ମଣ୍ଡିରେ ପଡ଼ିଛି ୩ ଲକ୍ଷ ପ୍ୟାକେଟ ଧାନ

ଅତାବିରା,୬।୬(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଚାଷୀ ସର୍ବାଧିକ ଧାନ ଉତ୍ପାଦନ କରିଥାନ୍ତି। ଚଳିତବର୍ଷ ଧାନ ଫସଲ ବେଶ୍‌ ଆଶାଜନକ ଭାବେ ହୋଇଥିଲା। ହେଲେ ଧାନ ଅମଳ କରି ବିକିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ଚିନ୍ତିତ ହୋଇଛନ୍ତି। ମନ୍ଥର ଗତିରେ ମଣ୍ଡିରେ ଧାନ କିଣା ଯାଉଛି। ଫଳରେ ମଣ୍ଡିରେ ୩ଲକ୍ଷ ୬ହଜାର ୪୭୬ ପ୍ୟାକେଟ ଧାନ ପଡ଼ି ରହିଛି।
ଚଳିତବର୍ଷ ଫସଲ ଦେଖି ବେଶ ଖୁସି ଅନୁଭବ କରୁଥିଲେ ଚାଷୀ। ତେବେ ଗତ ମେ’ ମାସ ଶେଷ ସପ୍ତାହରେ ଅଦିନିଆ ଝଡ଼ବତାସ ସହ ଲଗାଣ ବର୍ଷା ଚାଷୀଙ୍କ ଫସଲ ଉଜାଡ଼ି ଦେଇଥିଲା। କ୍ଷେତ, ଖଳା, ରାସ୍ତା କଡ଼ ହୋଇ ମଣ୍ଡିଯାଏଁ ଅଦିନିଆ ବର୍ଷା ପାଣିରେ ଭିଜିଥିଲା ଧାନ। ସପ୍ତାହେ ବ୍ୟାପି ଲଗାଣ ବର୍ଷା ଫଳରେ ଅନେକ ଚାଷୀଙ୍କ ଧାନ ଗଜା ହୋଇଥିଲା। ରାସ୍ତା ପାର୍ଶ୍ୱରେ ଚାଷୀ ଧାନ ଶୁଖାଇଥିଲେ। ସେମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଜୁନ ପହିଲାରୁ ଟିକେ ଶୁଖିଲା ପାଗ ଚାଷୀଙ୍କୁ କିଛିଟା ଆଶ୍ବସ୍ତି ଦେଇଥିଲା। ହେଲେ ବୁଧବାର ସାରେ ପୁଣି ବର୍ଷା ହେବାରୁ ଚାଷୀ ବେହାଲ ହୋଇପଡିଛନ୍ତି। ଆଗକୁ ମୌସୁମୀ ବର୍ଷା ଆସୁଥିବାରୁ ଚିନ୍ତାରେ ଅଛନ୍ତି ଚାଷୀ। ଫଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିବାବେଳେ ସେମାନଙ୍କ ମାନସିକ, ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ କୋହଳ ମାନ ଯୋଜନା(ୟୁଆରଏସ୍‌)ରେ ସମସ୍ତ ଚାଷୀଙ୍କ ସବୁଧାନକୁ ସର୍ବନିମ୍ନ ସହାୟକ ଦରରେ କିଣିବା ପାଇଁ ଘୋଷଣା କରନ୍ତୁ ବୋଲି ବିଭିନ୍ନ କୃଷକ ସଙ୍ଗଠନ ସହ ବିରୋଧି ଦଳଗୁଡିକ ଦାବି କରିଛନ୍ତି। ଏଭଳି ଅବସ୍ଥାରେ ଗତ ମେ’୧୪ରୁ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ରବି ଧାନ କିଣାବିକାରେ ମନ୍ଥରତା ଦେଖା ଦେଇଛି। ପ୍ରଥମ ଦିନରୁ ଧାନ ଉଠାଣ ମନ୍ଥରତା ପାଇଁ ଦିନକୁ ଦିନ ମଣ୍ଡିଗୁଡିକରେ ଧାନ ପଡ଼ି ରହିଥିବା ବଢ଼ିବାରେ ଲାଗିଛି। ଯେଉଁ ମଣ୍ଡିକୁ ଦେଖିବେ ଧାନ ଭର୍ତ୍ତିହୋଇ ରହିଛି। ଫଳରେ ଧାନ ମଣ୍ଡିଗୁଡିକରେ ଅଭାବୀ ଧାନ ବିକ୍ରି ସମସ୍ୟା ଦେଖା ଦେଇଛି। କଟନୀ ଛଟନୀ ଜୋର ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପ୍ୟାକେଟ ପିଛା ୩ କେଜି ଧାନ କାଟୁଥିବା ଜଣେ ଚାଷୀ ରାଜ୍ୟ କୃଷକ ସଙ୍ଗଠନକୁ ଜଣାଇଛନ୍ତି। ଧାନ ମନ୍ଥରଗତିରେ ଉଠାଣ ସବୁ ଗଣିତ ଓଲଟ ପାଲଟ କରି ଦେଉଛି। ଗୁରୁବାର ସା ୬ଟା ଯାଏଁ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ମୋଟ ୩୪ ଲକ୍ଷ ୪୭ହଜାର ୪୧୪ ପ୍ୟାକେଟ ଧାନ ଆସିଥିବା ବେଳେ ୩୧ଲକ୍ଷ ୪୦ହଜାର ୯୩୮ ପ୍ୟାକେଟ ଧାନ ଉଠିଛି। ଫଳରେ ଏବେ ମଣ୍ଡିଗୁଡିକରେ ୩ଲକ୍ଷ ୬ହଜାର ୪୭୬ ପ୍ୟାକେଟ ଧାନ ପଡ଼ିରହିଛି। ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ପଡ଼ିରହି ପ୍ୟାକେଟ ସଂଖ୍ୟା ବଢିବାରେ ଲାଗିଛି। ଏପରି ଅବସ୍ଥା ଲାଗି ରହିଲେ ଯେକୌଣସି ମୁହୂର୍ତ୍ତରେ ଯେ ବଡ଼ ଧରଣର ଚାଷୀ ଆନ୍ଦୋଳନ ନ ହେବ ତାହାକୁ ଏଡାଇ ଦିଆଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri