Posted inଫୁରସତ

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ ? ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ିଯାଆନ୍ତି । ବେଳେବେଳେ ଲୋକେ ଭାବନ୍ତି ପୂର୍ବ କମ୍ପାନୀର ସାଲାରୀ ଆକାଉଣ୍ଟ ବନ୍ଦ କରିଦେବେ ନା ତାକୁ ଚଲାଇବେ । ତାହାକୁ ସାଧାରଣ ସେଭିଂସ ଆକାଉଣ୍ଟ ଭାବେ ଚଳାଇବେ ନା ଆଉ ଏକ ନୂଆ ଆକାଉଣ୍ଟ ଖୋଲିବେ ।

ଆପଣ ଯଦି ଚାକିରି ଛାଡ଼ନ୍ତି ତେବେ ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ । ଦରମା ମିଳୁଥିବା ପର୍ଯ୍ୟନ୍ତ ତାହା ସାଲାରୀ ଆକାଉଣ୍ଟ ହୋଇ ରହିଥାଏ । କେତେକ ବ୍ୟାଙ୍କ ସାଲାରୀ ଆକାଉଣ୍ଟକିୁ କିଛିଦିନ ପରେ ସେଭିଙ୍ଗସ ଆକାଉଣ୍ଟରେ ବଦଳାଇ ଦିଅନ୍ତି । ଯେତେବେଳେ କି ଆଉ କିଛି ବ୍ୟାଙ୍କ ତାହାକୁ ସାଲାରୀ ଆକାଉଣ୍ଟ ଭାବେ ହିଁ ରଖିଥା’ନ୍ତି । ସାଲାରୀ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ନ ଥାଏ । କିନ୍ତୁ ତାହା ବଦଳିଗଲେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ପଡ଼େ । ଆପଣ ଯଦି ସର୍ବନିମ୍ନ ବାଲାନ୍ସ ରଖି ନ ଥିବେ ତେବେ ବ୍ୟାଙ୍କ ନନ ମେଣ୍ଟେନାନ୍ସ ଫି’ ଚାର୍ଜ କରେ ।

ଆପଣ ଜବ ସ୍ବିଚ କଲେ ନୂଆ ନିଯୁକ୍ତିଦାତାଙ୍କ ନିକଟରେ ଆଉ ଏକ ସାଲାରୀ ଆକାଉଣ୍ଟ କରିପାରିବେ । ଆପଣଙ୍କ ନିଯୁକ୍ତିଦାତା ଯେଉଁ ବ୍ୟାଙ୍କର ପାର୍ଟନର ଥାଆନ୍ତି ସେଠାରେ ନୂଆ ସାଲାରୀ ଆକାଉଣ୍ଟ ଖୋଲନ୍ତି । ସାଲାରୀ ଆକାଉଣ୍ଟରେ ଜିରୋ ବାଲାନ୍ସ, ଭଲ ସୁଧ ହାର ଓ ଅତିରିକ୍ତ ସେବା ମଧ୍ୟ ଉପଲବ୍ଧ ଥାଏ । କିନ୍ତୁ ନୂଆ ଜାଗାରେ ଚାକିରି କଲେ ସାଲାରୀ ଆକାଉଣ୍ଟ ବନ୍ଦ କରିବାର କିଛି ଆବଶ୍ୟକତା ନାହିଁ । କିନ୍ତୁ ତାହାକୁ ନିୟମିତ ଭାବେ ଦେଖିବା ଦରକାର ।

ଯେଉଁମାନେ ଇଏମଆଇ, ଏସଆଇପି, ଇନ୍ସୁରାନ୍ସ ପ୍ରିମିୟମ ଓ ୟୁଟିୟିଟି ବିଲକୁ ସାଲାରୀ ଆକାଉଣ୍ଟ ସହ ଅଟୋ ଡେବିଟ କରନ୍ତି ସେମାନେ ସମସ୍ୟାରେ ପଡ଼ିଥା’ନ୍ତି । ଯଦି ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ ଓ ଆପଣ ନୂଆ ସାଲାରୀ ଆକାଉଣ୍ଟ ଖୋଲନ୍ତି ତେବେ ଅଟୋ ଡେବିଟ ଇନଷ୍ଟ୍ରକ୍ସସନକୁ ଅପଡେଟ କରିବାର ଆବଶ୍ୟକତା ରହିଛି । ଯଦି ସେଭଳି ନକରନ୍ତି ତେବେ ଫାଇନ, ଲେଟ ଫି ଆଦି ପଡ଼ିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri