୫ ବର୍ଷ ହେଲା ଜଗା ରଥପାଇଁ ପଠାଯାଉଛି କାଠ: ଭଞ୍ଜନଗରୁ ପ୍ରଥମ ପର୍ଯ୍ୟାୟରେ ଗଲା ରଥକାଠ

ଭଞ୍ଜନଗର,୬।୫(ବାବୁଲା ପ୍ରଧାନ): ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଜୁନ ୨୭ ତାରିଖରେ ହେବ। ତେଣୁ ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ପୁରୀ ରଥଖଳାରେ ଚାଲିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ରଥକାଠ ପୁରୀ ଅଭିମୂଖେ ଅଣାଯାଉଛ। ଏହିଭଳି ଗଞ୍ଜାମ ଜିଲା ଘୁମୁସର ଦକ୍ଷୀଣ ବନଖଣ୍ଡ ଏବଂ ଉତ୍ତର ବନଖଣ୍ଡରୁ ଆଜକୁ ୫ ବର୍ଷ ହେବ ପୁରୀ ରଥଯାତ୍ରା ପାଇଁ କାଠ ପଠାଯାଉଛି। ଏହିଭଳି ମଙ୍ଗଳବାର ଘୋଗଡ ସଂରକ୍ଷିତ ଜଙ୍ଗଲରୁ ୨୩ ଖଣ୍ଡ କାଠକୁ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ରଥ ଳା ଅଭିମୁଖେ କାଠ ଯାଇଛି। ଏହି ସମୟରେ ସେଠାରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବାଟରେ ଲୋକେ ମଧ୍ୟ ରଥକାଠ ଗାଡ଼ିକୁ ଅଟକାଇ ପୂଜାର୍ଚ୍ଚନା କରୁଥିଲେ। ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡରୁ ୮୪ ଖଣ୍ଡ କାଠ ପୁରୀ ଅଭିମୁଖେ ଯିବ ବୋଲି ଡିଏଫ ଓ ବିନୋଦ ଆଚାର୍ଯ୍ୟ ଏଠାରେ ସୂଚନା ଦେଇଛନ୍ତି।
ସେହିଭଳି ଉତ୍ତର ଘୁମୁସର ବନଖଣ୍ଡରୁ ୯୦ ଖଣ୍ଡ କାଠ ଯିବ। ପ୍ରଥମ ପର୍ଯ୍ୟାୟରେ ଯାଇଥିବା କାଠ ଗୁଡିକୁ ରଥ ଚକରେ ଲାଗିବ।
ସୂଚନାଯୋଗ୍ୟ, ପୁରୀ ରଥଯାତ୍ରା ପାଇଁ ଆବଶ୍ୟକ କାଠ ବର୍ତ୍ତମାନ ସବୁ ଜଙ୍ଗଲରେ ମିଳୁନାହିଁ। ତେଣୁ ରଥ ଯାତ୍ରାର ବହୁ ପୂର୍ବରୁ ବନ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିତ ଭାବେ ବୈଠକ ହୋଇ କାଠ ଚୟନ ହୋଇଥାଏ। ପରେ କାଠ କାଟିବା ଯୋଜନା ହୋଇଥାଏ। ଆଜି ରଥ କାଠ ଯିବା ସମୟରେ ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ଏସିଏଫ ବିବେକ କୁମାର ଦାସ, ଡ ରଶ୍ମି ରଞ୍ଜନ ସାଇଁ, ତାରସିଂରେଞ୍ଜର ପ୍ରଶାନ୍ତ କୁମାର ବେହେରା, ବନପାଳ ଶୁଭସ୍ମିତା ଦାସ,ସନ୍ତୋଷ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri