ଡେବ୍ରିଗଡ଼ର ୨ କି.ମି. ‘ଆଘାତ ପ୍ରତିରୋଧ ଅଞ୍ଚଳ’ ଘୋଷଣା

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଡେବ୍ରିଗଡ଼ ଅଭୟାରଣ୍ୟର ପ୍ରାୟ ୨ କିଲୋମିଟର ପରିମିତ ଅଞ୍ଚଳକୁ ‘ଆଘାତ ପ୍ରତିରୋଧ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ୧ କିଲୋମିଟର ପରିମିତ ଲେଖାଏ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଅଞ୍ଚଳକୁ ଏଥିସଂଲଗ୍ନ ପ୍ରାୟ ୬୮ଟି ଗ୍ରାମର ଅଧିବାସୀ ଓ ଡେବ୍ରିଗଡ଼ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ‘ଶୂନ୍ୟ ପ୍ରତିଘାତ ଓ ଶୂନ୍ୟ ବିଦ୍ୟୁତ୍‌ଘାତ ଅଞ୍ଚଳରେ ପରିଣତ କରାଯାଇ ପାରିଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁସାରେ, ଡେବ୍ରିଗଡ଼ ଅଭୟାରଣ୍ୟ ସଂଲଗ୍ନ ୧୦୦ କିଲୋମିଟର ଅଞ୍ଚଳକୁ ହୀରାକୁଦ ଜଳଭଣ୍ଡାର ଓ ଏହାର ଆର୍ଦ୍ରଭୂମି ଘେରି ରହିଛି। ମାତ୍ର ପଶ୍ଚିମାଞ୍ଚଳ ସୀମାନ୍ତ ସଂଲଗ୍ନ ଜଙ୍ଗଳରେ ବିଭିନ୍ନ ସ୍ଥାନରେ ରହିଛି ୨ଶହରୁ ୧ ହଜାର ଜନସଂଖ୍ୟା ବିଶିଷ୍ଟ ୬୮ଟି ଗ୍ରାମ। ଏହି ଗ୍ରାମର ଅଧିବାସୀମାନେ ନିଜର ଦୈନନ୍ଦିନ ଜୀବନ ନିର୍ବାହ ଓ ଆବଶ୍ୟକତା ପୂରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଡେବ୍ରିଗଡ଼ ଅଭୟାରଣ୍ୟ ଉପରେ ନିର୍ଭରଶୀଳ। ଏହି ଗ୍ରାମବାସୀମାନେ ଡେବ୍ରିଗଡ଼ ଅଭୟାରଣ୍ୟର ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ‘ଆଘାତ ପ୍ରତିରୋଧ ଅଞ୍ଚଳ’ରେ ପରିଣତ କରିବା ଦିଗରେ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କୁ ସହଯୋଗର ହାତ ବଢ଼ାଇଥିଲେ; ଯଦ୍ଦ୍ବାରା ଏହି ଅଞ୍ଚଳରେ ପୂର୍ବରୁ ଚାଲିଥିବା ଅବାଧ ବନ୍ୟଜନ୍ତୁ ଶିକାରକୁ ପ୍ରତିରୋଧ କରାଯାଇପାରିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଦାସ। ସେ କହିଛନ୍ତି, ପୂର୍ବରୁ ଏହି ଅଞ୍ଚଳ ଏକ ବନ୍ୟପ୍ରାଣୀ ଶିକାରୀପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିଲା। ବନ୍ୟଜନ୍ତୁଙ୍କ କବଳରୁ ଫସଲ ନଷ୍ଟରୁ ସୁରକ୍ଷା ଓ ବନ୍ୟଜନ୍ତୁ ମାଂସ ପାଇଁ ବନ୍ୟ ଘୁଷୁରି, ସମ୍ବର, କୁଟୁରା ଆଦି ବନ୍ୟଜନ୍ତୁଙ୍କ ଶିକାର ପାଇଁ ଲୋକେ ବିଦ୍ୟୁତ ଲାଇନ୍‌ ବିଛାଉଥିଲେ। ଅପରପକ୍ଷରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ସମୟରେ ନିୟମିତ ଭାବେ ଅଭୟାରଣ୍ୟରୁ ଏଥି ସଂଲଗ୍ନ ଜଙ୍ଗଲକୁ ଯାତାୟାତ କରିଥାନ୍ତି। ତେଣୁ ସେମାନଙ୍କୁ ସୁରକ୍ଷା ପାଇଁ ଏହି ଅଞ୍ଚଳକୁ ଶୂନ୍ୟ ବିଦ୍ୟୁତଘାତ ମୁକ୍ତ କରିବା ଅତ୍ୟନ୍ତ ଜରୁରୀ ଥିଲା। ଅଞ୍ଚଳକୁ ଆଘାତ ପ୍ରତିରୋଧ ଅଞ୍ଚଳରେ ପରିଣତ କରାଯାଇ ଏଠାରେ ମେଟାଲ୍‌ ଡିଟେକ୍ଟର, ଲାଇଭ୍‌ ୱାୟାର ଡିଟେକ୍ଟରରେ ସଜ୍ଜିତ ୭୨ ସ୍କ୍ବାଡ ବିଶିଷ୍ଟ ବନ ବିଭାଗର ୧୨ଟି ପାଟ୍ରୋଲିଂ ଦଳଙ୍କୁ ନିୟୋଜିତ କରାଯାଇ ସେମାନଙ୍କ ଯାତାୟାତ ପାଇଁ ୬ଟି ଯାନ ଉପଲବ୍ଧ କରାଯାଇଛି ବୋଲି କହିଛନ୍ତି ଦାସ। ବନଖଣ୍ଡ ଅଧିକାରୀ ଆହୁରି ସୂଚନା ଦେଇ କହିଛନ୍ତି, ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ଅଭୟାରଣ୍ୟ ସଂଲଗ୍ନ ୬୮ଟି ଗ୍ରାମର ଅଧିବାସୀଙ୍କୁ ନେଇ ପରିବେଶ ବିକାଶ କମିଟି ଗଠନ କରାଯାଇଛି। କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୨୫ ବର୍ଷ ପାଇଁ କମିଟିର କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ଉକ୍ତ କମିଟି ଶହେ କିଲୋମିଟର ପରିମିତ ଏହି ଆଘାତ ପ୍ରତିରୋଧ ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ରହିବେ। ସେମାନେ ପଶୁମାନଙ୍କ ଆଘାତମୁକ୍ତ ବିଚରଣକୁ ନିଶ୍ଚିତ କରିବା ସହ ବନ୍ୟଜନ୍ତୁ ଓ ମଣିଷ ସଂଘର୍ଷକୁ ରୋକିବା ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri