କର୍ଲାମୁଣ୍ଡା,୨୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ଦେବେନ୍ଦ୍ର ସାମଲ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସିଡିପିଓ କଳ୍ପ ଲତା ତ୍ରିପାଠୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ରିଷିଡା ସରପଞ୍ଚ ସେବତୀ ରଣା ପ୍ରମୁଖ ଯୋଗ ଦେଇଥିଲେ।
ଏପରିକି ପୌରକେଲା ଯଶୋଶ୍ୱିନୀ ଧରୁଆ, ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ବାଗତ କୁମାର ପାଣିଗ୍ରାହୀ, ଏମ୍ପିଙ୍କ ପ୍ରତିନିଧି ହୃଦାନନ୍ଦ ସାହୁ, ଭାଜପା ନେତା ଦୟା ନିଧି ସାହୁ, ଗୋବିନ୍ଦ ସାହୁ, ଲିଙ୍ଗ ରାଜ ସାହୁ, ସଞ୍ଜୟ ଜୈନ, ବନ ମାଲି ସାହୁ, ଶୁଭ୍ରାଂଶୁ ସାହୁ, ଜୋରାଡବରା ମଣ୍ଡଳ ଜିଲା ପ୍ରତିନିଧି ଶିଶିର ସାହୁ, ଧରିତ୍ରୀ ପ୍ରତିନିଧି ପ୍ରଦୀପ କୁମାର ସାହୁ, ଖବରଦାତା ନରୋତ୍ତମ ସେଲମା, ଭଜ ଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଉପର ଆଲୋଚନା କରିଥିଲେ। ଏହି ଅବସରରେ ନୂତନ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଇଥିଲା।
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିପିଏମ୍ ଅଜିତ ସିଂ କୁମାର, ବ୍ଲକ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାସ ଯୋଗଦେଇ ହିତାଧିକାରୀମାନଙ୍କୁ ମଶାରୀ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।


