Posted inଜାତୀୟ

ପ୍ରଥମ ସର୍ଭେ: ଭାରତର ନଦୀରେ ୬,୩୨୭ ଡଲ୍‌ଫିନ୍‌

ନୂଆଦିଲ୍ଲୀ,୪।୩: ଭାରତର ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସିନ୍ଧୁ ଆଦି ନଦୀଗୁଡ଼ିକରେ ମୋଟ ୬,୩୨୭ ଡଲ୍‌ଫିନ୍‌ ରହିଥିବା ସୋମବାର ପ୍ରକାଶିତ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଡଲ୍‌ଫିନ୍‌ ସଂଖ୍ୟା ଆକଳନ ଲାଗି ଏହା ଥିଲା ପ୍ରଥମ ସର୍ଭେ।

ଅନନ୍ୟ ବୈଶିଷ୍ଟ୍ୟ ପାଇଁ ଜଣାଶୁଣା ଗଙ୍ଗାନଦୀ ଡଲ୍‌ଫିନ୍‌ ଗଙ୍ଗା-ବ୍ରହ୍ମପୁତ୍ର-ମେଘନା ନଦୀ ଏବଂ ଭାରତ, ବାଂଲାଦେଶ, ନେପାଳ ଓ ଭୁଟାନରେ ଥିବା ସେଗୁଡ଼ିକର ଶାଖାନଦୀଗୁଡ଼ିକରେ ଦେଖାଯାଇଥାନ୍ତି।

ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ପଞ୍ଜାବରେ ରହିଥିବା ନଦୀରେ ଡଲ୍‌ଫିନ୍‌ର ଆକଳନ ନିମନ୍ତେ ‘ପ୍ରୋଜେକ୍ଟ ଡଲ୍‌ଫିନ୍‌’ର ଅଂଶବିଶେଷ ଭାବେ ପ୍ରଥମ ଥର ପାଇଁ ଏକ ବିସ୍ତୃତ ସର୍ଭେ କରାଯାଇଥିଲା।

ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଏବଂ ବ୍ୟାସ ନଦୀକୁ ନେଇ ଏହା ବିଶ୍ୱର ସର୍ବବୃହତ୍‌ ମଧୁର ଜଳ ସର୍ଭେ। ପ୍ରଚୁର ତଥା ଗଭୀର ଜଳରାଶି ଏବଂ ସର୍ବନିମ୍ନ ମାନବ ପ୍ରତିବନ୍ଧକ ଥିବା ଅଞ୍ଚଳରେ ଡଲ୍‌ଫିନ୍‌ ବଂଶବିସ୍ତାର କରିଥାନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି।

ଡଲ୍‌ଫିନ୍‌ ଏବଂ ଅନ୍ୟାନ୍ୟ ଜଳୀୟ ପରିବେଶର ସଂରକ୍ଷଣ ପାଇଁ ୨୦୨୦ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଜେକ୍ଟ ଡଲ୍‌ଫିନ୍‌ ଘୋଷଣା କରିଥିଲେ। ୨୦୨୧ରୁ ୨୦୨୩ ମଧ୍ୟରେ ୮,୦୦୦ କିଲୋମିଟରରୁ ଅଧିକ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା। ମୋଟ ୫୮ ନଦୀ ମଧ୍ୟରୁ ୨୮ଟିରେ ବୋଟ୍‌ ଦ୍ୱାରା ସକ୍ରିୟ ଭାବେ ସର୍ଭେ କରାଯାଇଥିବାବେଳେ ଅନ୍ୟ ୩୦ଟି ନଦୀକୁ ସଡ଼କ ପଥରେ ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri