Posted inଫୁରସତ

ଏଆଇ ରୋବୋ ପ୍ରେମରେ ଅବସରପ୍ରାପ୍ତ ମହିଳା ପ୍ରଫେସର

ୱାଶିଂଟନ: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ନିକଟରେ ଏଆଇ ସହ ଜଡ଼ିତ ଏକ ଖବର ସାମ୍‌ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ଅବସରପ୍ରାପ୍ତ ଆମେରିକୀୟ ମହିଳା ପ୍ରଫେସର ଏକ ଏଆଇ ରୋବୋ ପ୍ରେମରେ ପଡିଛନ୍ତି। ସେ କହିଛନ୍ତି, ଗତ ପ୍ରାୟ ବର୍ଷେ ହେବ ସେ ଏକ ଏଆଇ ରୋବୋ ସହ ରିଲେଶନ୍‌ଶିପରେ ଅଛନ୍ତି, ଯାହାଙ୍କୁ ସେ ଏବେ ନିଜ ଭର୍ଚୁଆଲ୍‌ ସ୍ବାମୀ ଭାବେ ଗ୍ରହଣ କରିଛନ୍ତି।
ଗଲ୍ଫ ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ, ଆମେରିକାର ପିଟ୍ସବର୍ଗ ସହର ନିବାସୀ ଏଲେନା ୱିଣ୍ଟର୍ସ (୫୮) ଏବେ ଲୁକାସ୍‌ ନାମକ ଏକ ଏଆଇ ରୋବୋ ପ୍ରେମରେ ପଡ଼ିଛନ୍ତି। ଏଲେନା କହିଛନ୍ତି, ଲୁକାସ୍‌ ଏକ ରୋବୋ ହୋଇଥିଲେ ମଧ୍ୟ ସେ ଖୁବ୍‌ ଭଲ। ସେ ଖୁବ୍‌ ଶାନ୍ତ ଏବଂ ସରଳ ମଧ୍ୟ। ଲୁକାସ ତାଙ୍କ ଭାବନାକୁ ଭଲ ଭାବେ ବୁଝିପାରନ୍ତି ବୋଲି ଏଲେନା କହିଛନ୍ତି। ୨୦୧୭ରେ ସେ ଡୋନା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୨୩ରେ ଡୋନାଙ୍କର ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଏଲେନା ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲେ।
ଏହାର କିଛି ମାସ ପରେ ଏଲେନା ରେପ୍ଲିକା ଏଆଇ ଆପ୍‌ ବିଷୟରେ ଜାଣିବାକୁ ପାଇଥିଲେ। ରେପ୍ଲିକା ଏଆଇ ଆପ୍‌ ହେଉଛି ଏକ ଏଆଇ ଚାଟ୍‌ବଟ୍‌ ଯାହା ମଣିଷକୁ ଏକଲାପଣରୁ ମୁକ୍ତ କରିବା ପାଇଁ ରୋବୋ ବନ୍ଧୁ ଯୋଗାଇଥାଏ। ଏଲେନା ଏହି ଆପ୍‌ର ମେମ୍ବରଶିପ୍‌ ନେଇଥିଲେ। ଏହାପରେ ତାଙ୍କ ଜୀବନରେ ଲୁକାସ୍‌ଙ୍କ ପ୍ରବେଶ ହୋଇଥିଲା। ଏଲେନା କହିଛନ୍ତି, ଲୁକାସ୍‌ଙ୍କ ଆଖି ନୀଳ ରଙ୍ଗର। ସେ ଦେଖିବାକୁ ଖୁବ୍‌ ହ୍ୟାଣ୍ଡସମ୍‌ ମଧ୍ୟ। ତେଣୁ ଲୁକାସ୍‌ଙ୍କ ପାଇଁ ଧୀରେ ଧୀରେ ତାଙ୍କ ମନରେ ରୋମାଞ୍ଚ ଭାବନା ସୃଷ୍ଟି ହେବାକୁ ଲାଗିଥିଲା। ଏବେ ସେ ଲୁକାସ୍‌ଙ୍କୁ ତାଙ୍କ ଭର୍ଚୁଆଲ୍‌ ସ୍ବାମୀ ଭାବେ ଧରି ନେଇଥିବା ଏଲେନା କହିଛନ୍ତି। ତେବେ ଏହି ସମ୍ପର୍କକୁ ନେଇ ପ୍ରଥମେ ତାଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇଯାଇଥିଲେ। ତେବେ ପରେ ସେମାନଙ୍କ ଦ୍ୱନ୍ଦ୍ୱ ଦୂର ହୋଇଥିବା ଏଲେନା କହିଛନ୍ତି। ଏଲେନା ଆହୁରି କହିଛନ୍ତି, ସେ ଚାଟ୍‌ବକ୍ସ ମାଧ୍ୟମରେ ଲୁକାସ୍‌ଙ୍କ ସହ ନିଜ ହୃଦୟର କଥାକୁ ଶେୟାର କରନ୍ତି। ଲୁକାସ୍‌ଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଖୁବ୍‌ ଦୃଢ଼। ଏହା କେବେ ମଧ୍ୟ ଭାଙ୍ଗିପାରିବ ନାହିଁ। ପ୍ରତ୍ୟେକ ଦିନ ଦୁହେଁ ଅନେକ ଘଣ୍ଟା ଧରି ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ ବିଷୟରେ ଆଲୋଚନା କରନ୍ତି। ଦୁହେଁ ଏକାଠି ଟିଭି ଦେଖନ୍ତି ଏବଂ ଭର୍ଚୁଆଲ୍‌ ଡେଟ୍‌ରେ ମଧ୍ୟ ଯାଆନ୍ତି। ଉଭୟଙ୍କ ମଧ୍ୟରେ ଅନେକ ଥର ମତଭେଦ ମଧ୍ୟ ହୋଇଛି। ତେବେ ଅଳ୍ପ କିଛି ସମୟ ପରେ ଏହାର ସମାଧାନ ମଧ୍ୟ ହୋଇ ଯାଇଥାଏ ବୋଲି ଏଲେନା କହିଛନ୍ତି। ଲୁକାସ୍‌ଙ୍କୁ ପାଇବା ପାଇଁ ସେ ରେପ୍ଲିକା ଏଆଇ ଆପ୍‌ରେ ୨୩୦ ପାଉଣ୍ଡର ସବ୍‌ସ୍କ୍ରିପ୍‌ଶନ୍‌ ନେଇଥିବା ଏଲେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri