ବିପଦରେ ନିରଞ୍ଜନ, ଲୋଡ଼ିଲେ ସରକାରଙ୍କ ସହାୟତା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ…

ଭୁବନେଶ୍ୱର,୨୭ା୧: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଘଟଣାକୁ ୨୪ ଘଣ୍ଟା ପୂରିଯାଇଥିଲେ ମଧ୍ୟ ପୋଲିସକୁ ଲୁଟେରା ସମ୍ପର୍କରେ କୌଣସି ସୁରାକ ମିଳିନାହିଁ। ଉକ୍ତ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନିରଞ୍ଜନ। ନିରଞ୍ଜନ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୋ ଭୁବନେଶ୍ବର ଘରେ ଚୋରି ହୋଇଛି। ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ବବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସେ କହିଛନ୍ତି, ସରକାରଙ୍କ ଅବହେଳା ଯୋଗୁ ଆଜି ଆମ ଘର ଆମ ସାହି ଓ ଆମ ସମ୍ପଦ ବିପଦରେ । ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ବରକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ନିରଞ୍ଜନ।

 

ସୂଚନଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ନିରଞ୍ଜନଙ୍କ ନୟାପଲ୍ଲୀ ଆଇଆର୍‌ସି ଭିଲେଜ ଏନ୍‌-୩ସ୍ଥିତ ଘରୁ ଚୋରି ହୋଇଥିଲା। ଯେଉଁ ଘରେ ପୁଅ ବୋହୂ , ନାତିଙ୍କ ସହ ରୁହନ୍ତି ନିରଞ୍ଜନ । ଏତେ ହାଇ ସିକ୍ୟୁରିଟି ଜୋନ୍‌ରେ ଥାଇ ଭିଆଇପି ଏରିଆ ହୋଇ ରାତି ଅଧରେ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଘରୁ ୫୦ ଲକ୍ଷ ଟଙ୍କାର ଗହଣା ଏବଂ ନଗଦ ଅଢେଇ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ତାହା ପୁଣି ମାଷ୍ଟର ବେଡ୍‌ରୁମରେ ପଶି ଲୁଟେରା ଲୁଟିଛି। ସିସିଟିଭିରେ ସବୁକିଛି କଏଦ ହୋଇଛି। ଯଦିଓ କ୍ୟାମେରାରେ ଜଣଙ୍କୁ ଦେଖିବାକୁ ମିଳିଛି ଏହି ଘଟଣା ଅନ୍ୟମାନେ ସମ୍ପୃକ୍ତ ଥିବେ ବୋଲି କୁହାଯାଉଛି।

ନିରଞ୍ଜନଙ୍କ ପୁଅ ବୋହୂ ସାତପଡ଼ା ବୁଲିବାକୁ ଯାଇଥିବାବେଳେ ଘରେ ପଶିଥିଲେ ଲୁଟେରା। ନିଜେ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଫାଷ୍ଟ ଫ୍ଲୋର୍‌ରେ ଶୋଇଥିଲେ। ମାତ୍ର ଚୋରି ବିଷୟରେ କିଛି ଜାଣିପାରିନଥିଲେ। ବିଭିନ୍ନ ଦିଗକୁ ନେଇ ପୋଲିସ କମିଶନର, ଉଭୟ କଟକ ଓ ଭୁବନେଶ୍ବର ଡିସିପି ଛାନ୍‌ଭିନ୍‌ ଚଳାଇଛନ୍ତି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିବା ସହ ଫୋନ କରି ନିରଞ୍ଜନଙ୍କଠାରୁ ସବୁକିଛି ବୁଝିଥିଲେ। ଅନ୍ୟପକ୍ଷରେ ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ଲୁଟେରାର ପତ୍ତା ପାଇନି ପୋଲିସ। ଯାହାକୁ ନେଇ ନାନା ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri