ଲାଞ୍ଜିଗଡ,୨୬।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୂରସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସର ଠାରେ ଲାଞ୍ଜିଗଡ ପଞ୍ଚାୟତ ସମିତିର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଲୋକ ସଭା ଏମ୍ପିଙ୍କ ପ୍ରତିନିଧି ଗଙ୍ଗାଧର ମାଝୀ, ଜିଲା ପରିଷଦ ସଦସ୍ୟ ଅଞ୍ଜଳୀ ମାଝୀ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତ ଅଧିକାରୀ ପ୍ରଦୀପ କୁମାର ଠାକୁର ପୂର୍ବ ବୈଠକର ବିବରଣୀ ପାଠ କଲା ପରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, କୃଷି, ବିଜୁଳି, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ମନରେଗା, ଗ୍ରାମ୍ୟ ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ବନବିଭାଗ ନାଁରେ ଗଦା ଗଦା ଅଭିଯୋଗ ହେଉଥିବାବେଳେ ବୈଠକରେ ବିଭାଗୀୟ କର୍ମକର୍ତ୍ତା ଅନୁପସ୍ଥିତ ଥିବାରୁ ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରବଳ ବର୍ଷିଥିଲେ । ଆଗକୁ ଗ୍ରୀଷ୍ମ ଋତୁ ଆସିବାକୁ ଥିବାବେଳେ ପାନୀୟ ଜଳ ସୂଚାରୁ ରୂପେ ଲୋକଙ୍କୁ ଯୋଗାଇବା ପାଇଁ ଖରାପ ଥିବା ନଳକୂପ ଗୁଡିକୁ ତିଆରି କରିବାପାଇଁ ସରପଞ୍ଚ ଓ ସମିତି ସଭ୍ୟମାନେ ଦାବି ରଖିଥିଲେ I କେତେଗୋଟି ଦୁର୍ଗମ ଅଞ୍ଚଳରେ ବିଜୁଳି ସଂଯୋଗ ନ ଥିବାରୁ ତୁରନ୍ତ ଏହାର ପଦକ୍ଷେପ ନେବାପାଇଁ ସରପଞ୍ଚମାନେ ଦାବି କରିଥିଲେ I
ଏଥିରେ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ, ସଦସ୍ୟା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସେକ୍ସନ ଅଫିସର ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଏପିଇଓ ସଂଜୀତ ପରିଡା, ଏଇ କ୍ଷୀରୋଦ କୁମାର ନାୟକ, ବିପିସି ଭୁପେନ୍ଦ୍ର ସାଗର, କନିଷ୍ଠ ଯନ୍ତ୍ରୀ ସ୍ମିତାରାଣୀ ବିଶ୍ୱାଳ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଦଶମତ ମାଝୀଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


