DGPଙ୍କ ବଡ଼ ଖୁଲାସା: ହନିମୁନ୍‌ରେ ହିଁ ସୋନମ କରିଛନ୍ତି ସ୍ବାମୀ ରାଜାଙ୍କୁ ହତ୍ୟା, ଜାଣନ୍ତୁ ପୂରା ମାମଲା…

ଶିଲଂ,୯ା୬: ମେଘାଳୟରେ ହନିମୁନ୍‌ରେ ଯାଇଥିବା ଇନ୍ଦୋର ଦମ୍ପତି ନିଖୋଜ ହୋଇ ନ ଥିଲେ, ସ୍ତ୍ରୀ ସୋନମ ହିଁ ତାଙ୍କ ସ୍ବାମୀ ରାଜାଙ୍କୁ ହତ୍ୟା କରିଥିଲେ।

ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ସ୍ତ୍ରୀ ସୋନମଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ମେଘାଳୟ ଡିଜିପି କହିଛନ୍ତି, ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।

ଡିଜିପି ଆଇ ନୋଙ୍ଗରାଙ୍ଗ କହିଛନ୍ତି, ଜଣେ ଅଭିଯୁକ୍ତ ଉତ୍ତରପ୍ରଦେଶରୁ ଧରାପଡ଼ିଥିଲେ, ଯେତେବେଳେ ଅନ୍ୟ ଦୁଇଜଣଙ୍କୁ ଇନ୍ଦୋରରୁ ଏସ୍‌ଆଇଟି ଧରିଥିଲା। ସେ ଆହୁରି କହିଛନ୍ତି, ସୋନମ ଉତ୍ତରପ୍ରଦେଶର ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା।

ଶନିବାର ଜଣେ ଟୁର୍‌ ଗାଇଡ୍‌ କହିଥିଲେ ଯେ, ଇନ୍ଦୋରର ହନିମୁନ ଦମ୍ପତି ରାଜା ରଘୁବଂଶୀ ଏବଂ ତାଙ୍କ ସ୍ତ୍ରୀ ସୋନମଙ୍କ ସହିତ, ମେଘାଳୟର ସୋହରା ଅଞ୍ଚଳରୁ ନିଖୋଜ ହେବା ଦିନ ଅନ୍ୟ ତିନି ଜଣ ମଧ୍ୟ ଉପସ୍ଥିତ ଥିଲେ। ଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ଗାଇଡ୍‌ ପୋଲିସକୁ ଏହି ସୂଚନା ଦେଇଥିଲେ।

ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ସୋସିଆଲ ମିଡିଆରେ ଟୁଇଟ୍‌ କରିଛନ୍ତି ଯେ, ଇନ୍ଦୋର ରାଜା ହତ୍ୟା ମାମଲାରେ ମେଘାଳୟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ, ମଧ୍ୟପ୍ରଦେଶର ତିନି ଜଣ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି, ମହିଳା ଆତ୍ମସମର୍ପଣ କରିଛନ୍ତି ଏବଂ ଅନ୍ୟ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଅଭିଯାନ ଜାରି ରହିଛି।

ସୂଚନାଯୋଗ୍ୟ, ଏହି ଇନ୍ଦୋର ଦମ୍ପତି ୧୧ ମେ’ ୨୦୨୫ରେ ବିବାହ ପରେ ହନିମୁନ୍‌ ପାଇଁ ଶିଲଂ ଯାଇଥିଲେ। ସେମାନେ ୨୦ ମେ’ରେ ମେଘାଳୟରେ ପହଞ୍ଚିଥିଲେ ଏବଂ ୨୩ ମେ’ରେ ଶେଷ ଥର ପାଇଁ ପରିବାର ସହିତ କଥା ହୋଇଥିଲେ। ଏହା ପରେ ସେମାନଙ୍କ ଉଭୟଙ୍କ ଫୋନ୍‌ ବନ୍ଦ ହୋଇଯାଇଥିଲା।

ସୋହରରିମ ଅଞ୍ଚଳରେ ଦମ୍ପତିଙ୍କ ଭଡ଼ା ନେଇଥିବା ସ୍କୁଟି ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ତା’ପରେ ୨ ଜୁନ ରେ, ଓ୍ବେଇ ସୋଡୋଙ୍ଗ ଜଳପ୍ରପାତ ନିକଟ ଏକ ନାଳରେ ରାଜା ରଘୁବଂଶୀଙ୍କ ପଚା ମୃତଦେହ ମିଳିଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ସ୍ତ୍ରୀ ସୋନମଙ୍କ କୌଣସି ସନ୍ଧାନ ମିଳି ନ ଥିଲା, ଯାହା ଫଳରେ ପରିବାର ପକ୍ଷରୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଇଥିଲା।

ରାଜାଙ୍କ ମୃତଦେହ ମିଳିବା ପରଠାରୁ ପୋଲିସ ସୋନମଙ୍କୁ ଖୋଜୁଥିଲା। ଏବେ ଗାଜିପୁରରେ ସୋନମ ମିଳିବା ପରେ, ଆଶା କରାଯାଉଛି ଯେ, ଶିଲଂରେ ଏହି ଦମ୍ପତିଙ୍କ ସହିତ କ’ଣ ଘଟିଥିଲା ଏବଂ ରାଜାଙ୍କ ମୃତ୍ୟୁ କିପରି ହୋଇଥିଲା ତାହା ଖୁବ୍‌ଶୀଘ୍ର ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri