ପ୍ରଶ୍ନପତ୍ର ବିଭ୍ରାଟରେ ଯିଏ ଦୋଷୀ ତାଙ୍କୁ ଛଡ଼ା ଯିବନାହିଁ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୨୮ା୪: OPSC/SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପ୍ରଶ୍ନପତ୍ର ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ କରାଯିବ ବୋଲି କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ପ୍ରକାଶ କରିଛନ୍ତି। ଏପରିକି ଯିଏ ଦୋଷୀ ତାଙ୍କୁ ଛଡ଼ା ଯିବ ନାହିଁ ବୋଲି ସୂର୍ଯ୍ୟବଂଶୀ କହିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟକୁ ସଂକ୍ରାନ୍ତୀୟ ବିଲ ବିଧାନସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇଥିବା ସେ କହିଛନ୍ତି।

ରବିବାର ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଥିଲା। OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି ହୋଇଥିଲା। ନୋଟିସ ଜରିଆରେ ତ୍ରୁଟି ସ୍ବୀକାର କରିଥିଲେ OPSC କର୍ତ୍ତୃପକ୍ଷ। ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା କର୍ତ୍ତୃପକ୍ଷ ଜଣାଇଛନ୍ତି ।

ରବିବାର OCS ମେନ-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ଥିଲା। ପୂର୍ବାହ୍ନ ୯ଟାରୁ ୧୨ଟା ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା ମିଳି ଥିଲା । ତେବେ ପ୍ରଥମ ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଅନ୍ୟପକ୍ଷେ ଆଜି ଉତ୍କଳ ସ୍କଂସ୍କୃତି ବିଶ୍ବବିଦ୍ୟାଳୟ ୭ମ ସେମିଷ୍ଟର ପରୀକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ଭିଜୁଆଲ ଆର୍ଟର ୭୦୨ନଂ ପେପର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି। ୧୦ଟି ପ୍ରଶ୍ନରୁ ୧୦ଟି ଯାକ ଭୁଲ ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରିଦେଇଛନ୍ତି କର୍ତ୍ତୃପକ୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ମାଗଣାରେ ହେବ ନାମଲେଖା, ପରୀକ୍ଷା

ଭୁବନେଶ୍ୱର,୨୧।୧: ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri