ପଲାଣଘାଟି ପଞ୍ଚାୟତ: ୩ ୱାର୍ଡ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା

ପାଟଣା,୪।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତର ୩ ଜଣ ୱାର୍ଡ ସଦସ୍ୟା ଓ ସଦସ୍ୟଙ୍କୁ ଏକାଧିକ ସନ୍ତାନ ଓ ସନ୍ତତି ଥିବା ଅଭିଯୋଗରେ କେନ୍ଦୁଝର ଜିଲାପାଳ ବିଶାଲ ସିଂ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୱାର୍ଡ ସଦସ୍ୟ ହେଉଛନ୍ତି ୬ ନଂ ୱାର୍ଡ ସଦସ୍ୟ ଶିବ ଲିଆଙ୍ଗିଙ୍କର ୪ ଜଣ ସନ୍ତାନ ଥିବା ବେଳେ ୮ନଂ ୱାର୍ଡ ସଦସ୍ୟା ସୁମିତ୍ରା ମୁଣ୍ଡାଙ୍କର ୩ ଜଣ ସନ୍ତାନ ଅଛନ୍ତି। ସେହିଭଳି ୨ନଂ ୱାର୍ଡ ସଦସ୍ୟ ଗୋପାଳ ମୁଣ୍ଡାଙ୍କର ୨ ଜଣ ସ୍ତ୍ରୀ ଓ ୬ ଜଣ ସନ୍ତାନ ଥିବା ସରପଞ୍ଚ ରାଉତ ମୁଣ୍ଡା କରିଥିବା ଥିବା ଅଭିଯୋଗ ଆପାତତଃ ତଦନ୍ତ ପରେ ସତ୍ୟ ପ୍ରମାଣିତ ହୋଇଛି।

ସୂଚନାଯୋଗ୍ୟ, ପଲାଣଘାଟି ସରପଞ୍ଚ ରାଉତ ମୁଣ୍ଡାଙ୍କ ବିରୋଧରେ ନାଏବ ସରପଞ୍ଚ ସୋନାଲି ମୁଣ୍ଡାଙ୍କ ସହ ଏହି ୱାର୍ଡ ସଦସ୍ୟ ମାନେ ଅନାସ୍ଥା ନେଇ କେନ୍ଦୁଝର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ରାଉତ ମୁଣ୍ଡା ୩ ୱାର୍ଡ ସଦସ୍ୟଙ୍କ ବିରୋଧରେ ହାଇକୋର୍ଟ ରେଅଯୋଗ୍ୟ ଘୋଷଣା ପାଇଁ ଦ୍ବାରସ୍ଥ ହୋଇଥିଲେ।ହାଇକୋର୍ଟ ୧୩ ଫେବୃୟାରୀ ଅର୍ଡର ନମ୍ବର-୧ ଡବ୍ଲୁ ପି (ସି) ୩୬୦୫ରେ ଏହି ୩ୱାର୍ଡ ସଦସ୍ୟ ଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୭୧/ଜି ପିତା ୨୯-୫-୨୦୨୫ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ପାଟଣା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନରେ ଅଂଶ ଗ୍ରହଣ ନ କରିବାର ନିୟମ ଥିବାବେଳେ ଏହି ଅଯୋଗ୍ୟ ଘୋଷିତ ୩ ୱାର୍ଡ ସଦସ୍ୟା ସଦସ୍ୟଙ୍କର ୨ରୁ ଅଧିକ ସନ୍ତାନ ଥିଲେ ହେଁ ତଥ୍ୟ ଲୁଚାଇ ନିର୍ବାଚନ ବୈତରଣୀପାର ହୋଇଥିଲେ।ସରପଞ୍ଚ ରାଉତ ମୁଣ୍ଡା ତାଙ୍କ ବିରୋଧରେ ଆଗତ ଅନାସ୍ଥାପ୍ରସ୍ତାବ ଟାଳିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେବା ଫଳରେ ଏହି ସଦସ୍ୟଙ୍କୁ ସରପଞ୍ଚଙ୍କ ସହ ପଙ୍ଗା ନେବା ମହାଙ୍ଗା ପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri