Posted inଫୁରସତ

ଗଣମାଧ୍ୟମ ସ୍ବାଧୀନତା ସଙ୍କୁଚିତ ନ ହେଉ

ସାରା ବିଶ୍ବରେ ପ୍ରତିବର୍ଷ ମେ’ ୩ ତାରିଖରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନ ହୋଇଥାଏ। ପ୍ରେସ୍‌ ସ୍ବାଧୀନତାର ଗୁରୁତ୍ୱ ପ୍ରତି ଜନସଚେତନତା ସୃଷ୍ଟି ତଥା ସାମ୍ବାଦିକମାନଙ୍କୁ ସେମାନଙ୍କ ସାହସିକ ଉଦ୍ୟମ ନିମନ୍ତେ ସମ୍ମାନ ଜଣାଇବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଗଣମାଧ୍ୟମ ବିନା ଗଣତନ୍ତ୍ର ଅସୁରକ୍ଷିତ। ଏକ ସଫଳ ଗଣତନ୍ତ୍ର ପାଇଁ ଏକ ସ୍ବାଧୀନ ଗଣମାଧ୍ୟମ ନିତାନ୍ତ ଅପରିହାର୍ଯ୍ୟ। ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ଅନୁସାରେ, ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ଏକ ମୂଳ ସତ୍ୟ ଉପରେ ଗୁରୁତ୍ୱାରୋପ କରେ; ତାହା ହେଲା ‘ଲୋକଙ୍କର ସ୍ବାଧୀନତା ପ୍ରେସ୍‌ ସ୍ବାଧୀନତା ଉପରେ ନିର୍ଭରଶୀଳ’। ଏକ ସ୍ବାଧୀନ ଗଣମାଧ୍ୟମ ନ୍ୟାୟ, ସମାନତା, ଉତ୍ତରଦାୟିତ୍ୱ ଓ ମାନବିକ ଅଧିକାରର ପ୍ରମୁଖ ଆଧାର ଭାବେ କାର୍ଯ୍ୟକରେ। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଥୋମାସ ଜେଫରସନ୍‌ ଏକଦା କହିଥିଲେ, ଯେଉଁଠି ପ୍ରେସ୍‌ ସ୍ବାଧୀନ ସେଇଠି ସମସ୍ତେ ସୁରକ୍ଷିତ। ସ୍ବାଧୀନ ଗଣମାଧ୍ୟମ ବିନା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କଷ୍ଟକର। ଏହି ଦିବସର ଇତିହାସ ଦେଖିବାକୁ ଗଲେ ୧୯୯୧ରେ ଆଫ୍ରିକୀୟ ସାମ୍ବାଦିକମାନଙ୍କର ପ୍ରେସ୍‌ ସ୍ବାଧୀନତା ସପକ୍ଷରେ ସ୍ବରଉତ୍ତୋଳନର ଘଟଣା ସାମ୍ନାକୁ ଆସେ। ଯାହା ପରବର୍ତ୍ତୀ ସମୟରେ ‘ଡିକ୍ଲାରେଶନ ଅଫ୍‌ ଉଇଣ୍ଡହୋକ’ର ରୂପ ନେଇଥିଲା। ୧୯୯୩ ମସିହାରେ ସଂଯୁକ୍ତରାଷ୍ଟ୍ର ମହାସଭା ପ୍ରଥମ ଥର ପାଇଁ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନର ନିଷ୍ପତ୍ତି ନେଇଥିଲା। ମେ’ ୩ ତାରିଖରେ ଉଇଣ୍ଡହୋକ ଡିକ୍ଲାରେଶନ ଗୃହୀତ ହୋଇଥିବା କାରଣରୁ ଏହି ଦିବସ ପାଇଁ ମେ’ ୩ ତାରିଖକୁ ବଛା ଯାଇଥିଲା। ଏ ବର୍ଷ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ଲାଗି ବିଷୟବସ୍ତୁ ରହିଛି: ‘ରିପୋର୍ଟିଂ ଇନ୍‌ ଦ ବ୍ରେଭ ନ୍ୟୁ ଓ୍ବାଲର୍‌ଡ ଦି ଇମ୍ପାକ୍ଟ ଅଫ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅନ୍‌ ପ୍ରେସ୍‌ ଫ୍ରିଡମ୍‌ ଆଣ୍ଡ ଦ ମିଡିଆ’। କୃତ୍ରିମ ବୁଦ୍ଧିମତ୍ତା ବର୍ତ୍ତମାନ ସମୟରେ ପ୍ରଭାବ ବିସ୍ତାର କରି ଚାଲିଛି। ଏହାର ବହୁଳ ପ୍ରୟୋଗ ସୂଚନା ସଂଗ୍ରହ, ବିନିମୟ ଓ ଉପଯୋଗ ଆଦି ଦିଗଗୁଡ଼ିକରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି। ତେବେ ଏହା ସାମ୍ପ୍ରତିକ ଗଣମାଧ୍ୟମ ସମ୍ମୁଖରେ ଉଭୟ ଆହ୍ବାନ ଓ ସମ୍ଭାବନା ସୃଷ୍ଟି କରିଛି। ବର୍ତ୍ତମାନ ଆମେ ନ୍ୟୁଜ୍‌ରୁମ ଅଟୋମେଶନ, ଆଲ୍‌ଗୋରିଦମ୍‌, କଣ୍ଟେଣ୍ଟ ଭିଜିବିଲିଟି, ଡେଟା ଆନାଲିସିସ୍‌, ଫ୍ୟାକ୍ଟ ଚେକିଂ, ସର୍ଭେଲାନ୍ସ, ଡିସ୍‌୍‌ଇନ୍‌ଫର୍ମେଶନ ଆଦି କିଛି ଶବ୍ଦ ସହ ଊଣା ଅଧିକେ ପରିଚିତ ଅଛୁ। ଏସବୁ ଦିଗରେ କୃତ୍ରିମ ବୁଦ୍ଧିମତ୍ତାର ବହୁଳ ଉପଯୋଗ ହେବାରେ ଲାଗିଛି। ତେବେ ଏହାର ପ୍ରୟୋଗ ପ୍ରେସ୍‌ ସ୍ବାଧୀନତାକୁ ସଙ୍କୁଚିତ ନ କରିବା ଆବଶ୍ୟକ। ମନର ପ୍ରକୃତି ମାଧ୍ୟମର ପ୍ରକୃତିକୁ ପ୍ରଭାବିତ କରେ। ଏକ ସକାରାତ୍ମକ ଆଭିମୁଖ୍ୟ ପ୍ରେସ୍‌ ସ୍ବାଧୀନତାର ପ୍ରକୃତ ଉଦ୍ଦେଶ୍ୟକୁ ବହନ କରେ। ଯଦି ଆଭିମୁଖ୍ୟ ନକାରାତ୍ମକ, ତେବେ ସ୍ବାଧୀନତାର ପ୍ରକୃତ ଉଦ୍ଦେଶ୍ୟ ମୂଲ୍ୟହୀନ ପାଲଟେ। କୃତ୍ରିମ ବୁଦ୍ଧିମତ୍ତାକୁ ବୃହତ୍ତର ସାମାଜିକ ସ୍ବାର୍ଥ ହାସଲ ଦିଗରେ ପ୍ରୟୋଗ କରାଯିବା ଜରୁରୀ। ପ୍ରେସ୍‌ ସ୍ବାଧୀନତା ଦିବସ ମଧ୍ୟ ସାମ୍ବାଦିକମାନଙ୍କର ସୁରକ୍ଷା ଓ ସମ୍ମାନର କଥା କହେ। ଯେଉଁଠି ସାମ୍ବାଦିକ ସୁରକ୍ଷିତ ନୁହନ୍ତି, ସେଇଠି ଗଣମାଧ୍ୟମର ସ୍ବାଧୀନତା ପ୍ରଭାବିତ ହୋଇଥାଏ ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଜାଣିରଖିବା ଦରକାର ଯେ ଏକ ସୁସ୍ଥ ସମାଜର ପରିକଳ୍ପନା ଏକ ସ୍ବାଧୀନ, ସଚେତନ ଓ ସମ୍ବେଦନଶୀଳ ଗଣମାଧ୍ୟମ ବିନା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri