କାର୍‌ ଡିକିରେ ନେଉଥିଲେ ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଧରିଲେ ଅବକାରୀ ଅଧିକାରୀ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଶନିବାର ଅପରାହ୍ନରେ ଅବକାରୀ ଗୋଇନ୍ଦା ଅଧିକାରୀମାନେ ଗଞ୍ଜେଇ ଚାଲାଣକାରୀକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅନ୍ତର୍ଗତ ମେରାଇନ ଏକାଡେମୀ ନିକଟରେ ଜଣେ ଯୁବକ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି। ଅଟକ ଥିବା ଯୁବକ ଜଣକ ମୋହନା ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନାନୁସାରେ, ଶନିବାର ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡରେ ଏକ କାର୍‌ରେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଅବକାରୀ ଗୋଇନ୍ଦା ଅଧିକାରୀମାନେ ସୂଚନା ପାଇଥିଲେ। ଏସ୍‌ଆଇ ଅଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଧରିବା ପାଇ ଜାଲ ବିଛାଇଥିଲା। ଚାଲାଣକାରୀମାନେ ଜାଣିବା ପରେ ଇଚ୍ଛାପୁର ଅଭିମୁଖେ ଯାଇ ପୁଣି ଗୋଳନ୍ଥରା ନିକଟରେ କାର୍‌ ବୁଲାଇ ବ୍ରହ୍ମପୁର ଯାଉଥିବା ବେଳେ ଥାନାଠାରୁ ମାତ୍ର ୮୦୦ ମିଟର ଦୂରତାରେ କାର୍‌କୁ ଛାଡ଼ି ଦୁଇ ଜଣକ ଯୁବକ ଦୌଡ଼ି ପଳାଉଥିଲେ। ଏହି ସମୟରେ ଜଣେ ଯୁବକଙ୍କୁ ଅଧିକାରୀମାନେ ଧରିଥିବା ବେଳେ ଅନ୍ୟ ଜଣକ ଚମ୍ପଟ ମାରିଥିଲେ। କାର୍‌ ଡିକିରେ ଗଞ୍ଜେଇ ଥିବା ନେଇ ଅବକାରୀ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇ ମୋହନାରୁ ଆସି ବ୍ରହ୍ମପୁରରୁ ଚାଲାଣ କରାଯାଉଥିବା ନେଇ ଅଧିକାରୀମାନେ ଜାଣିବାକୁ ପାଇଥିବା ସୂଚନା ମିଳିଛି। ୪୦ କେଜିରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ଅନୁମାନ କରିଛି। ଖବର ଲେଖା ହେବା ସୁଦ୍ଧା ଅବକାରୀ ଗୋଇନ୍ଦାରେ ମାମଲା ହୋଇନଥିବା ସୂଚନା ମିଳିଛି। ଅନ୍ୟ ପଟେ ଜାତୀୟ ରାଜପଥ ଦେଇ ଦୈନିକ ଅନେକ ଗାଡ଼ିରେ ମାଦକ ଦ୍ରବ୍ୟ ସ୍ଥାନୀୟ ଯୁବକମାନେ ନେଇ ଚାଲାଣ କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ହେଲେ ବିଭାଗ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri