Posted inଜାତୀୟ

୮୬ ବିଧାୟକ କୋଟିପତି: ଏହି ବିଧାୟକଙ୍କ ଅଛି ସବୁଠୁ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୧୧ା୧୦:ହରିୟାଣା ବିଧାନସଭାର ୯୦ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୮୬ ଜଣ ଅର୍ଥାତ୍‌ ୯୬ ପ୍ରତିଶତ କୋଟିପତି ହୋଇଥିବାବେଳେ ୧୨ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ୯୦ ବିଧାୟକ ଦାଖଲ କରିଥିବା ସତ୍ୟପାଠକୁ ଅନୁଧ୍ୟାନ କରି ଏଡିଆର୍‌ ଏବଂ ହରିୟାଣା ଇଲେକ୍ସନ ଓ୍ବାଚ୍‌ ଉପରୋକ୍ତ ତଥ୍ୟ ଦେଇଛନ୍ତି। ୨୦୧୯ରେ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୯୩ ପ୍ରତିଶତ କୋଟିପତି ଥିବାବେଳେ ଏଥର ତାହା ୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ୪୪ ପ୍ରତିଶତ ବିଧାୟକଙ୍କ ସମ୍ପତ୍ତି ୧୦ କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ମାତ୍ର ୨.୨ ପ୍ରତିଶତଙ୍କ ସମ୍ପତ୍ତି ୨୦ ଲକ୍ଷ ଟଙ୍କାରୁ କମ୍‌ ରହିଛି। ନିର୍ବାଚିତ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨୪.୯୭ କୋଟି, ଯାହାକି ୨୦୧୯ରେ ୧୮.୨୯ କୋଟି ଟଙ୍କା ଥିଲା। ଦଳୀୟ ଦୃଷ୍ଟିରୁ ଦେଖିଲେ ଭାଜପାର ୯୬ ପ୍ରତିଶତ ଏବଂ କଂଗ୍ରେସର ୯୫ ପ୍ରତିଶତ ବିଧାୟକ କୋଟିପତି। ଆଇଏନ୍‌ଏଲ୍‌ଡିର ଉଭୟ ବିଧାୟକ ଏବଂ ସମସ୍ତ ସ୍ବାଧୀନ ବିଧାୟକ କୋଟିପତି ଥିବା ଜଣାପଡ଼ିଛି। ହିସାରର ସ୍ବାଧୀନ ବିଧାୟିକା ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ସର୍ବାଧିକ ୨୭୦ କୋଟି ଟଙ୍କା ହୋଇଥିବାବେଳେ ଏହା ପଛକୁ ଭାଜପାର ଶକ୍ତିରାଣୀ ଶର୍ମା ଏବଂ ଶ୍ରୁତି ଚୌଧରୀ ରହିଛନ୍ତି। ଶକ୍ତିରାଣୀଙ୍କ ସମ୍ପତ୍ତି ୧୪୫ କୋଟି ହୋଇଥିବାବେଳେ ଶ୍ରୁତିଙ୍କ ସମ୍ପତ୍ତି ୧୩୪ କୋଟି ଟଙ୍କା। ମୋଟ ୩୦ ବିଧାୟକ ପୁନଃ ନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ହାରାହାରି ସମ୍ପତ୍ତି ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୫୯ ପ୍ରତିଶତ ବଢ଼ିଛି। ଆପରାଧିକ ମାମଲା ଥିବା ୧୨ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ସଙ୍ଗୀନ ମାମଲା ରହିଛି। ହତ୍ୟା ଉଦ୍ୟମ ମାମଲାରେ ଜଣେ ବିଧାୟକ ଅଭିଯୁକ୍ତ ଅଛନ୍ତି। ୨୦୧୯ରେ ୭ ବିଧାୟକଙ୍କ ନାଁରେ ଗମ୍ଭୀର ଆପରାଧିକ ମାମଲା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri