ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ: ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ସୂଚନା

ଭୁବନେଶ୍ୱର, ୫।୬: ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟେକରଙ୍କୁ ଅଟକ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ ନେଇ ଜାତୀୟ ସ୍ତରରେ ପରିଚିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଜନଜାତିଙ୍କ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି। ତାଙ୍କର ଏହି ଅଟକ ଘଟଣା ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ପରିବେଶବିତ୍ମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି।

ପ୍ରକାଶ ଯେ, କାଶିପୁର ବ୍ଲକ ସୁଙ୍ଗେର ହାଟପଦା ଠାରେ ଆୟୋଜିତ ହେବାକୁ ଥିବା ପ୍ରାକୃତିକ ସମ୍ପଦ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୁରୁବାର ସକାଳେ ହୀରାଖଣ୍ଡରେ ଭୁବନେଶ୍ୱରରୁ ରାୟଗଡ଼ା ଠାରେ ପହଞ୍ଚିଥିଲେ। ତେବେ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବ ଓଡ଼ିଶା ପୋଲିସ ଛାଉଣୀ କରି ଘେରି ଯାଇଥିଲେ ମେଧାଙ୍କୁ। କେଉଁ କାରଣରୁ ପୋଲିସ ମେଧାଙ୍କୁ ଅଟକ ରଖିଛି ସେନେଇ ଦାୟିତ୍ୱରେ ଥିବା ଡିଏସପି ମୁନି ଆଚାରିଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏଭଳିକି ଏନେଇ ଏସପି ସାଥି ଏସ କୁମାରଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ମଧ୍ୟ ଫୋନ କାଟି ଦେଇଥିଲେ। ମେଧାଙ୍କ ସହିତ ଆସିଥିବା ଲିଙ୍ଗରାଜ ଆଜାଦ, ନରେନ୍ଦ୍ର ମହାନ୍ତି ଏବଂ ହର ବଣିଆଙ୍କୁ ମଧ୍ୟ ପୋଲିସ ଛାଉଣୀ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ

ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...

ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ

ନୂଆଦିଲ୍ଲୀ,୧୨ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

୧୦,୦୦୦ ଟଙ୍କା ହେଉ କି ୧ ଲକ୍ଷ ଟଙ୍କା ଦିଅ, ଜଣେ ମୁସଲିମ ଭୋଟର ମୋତେ କେବେ ବାଛିବେ ନାହିଁ: ହିମନ୍ତ ଶର୍ମା

ନୂଆଦିଲ୍ଲୀ,୧୨ା୧୨: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦୃଢ଼ତାର ସହ କହିଛନ୍ତି ଯେ ରାଜ୍ୟରେ ସରକାରୀ ଯୋଜନା କିମ୍ବା ଆର୍ଥିକ ପ୍ରୋତ୍ସାହନ ଅପେକ୍ଷା ବିଚାରଧାରା ଭୋଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri