦଳାଇଙ୍କ ପ୍ରେମ ସମ୍ପର୍କ ରହିଛି। ଏଥିରେ କ୍ଷୁବ୍ଧ ହୋଇ ଅନନ୍ତରାମ ବଳରାମଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବେକକୁ ଖଣ୍ଡାରେ ଚୋଟ ପକାଇଥିବା ପୋଲିସ କହିଛି। ଆହାତ ବଳରାମଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଟପୁର ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।

