କିଏ ଏହି ଟ୍ରମ୍ପଙ୍କ ଘନିଷ୍ଠ କାଶ୍‌ ପଟେଲ, ହୋଇପାରନ୍ତି CIA ମୁଖ୍ୟ, ରାମ ମନ୍ଦିର ସହ ଅଛି ଲିଙ୍କ୍‌

ଓ୍ବାଶିଂଟନ୍‌,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ହରାଇଛନ୍ତି। ୪ ବର୍ଷ ପରେ ପୁଣି ଟ୍ରମ୍ପ ଦିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଟ୍ରମ୍ପ ବହୁମତ ୨୭୦ ହାସଲ କରିବା ସହ ୨୭୭ ଇଲେକ୍ଟୋରାଲ ଭୋଟ ପାଇ ସାରିଛନ୍ତି। ନିର୍ବାଚନ ଜିତିବା ପରେ ଟ୍ରମ୍ପ ଓ ତାଙ୍କ ଦଳ ଆଗାମୀ ସପ୍ତାହରେ ନିଜ ମନ୍ତ୍ରିମଣ୍ଡଳ ଓ ପ୍ରଶାସନରେ ଉଚ୍ଚ ଅଧିକାରୀଙ୍କ ନିଯୁକ୍ତି ପକ୍ରିୟା ଆରମ୍ଭ କରି ଦେବେ।

ନୂଆ ପ୍ରଶାସନରେ ଉଚ୍ଚ ପଦ ପାଇଁ ପ୍ରବଳ ଦାବିଦାରଙ୍କ ମଧ୍ୟରେ ଟ୍ରମ୍ପଙ୍କ ସହଯୋଗୀ ଜେମି ଡିମନ, ସ୍କଟ ବେସେଣ୍ଟ ଓ ଜନ ପଲସନ ସାମିଲ। ତେବେ ଟ୍ରମ୍ପ ନିଜର ବିଶ୍ୱସ୍ତ ଓ ଘନିଷ୍ଠ ଭାରତ ବଂଶଜ କଶ୍ୟପ କାଶ ପଟେଲଙ୍କୁ ଜାତୀୟ ସୁରକ୍ଷା ଦାୟିତ୍ୱ ଦେଇ ଏକ ବଡ଼ ପଦରେ ନିଯୁକ୍ତି ଦେଇ ପାରନ୍ତି। ପଟେଲଙ୍କୁ ଟ୍ରମ୍ପ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିିଜେନ୍ସ ଏଜେନ୍ସି(ସିଆଇଏ)ର ମୁଖ୍ୟ କରି ପାରନ୍ତି। ଏହି ପଦରେ ନିଯୁକ୍ତି ପାଇଁ ଦାବିଦାରଙ୍କ ଦୌଡରେ କାଶ ପଟେଲ ସବୁଠୁ ଆଗରେ ରହିଛନ୍ତି। ଟ୍ରମ୍ପଙ୍କ ଅନେକ ସହଯୋଗୀ ସିଆଇଏ ପ୍ରମୁଖ ଭାବେ ପଟେଲଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

୪୪ ବର୍ଷୀୟ ତଥା ଭାରତୀୟ ବଂଶୋଦ୍ଭବ ପଟେଲ ଟ୍ରମ୍ପଙ୍କ ବିଶସ୍ତ। ୧୯୮୦ ମସିହାରେ ନ୍ୟୁୟର୍କର ଗାର୍ଡେନ ସିଟିରେ ଏକ ଗୁଜରାଟୀ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ କାଶ ପଟେଲ। ପଟେଲଙ୍କ ବାପା ଏକ ବିମାନ ଚଳାଚଳ ଫାର୍ମରେ ବିତ୍ତୀୟ ଅଧିକାରୀ ଭାବେ କାମ କରିଥିଲେ। ପଟେଲ ପେସ ୟୁର୍ନିଭସିଟିରେ ଲ ସ୍କୁଲରୁ ସ୍ନାତକରେ ପାଠ୍ୟକ୍ରମ ପୂରା କରିଥିଲେ। କୌଣସି ପ୍ରତିଷ୍ଠିତ ଲ ଫାର୍ମରେ ଚାକିରି ନ ମିଳିବାରୁ ସେ ଏକ ପବ୍ଲିକ ଡିଫେଣ୍ଡର ଭାବେ କାମ କରିଥିଲେ। ନ୍ୟାୟ ବିଭାଗରେ ଯୋଗ ଦେବା ପୂର୍ବରୁ ସେ ମିଆମିରେ ସ୍ଥାନୀୟ ଓ ସଂଘ ଅଦାଲତରେ ପାଖାପାଖି ୯ ବର୍ଷ କାମ କରିଥିଲେ।

ସେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ଟ୍ରମ୍ପଙ୍କ ଆତଙ୍କବାଦ ବିରୋଧୀ ପରାମର୍ଶଦାତା ଓ ତାଙ୍କ ଗତ କାର୍ଯ୍ୟକାଳରେ କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବର ଚିଫ ଅଫ ଷ୍ଟାଫ ଭାବେ କାମ କରିଛନ୍ତି। ଟ୍ରମ୍ପଙ୍କ ଘନିଷ୍ଠ ଓ ବିଶ୍ୱସ୍ତ ଭାବେ ପରିଚିତ ପଟେଲ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ସୁରକ୍ଷା ପରାମର୍ଶଦାତା ଗୋଷ୍ଠୀରେ ଶୀର୍ଷ ଆସନ ଦିଆଯାଇଥିଲା। ପଟେଲ ୨୦୧୯ରେ ହାଉସ ଇଣ୍ଟେଲିଜେନ୍ସ କମିଟିର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର କର୍ମଚାରୀ ଥିଲେ। ସେ ଯୁକ୍ତ ରାଷ୍ଟ୍ର ଆମେରିକାରେ ଅନେକ ସୁରକ୍ଷା ଓ ପ୍ରତିରକ୍ଷା ପ୍ରସଙ୍ଗରେ ନିଜ ବିଚାର ବଳରେ ଟ୍ରମ୍ପଙ୍କୁ ପ୍ରଭାବିତ କରିଥିଲେ। ତେବେ ପଟେଲ ନିଜର ପୂରା କ୍ୟାରିୟରରେ ବିବାଦ ଘେରରେ ରହିଛନ୍ତି। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସେ ଅନେକ ଅନୁଭବୀ ରାଷ୍ଟ୍ରୀୟ ସୁରକ୍ଷା ଅଧିକାରୀଙ୍କ ସହ ତିକ୍ତତା ସଂପର୍କ ରହିଛି। ତେବେ ପଟେଲ ଭାରତୀୟ ବଂଶୋଦ୍ଭବ ହୋଇଥିବା ହେତୁ ସେ ହିନ୍ଦୁ ଧର୍ମ ଓ ଭାରତୀୟ ସଂସ୍କୃତି-ପରମ୍ପରା ସହ ଜଡିତ ଅଟନ୍ତି। ଯେତେବେଳେ ରାମ ମନ୍ଦିର ପ୍ରସଙ୍ଗ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଆସିଲା ସେ ଏହାକୁ ଖୋଲାଖୋଲି ସମର୍ଥନ କରିଥିଲେ। ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri