ବେଙ୍ଗାଲୁରୁ,୧୨ା୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର ମାର୍କେଟିଂ ଓ ରାଜସ୍ବ ମୁଖ୍ୟ ନିଖିଲ ସୋସାଲେଙ୍କୁ ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ହେଲେ ତାଙ୍କୁ ତାଙ୍କ ପାସପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଗତ ୪ ତାରିଖରେ ଆଇପିଏଲ୍ ଚାମ୍ପିୟନ ଆର୍ସିବିର ବିଜୟ ଉତ୍ସବରେ ଦଳାଚକଟା ଯୋଗୁ ୧୧ଜଣଙ୍କ ମୃତ୍ୟୁ ହେବା ପରେ ୬ ତାରିଖରେ ସୋସାଲେ ଓ ଡିଏନ୍ଏ ଏଣ୍ଟରନେଟମେଣ୍ଟ ନେଟଓ୍ବର୍କର ଦୁଇ କର୍ମଚାରୀ କିରନ କୁମାର (ସିନିୟର ଇଭେଣ୍ଟ ମ୍ୟାନେଜର) ଓ ସୁନୀଲ ମାଥ୍ୟୁ (ଉପ ସଭାପତି-ବ୍ୟବସାୟିକ ବିଷୟ)ଙ୍କୁ ଗିରଫ କରାଯାଇଥିଲା।
୬ ତାରିଖରେ ବିମାନବନ୍ଦରରୁ ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଗିରଫ କରାଯାଇଥିଲା। ସୋସାଲେଙ୍କ ଓକିଲ କର୍ନାଟକ ହାଇକୋର୍ଟରେ ସୋସାଲେଙ୍କ ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ କୋର୍ଟ ମାମଲାକୁ ସ୍ଥଗିତ ରଖିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଗୁରୁବାର ଅପରାହ୍ନରେ ରାୟ ଶୁଣାଇଛନ୍ତି।


