ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶେଷ: ୨୮ରେ ପ୍ରକାଶ ପାଇବ ରାୟ

ପାଟଣାଗଡ଼,୧୪ା୫( ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବୁଧବାର ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବିତର୍କ ପ୍ରକିୟା ଶେଷ ହୋଇଯାଇଛି। ଆସନ୍ତା ୨୮ରେ ଏହି ମାମଲାର ରାୟ ପ୍ରକାଶ ପାଇବ। ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ କ’ଣ ଦଣ୍ଡ ମିଳିବ, ଯଦି ମିଳିବ ତା’ହେଲେ କି ପ୍ରକାର ଦଣ୍ଡ ମିଲିବ ଏବେ ତା’ଉପରେ ସମସ୍ତଙ୍କର ନଜର ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର ଜେଲରୁ ଆଜି ମଧ୍ୟ କଡ଼ାସୁରକ୍ଷା ବଳୟ ଭିତରେ ପାଟଣାଗଡ଼ କୋର୍ଟକୁ ଅଣାଯାଇଥିଲା। କୋର୍ଟରେ ଉଭୟ ପକ୍ଷର ଓକିଲ ଶେଷ ପ୍ରକ୍ରିୟାର ବିତର୍କ କରିଥିଲେ। ଏହି ବିତର୍କକୁ ଶୁଣିବା ପାଇଁ ପୁଞ୍ଜିଲାଲ ପରିବାର ବର୍ଗ, ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।

ପୀଡ଼ିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନ୍‌ଗୋଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ଯାହାସବୁ ତଥ୍ୟ ମିଳିଥିଲା ତାକୁ ଆମେ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ଆଧାରରେ କୋର୍ଟରେ ପ୍ରମାଣ କରିଛୁ। ଠିକ୍‌ ଭାବରେ ତଦନ୍ତ ପ୍ରକିୟା ହୋଇଛି। ଏପରିକି ଯାହା ଆମେ ଉପସ୍ଥାପନ କରିଛୁ ନ୍ୟାୟ ପାଇବା ନିଶ୍ଚିତ ବୋଲି କାନୁନ୍‌ଗୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ କହିବା ଅନୁସାରେ ବିତର୍କ ପ୍ରକିୟା ସରିଯାଇଛି। ଖୁବ୍‌ଶୀଘ୍ର କୋର୍ଟ ନିଜର ଫଇସଲା ଶୁଣିଇବେ। ପୁଞ୍ଜିଲାଲଙ୍କୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଚାପଗ୍ରସ୍ତ ହୋଇ ଫସାଇଦେଇଛି। କ୍ରାଇମବ୍ରାଞ୍ଚ ଅନ୍ୟଦିଗ ଉପରେ ତଦନ୍ତ ନ କରି ଆକ୍ରେଶମୂଳକ ଭାବରେ ପୁଞ୍ଜିଲାଲଙ୍କୁ କାଠଗଡ଼ାକୁ ଟାଣିବା ସହ ନିଜ କାମ ସାରିଦେଇଛି। ପୁଞ୍ଜିଲାଲଙ୍କ ବିରୋଧରେ ଯେତିକି ଅଭିଯୋଗ ଆସିଥିଲା ତା’ଠାରୁ ଅନ୍ୟମାନଙ୍କ ଉପରେ ଅଧିକ ଅଭିଯୋଗ ଥିଲା। କିନ୍ତୁ ପୋଲିସ ମଧ୍ୟ ଚାପଗ୍ରସ୍ତ ହୋଇ ସେମାନଙ୍କୁ ତଦନ୍ତ ପରିସରକୁ ଆଣି ମଧ୍ୟ ପରବର୍ତ୍ତୀ ସମୟରେ ଛାଡ଼ିଦେଇଥିଲା। ତେଣୁ ତଦନ୍ତ ଠିକ୍‌ ବାଟରେ ହୋଇ ନ ଥିବା ପୁଞ୍ଜିଲାଲଙ୍କ ଓକିଲ ମିଶ୍ର କହିଥିଲେ। ସେପଟେ ମୃତ ସୌମ୍ୟଶେଖରଙ୍କ ବାପା ରବୀନ୍ଦ୍ର ସାହୁ କ୍ରାଇମ୍‌ବ୍ରାଞ୍ଚ ଠିକ୍‌ ଭାବରେ ଏହି ମାମଲାର ତଦନ୍ତ କରିଛି। ଆଗକୁ ଆମେ ନ୍ୟାୟ ପାଇବୁ ବୋଲି ଗଣମାଧ୍ୟମ ସମ୍ମୁଖରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ।

ସୂଚନାନୁସାରେ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ସେତେବେଳର କଲେଜ ଅଧ୍ୟକ୍ଷା ସଂଯୁକ୍ତ ସାହୁଙ୍କ ଘରକୁ ଏକ ପାର୍ସଲ ବୋମା ପଠାଇଥିଲେ। ରବୀନ୍ଦ୍ର ଓ ସଂଯୁକ୍ତାଙ୍କ ଏକମାତ୍ର ପୁଅ ସୋମ୍ୟଶେଖରଙ୍କ ବାହାଘର ୨୦୧୮ ଫେବୃଆରୀ ୧୭ରେ ହୋଇଥିଲା। ପୁଞ୍ଜିଲାଲ ବିବାହ ଉପହାର ଭାବେ କୋରିଅର ମାଧ୍ୟମରେ ଏହି ପାର୍ସଲ ଗିଫ୍ଟ ଦେଇଥିଲେ। ୨୩ ତାରିଖରେ ପାର୍ସଲ ଗିଫ୍ଟ ଖୋଲିବା ସମୟରେ ତାହା ବିସ୍ପୋରଣ ଘଟିଥିଲା । ଏଥିରେ ସୋମ୍ୟଶେଖର ଓ ତାଙ୍କ ଜେଜେମା ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ନବବିବାହିତା ସ୍ତ୍ରୀ ରୀମାରାଣି ସାହୁ ଗୁରୁତର ହୋଇ ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ପାଟଣାଗଡ଼ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ କ୍ରାଇମବ୍ରାଞ୍ଚ ଏଦିଗରେ ତଦନ୍ତ କରି ପୁଞ୍ଜିଲାଲଙ୍କୁ ମାମଲାର ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା। ସେହିଦିନଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜେଲରେ ବିଚାରାଧୀନ ଭାବରେ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି 

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରଠାରୁ ଆରମ୍ଭ ହେବ। ସା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା।...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri