ସୁଧୀର ମେମୋରିଆଲ ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟ: ଫୁଲବାଣୀର ସୂରଜ ଏକାଦଶ ଚାମ୍ପିଆନ

ବରଗଡ଼,୧୮।୫ (ପ୍ରେମାନନ୍ଦ ଖମାରୀ): ବରଗଡ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍, ବରଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ପ୍ରଥମ ସୁଧୀର ମେମୋରିଆଲ ଫ୍ଲଡ୍‌ଲାଇଟ୍ ନାଇଟ୍ ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟରେ ଫୁଲବାଣୀର ସୂରଜ ଏକାଦଶ ଚାମ୍ପିଆନ ହୋଇଛି । ୟୁନାଇଟେଡ ସ୍ପୋର୍ଟସ କ୍ଲବ ଓ ଫୁଲବାଣୀର ସୂରଜ ଏକାଦଶ ମଧ୍ୟରେ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ଖୁବ୍ ସଂଘର୍ଷପୁର୍ଣ୍ଣ ହୋଇଥଲା। ଖେଳର ନିର୍ଦ୍ଧାରୀତ ସମୟ ସୁଦ୍ଧା କୌଣସି ଦଳ ଗୋଲ ସ୍କୋର କରି ପାରି ନଥିଲେ । ଫଳରେ ମ୍ୟାଚ୍ ଅମୀମାଂସିତ ରହିଥିଲା ଏବଂ ଟ୍ରାଇବ୍ରେକରର ସାହାଯ୍ୟ ନିଆଯାଇଥିଲା । ଏଥିରେ ଫୁଲବାଣୀ ଦଳ ୩- ୧ ଗୋଲରେ ବିଜୟୀ ହୋଇ ପ୍ରଥମ ସୁଧୀର ମେମୋରିଆଲ ଫ୍ଲଡ୍‌ଲାଇଟ୍ ନାଇଟ୍ ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟର ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଥିଲା । ଖେଳକୁ ଶିବ ଶଙ୍କର ପଣ୍ଡା ପରିଚାଳନା କରିଥିବ ବେଳେ ତାଙ୍କୁ ଲାଇନରେ ସୁବ୍ରତ ପୁରୋହିତ ଓ ଜିତେନ୍ଦ୍ର ପାତ୍ର ସହଯୋଗ କରିଥିଲେ। ଚତୁର୍ଥ ରେଫରୀ ଥିଲେ ଶଶିକାନ୍ତ ଦାସିଆ। ରବିବାର ପ୍ରତିଯୋଗିତାର ଉଭୟ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମି ଫାଇନାଲ ୟୁନାଇଟେଡ ସ୍ପୋର୍ଟସ କ୍ଲବ,ବରଗଡ ଓ ବ୍ଲାକ ଟାଇଗର, ରାଞ୍ଚି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ, ରାଞ୍ଚି ଦଳକୁ ୨-୦ ଗୋଲରେ ହରାଇ ପ୍ରଥମ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଥିଲା । ଖେଳକୁ ଶିବଶଙ୍କର ପଣ୍ଡା ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେସ ଶଶିକାନ୍ତ ଦାସିଆ ଓ ଜିତେନ୍ଦ୍ର ପାତ୍ର ସହଯୋଗ କରିଥିଲେ। ଚତୁର୍ଥ ରେଫରୀ ଥିଲେ ପଞ୍ଚାନନ ପାତ୍ର। ପ୍ରଥମ ମ୍ୟାଚର ଶ୍ରେଷ୍ଠ ଖେଳାଳି ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦଳର ଆକାଶ ବେକଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ଜିଲା କ୍ରୀଡା ସଂସଦ ପ୍ରାକ୍ତନ ସମ୍ପାଦକ ପ୍ରଭାତାଦିତ୍ୟ ମିଶ୍ର ପୁରସ୍କୃତ କରିଥିଲେ । ସେହିପରି ଦ୍ୱିତୀୟ ସେମିଫାଇନାଲ ଆଫ୍ରିକୀୟ ଏକାଦଶ ଓ ସୂରଜ ଏକାଦଶ, ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଫ୍ରିକୀୟ ଏକାଦଶ ଦଳକୁ ଫୁଲବାଣୀ ଦଳ ୧-୦ ଗୋଲରେ ହରାଇ ଦ୍ୱିତୀୟ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଥିଲା । ଖେଳକୁ ଜାତୀୟ ରେଫରୀ ସୁବ୍ରତ ପୁରୋହିତ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ଫାଓ ରେଫରୀ ରୋଶନ ଖାନ୍ ଓ ପ୍ରଶାନ୍ତ ବେହେରା ସହଯୋଗ କରିଥିଲେ। ଚତୁର୍ଥ ରେଫରୀ ଥିଲେ ଶୁଭମ୍ ପାତ୍ର । ଏହି ଖେଳର ଶ୍ରେଷ୍ଠ ଖେଳାଳୀ ଫୁଲବାଣୀ ଦଳର ଗୋଲ କିପର ରାହୁଲ ଓରାମଙ୍କୁ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ଜିଲା କ୍ରୀଡା ସଂସଦ ପ୍ରାକ୍ତନ ସମ୍ପାଦକ ପ୍ରଭାତାଦିତ୍ୟ ମିଶ୍ର ପୁରସ୍କୃତ କରିଥିଲେ । ସ୍ବର୍ଗତ ସୁଧୀର ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଟୁର୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥିଭାବେ ଫାଓ ଉପ- ସଭାପତି ରବି ପଣ୍ଡା, ଜିଲା କ୍ରୀଡା ସଂସଦ ଉପ- ସଭାପତି ଯୁଗଳ ପ୍ରସାଦ ସିଂହ, ପୂର୍ବତନ ସମ୍ପାଦକ ପ୍ରଭାତାଦିତ୍ୟ ମିଶ୍ର, କ୍ରୀଡା ସମ୍ପାଦକ ହରଦୀପ ସିଂ, ପୂର୍ବତନ ଫୁଟବଲର୍ ଜ୍ଞାନ ରଞ୍ଜନ ପୂଜାରୀ , ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍‌ର ସଭାପତି ପ୍ରେମନାଥ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ କ୍ରୀଡ଼ା ସଂଗଠକ ସଚ୍ଚିଦାନନ୍ଦ ପଣ୍ଡା ସଂଯୋଜନା କରିଥିଲେ। କ୍ଲବ୍‌ର ସମ୍ପାଦକ ଅତିଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ବିଜେତା ଫୁଲବାଣୀ ଦଳକୁ ଟ୍ରଫି ସହ ୧ ଲକ୍ଷ ଟଙ୍କା ଓ ଉପବିଜେତା ୟୁନାଇଟେଡ ଦଳକୁ ଟ୍ରଫି ସହ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ବରଗଡ ଦଳର ସଞ୍ଜୀବ ଓରାମଙ୍କୁ ଅର୍ଥ ରାଶି ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ସ୍କୋରର ଭାବରେ ବରଗଡ ୟୁନାଇଟେଡ ଦଳର ଆକାଶ ବେକଙ୍କୁ ଟ୍ରଫି , ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ଖେଳାଳି ଭାବରେ ବରଗଡ ଦଳର ଆକାଶ ବେକଙ୍କୁ ନଗଦ ୫ହଜାର ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ବର୍ଗତ ସୁଧୀର ମିଶ୍ର ବରଗଡ଼ର କ୍ରୀଡ଼ା କ୍ଷେତ୍ରକୁ ଯେଉଁ ଅବଦାନ ଦେଇଛନ୍ତି, ତାହା ଚିର ସ୍ମରଣୀୟ । ଏଭଳି ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଦ୍ୱାରା ସ୍ଥାନୀୟପ୍ରତିଭା ମାନେ ପ୍ରୋତ୍ସାହିତ ହେବେ। ଫ୍ଲଡ୍‌ଲାଇଟ୍‌ରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟରୁ ପ୍ରମୁଖ ଦଳମାନେ ଅଂଶଗ୍ରହଣ କରିଥିଲେ । ହଜାର ହଜାର କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍‌ର ସମସ୍ତ ସଦସ୍ୟଙ୍କ ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ପ୍ରତିଯୋଗିତାଟି ସେକ ସବଦର୍ , ସଚିଦାନନ୍ଦ ପଣ୍ଡା, ସୁରେଶ ଦାଶ, ଅମିୟ ଶର୍ମା, ଅକ୍ଷୟ ଯୋଶୀ , ଶ୍ରଦ୍ଧାରଞ୍ଜନ ମିଶ୍ର, ସନୀପଲ୍ ନାୟକ,ପ୍ରତାପ ଦାଶ,ମୋହନ ନାଗ ,ରମାକାନ୍ତ ଦାଶ, ବିକାଶ ବିଶ୍ଵାଳ, ପ୍ରଶାନ୍ତ ଜେନା,ରୁଦ୍ର ପ୍ରଧାନ, ଦୀପକ ପ୍ରଧାନ ପ୍ରମୁଖଙ୍କ ସକ୍ରିୟ ଯୋଗଦାନ ଫଳରେ ସଫଳ ଭାବରେ ଉଦଯାପିତ ହୋଇଥିଲ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?