Posted inଖେଳ

ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି… ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ ଖେଳିଗଲା ହଇଚଇ

ନୂଆଦିଲ୍ଲୀ,୧୨।୬: ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବହୁତ ମଜା କରନ୍ତି। ସେମାନେ ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ସେମାନଙ୍କୁ ଏହିପରି ଉପଭୋଗ କରିବାର ସ୍ବାଧୀନତା ଦିଏ। ଏକ ଶୋ’ରେ, ଜଣେ ଭାରତୀୟ କ୍ରିକେଟର କହିଥିଲେ, ବ୍ରାଭୋ ବିବାହିତ ନୁହଁନ୍ତି, କିନ୍ତୁ ତାଙ୍କର ପିଲା ଏବଂ ଅନେକ ପ୍ରେମିକା ଅଛନ୍ତି। ଏବେ ଜଣେ କ୍ରିକେଟର ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ହଇଚଇ ସୃଷ୍ଟି ହୋଛି। ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ସମ୍ପର୍କ ରଖିଛି ବୋଲି ୱେଷ୍ଟଇଣ୍ଡିଜ କ୍ରିକେଟର ଟିନୋ ବେଷ୍ଟ କହିଛନ୍ତି।

ଟିନୋ ବେଷ୍ଟ ୱେଷ୍ଟଇଣ୍ଡିଜ ଦଳ ପାଇଁ ୨୬ ଟେଷ୍ଟ ଏବଂ ୨୫ ଦିନିକିଆ ଖେଳିଥିଲେ। ଟିନୋ ଆତ୍ମଜୀବନୀ ‘ମାଇଣ୍ଡ ଦି ୱିଣ୍ଡୋଜ ମାଇ ଷ୍ଟୋରୀ’ରେ ପ୍ରକାଶ କରିଥିଲେ ଯେ,କ୍ରିକେଟ ଖେଳୁଥିବା ସମୟରେ ତାଙ୍କର ଅନେକ ଦେଶର ଶହ ଶହ ଯୁବତୀଙ୍କ ସହ ସମ୍ପର୍କ ଥିଲା। ଯୁବତୀମାନେ ମୋତେ ପସନ୍ଦ କରନ୍ତି ଏବଂ ମୁଁ ମଧ୍ୟ ସେମାନଙ୍କୁ ପସନ୍ଦ କରେ। ମୁଁ ଭାବେ ଯେ ମୁଁ ବିଶ୍ୱର ସବୁଠାରୁ ସୁନ୍ଦର ଦେଖାଯାଉଥିବା ପୁରୁଷ। ମୁଁ ଜଣେ କ୍ରିକେଟର ଭାବରେ ଯେଉଁଠାକୁ ଯାଉଥିଲି, ଯୁବତୀମାନଙ୍କୁ ଡେଟ କରୁଥିଲି ଏବଂ ସେମାନଙ୍କ ସହିତ ରାତି ବିତାଉଥିଲି। ମୁଁ ଭାବୁଛି ଏହି ସମୟରେ ମୋର ପ୍ରାୟ ୫୦୦ ରୁ ୬୫୦ ଯୁବତୀଙ୍କ ସହ ସମ୍ପର୍କ ଥିଲା।”

ଟିନୋ ବେଷ୍ଟ ଏଥିରେ ତାଙ୍କ ସ୍ତ୍ରୀଙ୍କ ବିଷୟରେ ମଧ୍ୟ ଲେଖିଛନ୍ତି। ମୋର ପ୍ରଥମ ପ୍ରେମ ମେଲିସା ଥିଲା, ଯାହାଙ୍କଠାରୁ ମୋର ଏକ ଝିଅ ତମନି ଜନ୍ମ ହୋଇଥିଲା। କିନ୍ତୁ ମୋ ସ୍ତ୍ରୀ ସହିତ ସମ୍ପର୍କ ଖରାପ ହେବାରେ ଲାଗିଲା। ମୋର ବନ୍ଧୁମାନେ ମୋତେ କହୁଥିଲେ ଯେ, ଯେତେବେଳେ ମୁଁ ବାର୍ବାଡୋସ ପାଇଁ ଉଇକେଟ ନେବି, ମୋ ସ୍ତ୍ରୀ ଫେରି ଆସିବେ। ମୁଁ ଏପରି କଲି କିନ୍ତୁ ସେ ଫେରି ନ ଥିଲେ, ଏହା ପରେ ମୁଁ ଜଣେ ପ୍ଲେବୟ ହୋଇଗଲି। ମୁଁ ଯେକୌଣସି ଯୁବତୀଙ୍କୁ ପସନ୍ଦ କରୁଥିଲି, ସେ କିଏ ହେଉନା କାହିଁକି, ମୁଁ ତାଙ୍କ ସହିତ କଥା ହେଉଥିଲି।ଙ୍‌

ପୂର୍ବତନ ୱେଷ୍ଟଇଣ୍ଡିଜ କ୍ରିକେଟର ତାଙ୍କ ଆତ୍ମଜୀବନୀରେ କହିଛନ୍ତି, ମୁଁ ସପ୍ତାହରେ ୫ କିମ୍ବା ୬ ଡେଟରେ ଯାଉଥିଲି, ତାହା ମଧ୍ୟ ବିଭିନ୍ନ ଯୁବତୀଙ୍କ ସହିତ। ମୋତେ ଲଗାତାର ଯାତ୍ରା କରିବାକୁ ପଡୁଥିଲା, ଗୋଟିଏ ଦିନ ଏଠାରେ ଏବଂ ପରଦିନ ଅନ୍ୟ କୌଣସି ସ୍ଥାନରେ। ମୁଁ ଯୁବକ ଥିଲି ଏବଂ ଏହି ଜୀବନଶୈଳୀକୁ ପସନ୍ଦ କରୁଥିଲି। ସବୁଠାରୁ ଭଲ ଯୁବତୀମାନେ ଅଷ୍ଟ୍ରେଲିଆର, ସେମାନେ ସେମାନଙ୍କର ଫିଟନେସ ପ୍ରତି ଧ୍ୟାନ ଦିଅନ୍ତି ଏବଂ ସୁନ୍ଦର ଶରୀର ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri