ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ୭ ପରିବାର: ବିପନ୍ନଙ୍କୁ ସହାୟତା ଦେଲେ ବିଧାୟକ

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୦ ବଖରା ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିସହ ସେମାନଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ତୁରନ୍ତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିଥିଲେ। ବିଧାୟକ ନାୟକ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଥିବା ଯୋଗୁ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଚାଉଳ, ଡାଲି, ବସ୍ତ୍ର ସମେତ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ ଧରି ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ପ୍ରଦାନ କରିଥିଲେ। ଏଥିସହ ସରକାରଙ୍କ ଦ୍ୱାରା ଯାହା ସହାୟତା ସମ୍ଭବ ତୁରନ୍ତ କିଭଳି କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ମିଳିବ ସେଥିପାଇଁ ପଦକ୍ଷେପ ନେବାକୁ ବିଧାୟକ ନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ଭାବେ ହେଉନି ଅଧିକାଂଶ ବିଭାଗର କାର୍ଯ୍ୟ: ସାଧାରଣ ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୨୦ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ୫ମ ମାସିକ ବୈଠକ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri