Posted inଫୁରସତ

ଏହି ଗାଁର ୪୦ କୁମାରୀ ହେଲେ ଗର୍ଭବତୀ! ଲୋକେ ଆଶ୍ଚର୍ଯ୍ୟ

ବାରାଣସୀ,୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ମଲହିୟା ଗାଁର ପ୍ରାୟ ୪୦ କୁମାରୀ ଯୁବତୀ ଗର୍ଭବତୀ ଥିବା ଖବର ପ୍ରଚାର ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏ ସମ୍ପର୍କରେ ଗାଁର ମୁଖିଆଙ୍କୁ ଅବଗତ କରାଯିବା ପରେ ଯେଉଁ କଥା ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଚକିତ କରି ଦେଇଛି।
ଗଣମାଧ୍ୟମର ସୂଚନା ଅନୁଯାୟୀ, ବାରାଣସୀର ମହଲିୟା ଗ୍ରାମ ନିବାସି ପ୍ରାୟ ୪୦ କୁମାରୀଙ୍କ ମୋବାଇଲ ଫୋନକୁ ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବାର୍ତ୍ତା ବା ମେସେଜ ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା, ଆପଣଙ୍କୁ ଶୁଭେଚ୍ଛା! ଆପଣଙ୍କ ଶିଶୁ ପୋଷଣ ଟ୍ରାକରରେ ସଫଳତା ପୂର୍ବକ ପଞ୍ଜିକୃତ ହୋଇଯାଇଛି। ଆପଣ ହୋମ ଭିଜିଟ ମାଧ୍ୟମରେ ସ୍ତନ୍ୟପାନ ଉପରେ ପରାମର୍ଶ, ବୃଦ୍ଧିମାପ, ସ୍ବାସ୍ଥ୍ୟ ରେଫରାଲ ସେବା ଓ ଟିକାକରଣ ଭଳି ସେବାର ଲାଭ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଉଠାଇ ପାରିବେ। ଅଧିକ ସୂଚନା ପାଇଁ ୧୪୪୦୮ ନମ୍ବରରେ କଲ କରନ୍ତୁ, ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ।

ଏହି ମେସେଜ ପାଇବା ପରେ ସାରା ଗାଁରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହାପରେ ଗାଁ ମୁଖିଆ ମୁଖ୍ୟ ବିକାଶ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଯାଞ୍ଚ ପରେ ଜଣାପଡିଥିଲା କି ଏହା ଅଙ୍ଗନବାଡି କର୍ମୀଙ୍କ ଭୁଲ ଯୋଗୁଁ କୁମାରୀମାନଙ୍କ ନିକଟକୁ ମେସେଜ ଚାଲି ଯାଇଛି। କୁହାଯାଉଛି କି ଏହି ଯୁବତୀମାନେ ଭୋଟର ରେଜିଷ୍ଟ୍ରେଶନ ପାଇଁ ଯାଇଥିଲେ ହେଲେ ଭୁଲ ବଶତଃ ପୋଷଣ ଟ୍ରାକରରେ ତାଙ୍କର ପଞ୍ଜୀକରଣ ହୋଇଯାଇଥିଲା। ସେଥିପାଇଁ ସମସ୍ତଙ୍କ ମୋବାଇଲକୁ ଗୋଟିଏ ବାର୍ତ୍ତା ଚାଲିଯାଇଥିଲା। ଯାଞ୍ଚ ପରେ ଅଙ୍ଗନବାଡି କର୍ମୀ ତାଙ୍କର ଭୁଲ ସ୍ବୀକାର କରିଛନ୍ତି।
ଅନ୍ୟପଟେ ସିଡିଓ ପୋଷଣ ଟ୍ରାକରରୁ ଏହି ତଥ୍ୟ ଶୀଘ୍ର ହଟାଇବାକୁ ନିର୍ଦ୍ଦେଷ ଦେଇଛନ୍ତି। ଏହାସହ ଚେତାବନୀ ଦେଇଛନ୍ତି କି ଦ୍ୱିତୀୟ ଥର ଏମିତି ଭୁଲ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଏବେ ପର୍ଯ୍ୟନ୍ତ କୌଣସି ଯୁବତୀଙ୍କ ନାଁରେ କୌଣସି ପୋଷଣ ସାମଗ୍ରୀ ଜାରି କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri