ହାୱଡ଼ା,୭।୨: ପଶ୍ଚିମବଙ୍ଗ ହାୱଡ଼ାରେ ଥିବା ଏକ ଝୋଟ କାରଖାନାରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇଁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି।
ଅନ୍ୟପକ୍ଷେ କାରଖାନାରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡି ନ ଥିବା ବେଳେ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏପରିକି ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
VIDEO | West Bengal: A massive fire breaks out in a jute bag manufacturing factory in Howrah. Fire tenders at the spot. More details are awaited.#HowrahNews
(Full video available on PTI Videos – https://t.co/n147TvrpG7) pic.twitter.com/469QlDR5yE
— Press Trust of India (@PTI_News) February 7, 2025

