ଆମର ଯାହା ମନ ହେବ, ଆମେ କରିବୁ: ପୁଣି ଖୋଲା ଧମକ ହେଲେ ଟ୍ରମ୍ପ

ଓ୍ବାଶିଂଟନ,୨୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍‌କୁ ନେଇ ଚେତାବନୀ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ଜୁଲାଇ ୯ର ଟାରିଫ୍‌ ସମୟସୀମା ଏକ ସ୍ଥିର ତାରିଖ ନୁହେଁ। ଆମେରିକା ଏହାକୁ ବୃଦ୍ଧି କରିପାରିବ କିମ୍ବା ହ୍ରାସ କରିପାରିବ, ଏହା ସବୁକିଛି ଅନ୍ୟ ଦେଶ ସହିତ ବ୍ୟବସାୟିକ ଆଲୋଚନା କିପରି ହେବ ତାହା ଉପରେ ନିର୍ଭର କରିବ।
ଟ୍ରମ୍ପ ଏକ ଖୋଲା ଚେତାବନୀ ଦେଇଛନ୍ତି,ଆମେ ଯେତେବେଳେ ଚାହିଁବୁ ନିଷ୍ପତ୍ତି ପରିବର୍ତ୍ତନ କରିପାରିବୁ। ଆମେ ଏହାକୁ ବୃଦ୍ଧି କରିପାରିବୁ କିମ୍ବା ତ୍ୱରାନ୍ବିତ କରିପାରିବୁ। ମୁଁ ଏହାକୁ ତ୍ୱରାନ୍ବିତ କରିବାକୁ ଚାହୁଁଛି ଏବଂ ସମସ୍ତଙ୍କୁ ସିଧାସଳଖ ଚିଠି ପଠାଇବାକୁ ଚାହୁଁଛି – ଅଭିନନ୍ଦନ, ଏବେ ଆପଣ ୨୫ ପ୍ରତିଶତ ଟିକସ ଦେଉଛନ୍ତି। ଗତ ସପ୍ତାହରେ ଆମେରିକା ଇରାନ ଉପରେ ଆକ୍ରମଣ ଏବଂ ଟିକସ ବିଲ ବିଷୟରେ କଥା ହେଉଥିଲା, ଏବେ ଟ୍ରମ୍ପ ପ୍ରଶାସନ ବାଣିଜ୍ୟ ଉପରେ ଧ୍ୟାନ ବୃଦ୍ଧି କରିଛି।
ଆମେରିକା ୟୁରୋପୀୟ ସଂଘକୁ ଏକ ନୂତନ ବାଣିଜ୍ୟ ପ୍ରସ୍ତାବ ପଠାଇଛି। ଭାରତ ବାଣିଜ୍ୟ ଆଲୋଚନା ପାଇଁ ୱାଶିଂଟନକୁ ନିଜର ପ୍ରତିନିଧିମଣ୍ଡଳ ପଠାଇଛି। ସେହି ସମୟରେ, ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ କହିଛନ୍ତି, ବାଣିଜ୍ୟ ଚୁକ୍ତିନାମା ପାଇଁ କିଛି ସମୟ ଲାଗିପାରେ, କିନ୍ତୁ ଶ୍ରମ ଦିବସ (ସେପ୍ଟେମ୍ବର ଆରମ୍ଭ) ସୁଦ୍ଧା ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସମାପ୍ତ ହେବ।

ବେସାଣ୍ଟ କହିଛନ୍ତି, ଆମେ ଅନେକ ଦେଶରୁ ପ୍ରସ୍ତାବ ପାଉଛୁ। ଆମର ୧୮ଟି ଗୁରୁତ୍ୱପୂର୍ଣ୍ଣ ବାଣିଜି୍ୟକ ଅଂଶୀଦାର ଅଛନ୍ତି। ଯଦି ଆମେ ଏଥିମଧ୍ୟରୁ ୧୦ କିମ୍ବା ୧୨ଟି ସହିତ ଚୁକ୍ତିନାମା ଚୂଡ଼ାନ୍ତ କରୁ ଏବଂ ଆମେ ବଡ଼ ଅର୍ଥନୀତି ଥିବା ଆହୁରି ୨୦ଟି ଦେଶ ସହିତ ଆଲୋଚନା କରୁ, ତେବେ ଏହା ସମ୍ଭବ ଯେ ଆମେ ଶ୍ରମ ଦିବସ ସୁଦ୍ଧା ବାଣିଜ୍ୟ ପ୍ରକ୍ରିୟା ସମାପ୍ତ କରିପାରିବା।

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨୦୨୫ରେ ପ୍ରାୟ ସମସ୍ତ ବିଦେଶୀ ଆମଦାନୀ ଉପରେ ପାରସ୍ପରିକ ଟାରିଫ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ। ଏହା ଅଧୀନରେ, ଯେଉଁ ସାମଗ୍ରୀଗୁଡ଼ିକ ଉପରେ ୧୦%ରୁ ଅଧିକ ଟାରିଫ୍‌ ଲାଗୁ ହେବାକୁ ଥିଲା ସେମାନଙ୍କୁ ୯୦ ଦିନର ଛାଡ଼ ଦିଆଯାଇଥିଲା ଯାହାଦ୍ୱାରା ଦେଶଗୁଡ଼ିକ ପାରସ୍ପରିକ ଆଲୋଚନା ମାଧ୍ୟମରେ ଚୁକ୍ତିନାମାରେ ପହଞ୍ଚିପାରିବେ। ଏହି ଛାଡ଼ ଜୁଲାଇ ୮ରେ ଶେଷ ହେଉଛି।

ତଥାପି, ମେ ଶେଷ ସୁଦ୍ଧା, ଟ୍ରମ୍ପଙ୍କ ଆଭିମୁଖ୍ୟ ଅଧିକ କଠୋର ହୋଇଗଲା। ସେ ୟୁରୋପୀୟ ସଂଘରୁ ଆସୁଥିବା ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଚେତାବନୀ ଦେଇଥିଲେ। ୟୁରୋପୀୟ ସଂଘ ପୂର୍ବରୁ ଅନେକ ପର୍ଯ୍ୟାୟରେ ଆମେରିକା ଟାରିଫ୍‌ର ସମ୍ମୁଖୀନ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri