ଖାଲି ପଡ଼ିଛି ୫୧ ପଦବୀ: ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ

ଭବାନୀପାଟଣା,୨୪ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାବାସୀଙ୍କ ଦୀର୍ଘଦିନର ଆନ୍ଦୋଳନ ପ ରାଜ୍ୟ ସରକାରଙ୍କ ପକ୍ଷରୁ ଭବାନୀପାଟଣା ସହର ଭଙ୍ଗାବାରୀଠାରେ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଘୋଷଣା ହୋଇଥିଲା। ୨୦୨୩ ମସିହାରୁ ଏଠାରେ ପାଠପଢା ଆରମ୍ଭ ହୋଇଛି। ହେଲେ ମେଡିକାଲ କଲେଜରେ ଏବେ ବହୁ ଅଧ୍ୟାପକ ପଦବୀ ଖାଲିପଡିଛି। ବର୍ତ୍ତମାନ ୧୫୮ଟି ପଦବୀ ମଧ୍ୟରୁ ୫୧ଟି ଖାଲି ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ୨୧ଟି ମଞ୍ଜୁରିପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ଏବେ ୧୧ ଜଣ ଅଛନ୍ତି ଓ ୧୦ଟି ପଦବୀ ଖାଲି ପଡିଛି। ସେହିପରି ୨୭ ଜଣ ଆସୋସିଏଟ୍‌ ପ୍ରଫେସର ପଦବୀ ଥିବାବେଳେ ୧୬ ଜଣ ଅଛନ୍ତି ଓ ୧୧ଟି ପଦବୀ ଖାଲି ରହିଛି। ୪୫ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଜାଗାରେ ୪୩ ଜଣ କାର୍ଯ୍ୟ କରୁଥିବାବେଳେ ୨ଟି ପଦବୀ ଖାଲି ପଡିଛି। ୨୬ଟି ଟ୍ୟୁଟର୍‌ ପଦବୀରୁ ୧୩ ଜଣ ଅଛନ୍ତି ଓ ୧୩ଟି ପଦବୀ ଖାଲି ପଡିଛି। ୩୯ ଜଣ ସିନିୟର ରେସିଡେଣ୍ଟ ମଧ୍ୟରୁ ୨୪ ଜଣ କାର୍ଯ୍ୟରତ ଅଛନ୍ତି ଓ ଆହୁରି ୧୫ଟି ପଦବୀ ଖାଲି ଅଛି। କିଛିଦିନ ତଳେ ବିଧାନସଭାରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ନିୟମିତ ମନୋନୟନ, ପଦୋନ୍ନତି, ଡେପୁଟେଶନ ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦବୀଗୁଡିକ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ନ୍ୟାଶନାଲ ମେଡିକାଲ କମିସଶନଙ୍କ ନିୟମାବଳୀ ଅନୁଯାୟୀ ମେଡିକାଲ କଲେଜରେ ବିଭିନ୍ନ ଡାକ୍ତରୀ ପଦବୀ ସୃଷ୍ଟି କରାଯାଇଛି। ଯେଉଁଥିରେ ଜୁନିୟର ରେସିଡେଣ୍ଟ ଡାକ୍ତର ପଦ ସୃଷ୍ଟି ପାଇଁ କୌଣସି ନିୟମ ନାହିଁ ବୋଲି ମନ୍ତ୍ରୀ ମହାଲିଙ୍ଗ ପ୍ରକାଶ କରିଛନ୍ତି। ଗତ ୨ବର୍ଷ ଧରି କଲେଜରେ ମାଇକ୍ରୋ ବାୟୋଲୋଜି ବିଭାଗରେ ଏଚ୍‌ଓଡି ପଦବୀ ଖାଲିଥିବା ବେଳେ ଅସ୍ଥାୟୀ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ଆନାଟୋମି ବିଭାଗର ଏଚ୍‌ଓଡି ଓ ଟ୍ୟୁଟର୍‌ ପଦବୀ ପୂରଣ ନ ହୋଇ କାମଚଳାରେ ଚାଲିଛି। ବର୍ତ୍ତମାନ ମେଡିକାଲ କଲେଜରେ ତୃତୀୟ ବର୍ଷ ନିମନ୍ତେ ପାଠପଢା ଆରମ୍ଭ ହେବାକୁ ଥିବାବେଳେ ଅଧ୍ୟାପକ ପଦବୀ ଖାଲିଥିବା ନେଇ ଛାତ୍ରୀଛାତ୍ରମାନେ ଚିନ୍ତାରେ ଅଛନ୍ତି। ତୃତୀୟ ବର୍ଷ ପାଠପଢା ଆରମ୍ଭ ପୂର୍ବରୁ ଅଧ୍ୟାପକ ପଦବୀ ଯଥାଶୀଘ୍ର ପୂରଣ କରିବା ନିମନ୍ତେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri