Posted inଜାତୀୟ

ମୁଁ ତୁମକୁ ବିଧବା ଭାବରେ ହିଁ ବିବାହ କରିବି…ପ୍ରେମିକଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ସୋନମ

ଇନ୍ଦୋର,୧୦।୬: ମଧ୍ୟପ୍ରଦେଶର ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ହତ୍ୟା ଏବେ ସାରା ଦେଶରେ ଚହଳ ପକାଇଛି। ତାଙ୍କ ନିଜ ସ୍ତ୍ରୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକ ଏବଂ ବନ୍ଧୁମାନଙ୍କ ସହାୟତାରେ ରାଜାଙ୍କୁ ହତ୍ୟା କରିଥିଲେ।
ରାଜା ଏବଂ ସୋନମ ମେ ୧୧ରେ ବିବାହ କରିଥିଲେ। ପରିବାରରେ ଖୁସି ଥିଲା ଏବଂ ସବୁକିଛି ସ୍ବାଭାବିକ ଲାଗୁଥିଲା। କିନ୍ତୁ, ମେ ୧୬ରେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ରାଜାଙ୍କୁ ହତ୍ୟା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ।

ସୋନମ ରାଜ କୁଶୱାହାଙ୍କୁ କହିଥିଲେ, ଆସ ରାଜାଙ୍କୁ ହତ୍ୟା କରିବା। ତା’ପରେ ମୁଁ ବିଧବା ହୋଇଯିବି ଏବଂ ବାପା ମଧ୍ୟ ଆମ ବିବାହକୁ ଅନୁମୋଦନ କରିବେ। ଏହି ଷଡ଼ଯନ୍ତ୍ର ଏତେ ବିପଦପୂର୍ଣ୍ଣ ଥିଲା ଯେ, ଯିଏ ଶୁଣିବ ଥରହର ହୋଇଯିବ।

ରାଜାଙ୍କୁ ଯେଉଁ କୁରାଢ଼ୀ ସାହାଯ୍ୟରେ ହତ୍ୟା କରାଯାଇଥିଲା ତାହା ଗୌହାଟୀରୁ ଅନଲାଇନରେ ମଗାଯାଇଥିଲା। ଘଟଣାର ଠିକ ପୂର୍ବରୁ ଅଭିଯୁକ୍ତମାନେ ସୋନମଙ୍କ ହୋମଷ୍ଟେ ଠାରୁ ୧ କିଲୋମିଟର ଦୂରରେ ଏକ ହୋଟେଲରେ ରହୁଥିଲେ। ସୋନମ ସେମାନଙ୍କୁ ଠିକଣା ପଠାଉଥିଲେ।

ମେ ୨୩ରେ ସୋନମ ରାଜାଙ୍କୁ ଫଟୋଶୁଟ ବାହାନାରେ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇଯାଇଥିଲେ। ସେ ନିଜେ ପଛରେ ରହିଗଲେ ଏବଂ ତିନି ଜଣ ଯୁବକ ରାଜାଙ୍କ ଆଗରେ ଚାଲିଗଲେ। ସ୍ଥାନଟି ଖାଲି ପଡ଼ିବା ମାତ୍ରେ ସୋନମ ଚିତ୍କାର କରି କହିଲେ, ମେ ସ୍ବାମୀଙ୍କୁ ହତ୍ୟା କର। ଏହା ପରେ ଅଭିଯୁକ୍ତ ବିଶାଲ ଚୌହାନ ରାଜାଙ୍କ ମୁଣ୍ଡକୁ କୁରାଢ଼ିରେ ଆକ୍ରମଣ କରିଥିଲେ। ତାଙ୍କ ସହିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଆକାଶ ରାଜପୁତ ଦୂରରୁ ବାଇକ ଉପରେ ଜଗି ରହିଥିଲେ।
ଅଭିଯୁକ୍ତମାନେ କହିଥିଲେ, ସେମାନେ ପାହାଡ ଚଢ଼ି ଥକି ଯାଇଥିଲେ ଏବଂ ହତ୍ୟା କରିବାକୁ ମନା କରି ଦେଇଥିଲେ। ତା’ପରେ ସୋନମ କହିଥିଲେ, ମୁଁ ୨୦ ଲକ୍ଷ ଦେବି, କିନ୍ତୁ ତୁମକୁ ତାଙ୍କୁ ହତ୍ୟା କରିବାକୁ ପଡ଼ିବ। ସେହି ସମୟରେ ରାଜାଙ୍କ ପର୍ସରୁ ୧୫ ହଜାର ଟଙ୍କା ବାହାର କରି ସେମାନଙ୍କୁ ଦିଆଯାଇଥିଲା।

ମେ ୨୩ରେ ରାଜାଙ୍କୁ ହତ୍ୟା କରାଯାଇଥିଲା। ସେହି ସନ୍ଧ୍ୟାରେ ସୋନମ ଶିଲଂରୁ ଗୌହାଟୀରେ ପହଞ୍ଚିଥିଲେ। ସେଠାରୁ ସେ ଏକ ଟ୍ରେନ ଧରି ବାରାଣସୀ ଦେଇ ଗାଜିପୁର ଯାଇଥିଲେ। ଏହି ସମୟରେ ସେ ତାଙ୍କ ମୋବାଇଲ ଫୋନ ଭାଙ୍ଗି ଦେଇଥିଲେ ଯାହା ଫଳରେ ପୋଲିସ ଏହାକୁ ଠାବ କରିପାରିବ ନାହିଁ।

ତଦନ୍ତ ସମୟରେ ସୋନମଙ୍କୁ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା। ଏଥିରେ ସେ ଅଭିଯୁକ୍ତଙ୍କ ସହ କଥା ହେଉଥିବାର ଦେଖାଯାଇଥିଲା। ତା’ପରେ ସିଡିଆର୍‌ ଏବଂ କଲ ଟ୍ରେସିଂରୁ ରାଜ କୁଶୱାହାଙ୍କ ଇନ୍ଦୋରରେ ଥିବା ସ୍ଥାନ ଜଣାପଡ଼ିଥିଲା ଏବଂ ପୋଲିସ ତାଙ୍କୁ ଗିରଫ କରିଥିଲା। ସୋନମ ଏହି ଖବର ପାଇବା ମାତ୍ରେ ବୁଝିପାରିଲେ ଯେ, ଖେଳ ଶେଷ ହୋଇଯାଇଛି। ଏହା ପରେ, ସେ ୟୁପିର ଏକ ଢାବାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri