Posted inଜାତୀୟ

ହନିମୁନ୍‌ରେ କେମିତି ସ୍ବାମୀଙ୍କୁ ମାରିଥିଲେ ସୋନମ: ସମ୍ପୂର୍ଣ୍ଣ ଘଟଣାର ହେଲା ପର୍ଦ୍ଦାଫାସ

ନୂଆଦିଲ୍ଲୀ,୧୦।୬: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ହତ୍ୟା କରାଇଥିଲେ ତାଙ୍କ ସ୍ତ୍ରୀ ସୋନମ। ମେ’ ୨୩ରୁ ନିଖୋଜ ଥିବା ରାଜାଙ୍କ ମୃତଦେହ ଜୁନ୍‌ ୨ରେ ଠାବ ହେବା ପରେ ନବବିବାହିତା ସୋନମଙ୍କୁ ଜୀବିତ ଉଦ୍ଧାର କରିବା ମଧ୍ୟପ୍ରଦେଶ ଓ ମେଘାଳୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଯାଇଥିଲା। ତେବେ ଶନିବାର ରାତିରେ ଉତ୍ତର ପ୍ରଦେଶର ଗାଜିପୁରସ୍ଥିତ ଏକ ଢାବାରୁ ସୋନମ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହେବା ପରେ ପୋଲିସ ତାଙ୍କୁ ଗାଜିପୁର ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲା। ସୋନମ ସେଠାରେ ପୋଲିସ ନିକଟରେ ଆମତ୍ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଶନିବାର ରାତିରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଣେ ଉତ୍ତର ପ୍ରଦେଶରୁ ଧରା ପଡ଼ିଥିବାବେଳେ ଅନ୍ୟ ୨ ଜଣ ଇନ୍ଦୋରରୁ ଗିରଫ ହୋଇଛନ୍ତି। ସୋନମ ନିଜ ସ୍ବାମୀଙ୍କୁ ହତ୍ୟା କରାଇବା ପାଇଁ ସେମାନଙ୍କୁ ସୁପାରି ଦେଇଥିବା ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ପ୍ରଘଟ କରିଛନ୍ତି। ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ସୋନମଙ୍କ ପ୍ରେମିକ ରାଜ କୁଶଓ୍ବାହଙ୍କୁ  ଗିରଫ କରାଯାଇଥିବା ପୋଲିସ କହିଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ମେଘାଳୟ ପୋଲିସ ସଫଳ ହୋଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମା ପ୍ରଶଂସା କରିଛନ୍ତି।

ମର୍ଡର ମିଷ୍ଟ୍ରି: ଘଟଣାକ୍ରମ

ମେ’ ୧୧: ମଧ୍ୟପ୍ରଦେଶ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ଓ ସୋନମ ବିବାହ କରିଥିଲେ।

ମେ’ ୨୦: ନବଦମ୍ପତି ମେଘାଳୟକୁ ହନିମୁନ୍‌ ପାଇଁ ଯାଇଥିଲେ।

ମେ’ ୨୨: ଦୁହେଁ ଚେରାପୁଞ୍ଜିର ନନ୍‌ଗ୍ରିଆଟ୍‌ରେ ପହଞ୍ଚଥିଲେ ବୁଲାବୁଲି କରି ରାତ୍ରିଯାପନ କଲେ।

ମେ’ ୨୩: ସେଠାରୁ ଯିବା ପରେ ଉଭୟେ ନିଖୋଜ ହୋଇଗଲେ। ସୋନମ ଅପରାହ୍ନ ୧ଟା ୪୩ରେ ଶେଷଥର ନିଜ ମା’ଙ୍କୁ କଲ୍‌ କରିଥିଲେ। ସେମାନେ ଭଡ଼ାରେ ନେଇଥିବା ସ୍କୁଟି ପରେ ପରିତ୍ୟକ୍ତ ଅବସ୍ଥାରେ ଠାବ ହୋଇଥିଲା।

ଜୁନ୍‌ ୨: ଏନ୍‌ଡିଆର୍‌ଏଫ୍‌ ଡ୍ରୋନ୍‌ ଓ୍ବେଇ ସଡୋଙ୍ଗ୍‌ ଫଲ୍ସରେ ରାଜାଙ୍କ ମୃତଦେହ ଠାବ କଲା। ରକ୍ତରଞ୍ଜିତ ଦାଆ ଓ ରାଜାଙ୍କ ଦ୍ୱାରା ବ୍ୟବହୃତ କିଛି ସାମଗ୍ରୀ ଯଥା-ସ୍ମାର୍ଟଓ୍ବାଚ୍‌, ରେନ୍‌କୋଟ୍‌, ଶାର୍ଟ, ଫୋନ୍‌ ଫ୍ରାଗ୍‌ମେଣ୍ଟ୍ସ ଜବତ ହେଲା।
ମେଘାଳୟ ପୋଲିସ ହତ୍ୟା ମାମଲା ରୁଜୁ କରି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କଲା।
ରାଜା ଓ ସୋନମ ନିଖୋଜ ହେବା ପୂର୍ବରୁ ମେଘାଳୟର ଏକ ଘରେ ରହିଥିବା ନେଇ ସିସିଟିଭି ଫୁଟେଜ ସାମ୍ନାକୁ ଆସିଲା। ଜଣେ ଗାଇଡ୍‌ ଉଭୟଙ୍କୁ ୩ ଅଚିହ୍ନା ବ୍ୟକ୍ତିଙ୍କ ସହ ଦେଖିଥିବା ନେଇ ପୋଲିସକୁ ଅବଗତ କରାଇଲେ।

ଜୁନ୍‌ ୯: ସୋନମ ଉତ୍ତର ପ୍ରଦେଶର ଗାଜିପୁରରେ ଆମତ୍ସମର୍ପଣ କଲେ। ସେ ନିଜ ସ୍ବାମୀଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିବାବେଳେ ଏହି ଅପରାଧର ସହଅଭିଯୁକ୍ତ ଆକାଶ ରାଜପୁତ (ଲଳିତପୁର, ୟୁପି), ବିଶାଲ ସିଂ ଚୌହାନ ଓ ରାଜ ସିଂ କୁଶଓ୍ବାହ (ଇନ୍ଦୋର, ଏମ୍‌ପି), ଆନନ୍ଦ କୁର୍ମି (ସାଗର, ଏମ୍‌ପି) ଗିରଫ ହୋଇଛନ୍ତି। ଅନ୍ୟ ଜଣେ ସନ୍ଦିଗ୍ଧ ଫେରାର ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri