ଜମ୍ମୁରୁ ଫେରିଲେ ୧୧୪ ଓଡ଼ିଆ ଛାତ୍ରୀଛାତ୍ର

କଟକ,୧୧।୫(କାର୍ତ୍ତିକ ସାହୁ): ଜମ୍ମୁସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଶାର ୧୧୪ଜଣ ଛାତ୍ରୀଛାତ୍ର ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୩୫ଜଣ ଛାତ୍ରୀ ଅଛନ୍ତି। ସରକାରୀ ବ୍ୟବସ୍ଥାରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନେ ଜମ୍ମୁରୁ ଦିଲ୍ଲୀ ଓ ପୁଣି ଦିଲ୍ଲୀରୁ ବିଭିନ୍ନ ଟ୍ରେନ୍‌ ଯୋଗେ ଆସି ଓଡ଼ିଶାର ନିଜ ଅଞ୍ଚଳର ଷ୍ଟେଶନରେ ଶନିବାର ଓହ୍ଲାଇଛନ୍ତି। ପ୍ରତ୍ୟେକ ରେଳଷ୍ଟେଶନରୁ ସେମାନଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ଦ୍ୱାରା ନିଆଯାଇ ସେମାନଙ୍କ ପରିବାର ନିକଟରେ ପହଞ୍ଚାଇ ଦିଆଯାଇଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ଜମ୍ମୁରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରୁ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନେଇ ସରକାରଙ୍କୁ ଜଣାଇଥିଲେ। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆର୍‌ଟିଓମାନଙ୍କୁ ୮ ତାରିଖ ସନ୍ଧ୍ୟାରେ
ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ବିହିତ ପଦକ୍ଷେପ ନିଆଯାଇଥିଲା। ଜମ୍ମୁ-କଶ୍ମୀରରୁ ଫେରୁଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ରେ ଆସିଥିବା ଓଡ଼ିଆ ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ବାଲେଶ୍ୱରରେ ୩ଜଣ, ଭଦ୍ରକରେ ୪ଜଣ, ଯାଜପୁର-କେନ୍ଦୁଝର ରୋଡ୍‌ରେ ୫ଜଣ, କଟକରେ ୫ଜଣ, ଭୁବନେଶ୍ୱରରେ ୧୮ଜଣ ଏବଂ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ରେ ଆସି ଝାରସୁଗୁଡ଼ାରେ ୮ଜଣଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଇଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ୍‌ ତେଜସ୍‌ ରାଜଧାନୀ ଏକ୍ସପ୍ରେସ୍‌, ନୀଳାଚଳ ଏକ୍ସପ୍ରେସ, ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଯୋଗେ ଅନ୍ୟମାନେ ଓଡ଼ିଶା ଫେରିଥିବା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକରେ ଓହ୍ଲାଇଥିବା ୫ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ୪ଜଣ ଛାତ୍ରୀ ଅଛନ୍ତି। କଟକ ଜଗତପୁର ଅଞ୍ଚଳର ଛାତ୍ରୀ ସୌମ୍ୟା ସରିତା ମହାରଣା ଓ ପ୍ରୀତି ପ୍ରଜ୍ଞା ବେହେରାଙ୍କ କହିବାନୁସାରେ, ସେମାନେ ଜମ୍ମୁରୁ ଟ୍ରେନ୍‌ ଯୋଗେ ଦିଲ୍ଲୀ ଆସୁଥିବା ବେଳେ ଟ୍ରେନ୍‌ ଭିତର ଲାଇଟ୍‌ ବନ୍ଦ କରାଯାଇଥିଲା। ଜମ୍ମୁରେ ଗୁଳି ଫୁଟିବା ଶବ୍ଦ ଶୁଣି ଭୟଭୀତ ଅବସ୍ଥାରେ ଥିବା ବେଳେ ଏଭଳି ଟ୍ରେନ ଯାତ୍ରାରେ ଆମେ ଜୀବନ ରକ୍ଷା ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲୁ। ତେବେ ଦିଲ୍ଲୀରେ ନିରାପଦରେ ପହଞ୍ଚତ୍ବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲେ ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri