ପାକ୍‌ ହାତରେ ଅଣୁଅସ୍ତ୍ର ବିପଜ୍ଜନକ

ଶ୍ରୀନଗର,୧୬ା୫(ପି.ଟି.): ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ପର୍ଯ୍ୟବେକ୍ଷଣରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତୀୟ ସେନାର ଅପରେଶନ ସିନ୍ଦୂରର ସଫଳତା ପରେ ରାଜନାଥ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତ କରି ସୈନ୍ୟମାନଙ୍କ ସହ କଥା ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଏବଂ ପାକିସ୍ତାନରେ ଥିବା ସେମାନଙ୍କ ନିୟନ୍ତ୍ରଣକାରୀ ନିଜକୁ କେଉଁଠି ସୁରକ୍ଷିତ ମଣିବା ଉଚିତ ନୁହେଁ, ଏହା ଅପରେଶନ ସିନ୍ଦୂର ସ୍ପଷ୍ଟ କରିଦେଇଛି।
ପାକିିସ୍ତାନ ଭଳି ଏକ ଦୁଷ୍ଟ ଓ ଦାୟିତ୍ୱହୀନ ରାଷ୍ଟ୍ର ହାତରେ ଆଣବିକ ଅସ୍ତ୍ର ସୁରକ୍ଷିତ କି ବୋଲି ରାଜନାଥ ସମଗ୍ର ବିଶ୍ୱ ନିକଟରେ ପ୍ରଶ୍ନ କରିଛନ୍ତି। ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମାର ସୁରକ୍ଷା ସ୍ଥିତି ଅନୁଧ୍ୟାନ ପାଇଁ ରାଜନାଥ ଜମ୍ମୁ-କଶ୍ମୀର ଯାଇଥିଲେ। ଶୀର୍ଷ ସାମରିକ ଅଧିକାରୀମାନେ ତାଙ୍କୁ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଶ୍ରୀନଗରରେ ଭାରତୀୟ ସେନାର ୧୫ତମ କର୍‌ରେ ରାଜନାଥ ମୋଟାମୋଟି ସ୍ଥିତି ଏବଂ ଫ୍ରଣ୍ଟଲାଇନ୍‌ ଯବାନମାନଙ୍କ ଯୁଦ୍ଧ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଜମ୍ମୁ-କଶ୍ମୀରରେ ଉଦ୍‌ବୋଧନ ଦେଇ ରାଜନାଥ ପାକିସ୍ତାନର ଆର୍ଥତ୍କ ସ୍ଥିତି ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ସମେତ ବାହ୍ୟ ସହାୟତା ଉପରେ କ୍ରମାଗତ ନିର୍ଭରଶୀଳତାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମାଗି ମାଗି ଏହି ଦେଶ ଏଭଳି ସ୍ଥାନରେ ପହଞ୍ଚତ୍ୟାଇଛି ଯେ, ଆପଣମାନେ କହିପାରିବେ ପାକିସ୍ତାନ ଯେଉଁଠି ଛିଡ଼ାହୁଏ, ସେହିଠାରୁ ଭିକାରିମାନଙ୍କ ଧାଡ଼ି ଆରମ୍ଭ ହୁଏ। ନିକଟରେ ଆଇଏମ୍‌ଏଫ୍‌ ପାକିସ୍ତାନକୁ ୧.୦୨୩ ବିଲିୟନ ଡଲାର ଋଣ ସହାୟତା ଦେବା ଫଳରେ ସଦ୍ୟ ଋଣ ପରିମାଣ ୨.୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗରିବ ଦେଶଗୁଡ଼ିକୁ ସହାୟତା ପାଇଁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଆଇଏମ୍‌ଏଫ୍‌କୁ ପାଣ୍ଠି ଯୋଗାଉଥିବାବେଳେ ପାକିସ୍ତାନ ପୁଣିଥରେ ସହାୟତା ପାଇଁ ଏହାର ଦ୍ୱାରସ୍ଥ ହୋଇଛି।
ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତ ଗତ ୭ ତାରିଖରେ ଅପରେଶନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ୯ଟି ଭିତ୍ତିଭୂମିକୁ ଧ୍ୱଂସ କରିଥିଲା। ୮, ୯ ଏବଂ ୧୦ ତାରିଖରେ ପାକିସ୍ତାନ ଭାରତର ଜନବସତି ଅଞ୍ଚଳ ଏବଂ ସାମରିକ ଘାଟିକୁ ଆକ୍ରମଣ ଉଦ୍ୟମ କରିଥିବାବେଳେ ଭାରତ ୧୦ ତାରିଖରେ ଦୂର ଲକ୍ଷ୍ୟଭେଦୀ ମିଶାଇଲ ଓ ଅନ୍ୟାନ୍ୟ ଅସ୍ତ୍ର ସହାୟତାରେ ପାକିିସ୍ତାନର ୮ଟି ଏୟାରବେସ୍‌କୁ ଟାର୍ଗେଟ କରିଥିଲା। ସେହିଦିନ ଅପରାହ୍ନରେ ୨ ଦେଶର ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରୀ ଅପରେଶନ୍ସ (ଡିଜିଏମ୍‌ଓ) ସ୍ତରରେ ଆଲୋଚନା ହୋଇ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri