ଉଚ୍ଚ ଶବ୍ଦରେ ବାଜିବନି ଡିଜେ, ଚାନ୍ଦିନୀଚୌକ, ଖାନନଗର ପୂଜା କମିଟି ଦେବେ ଅଣ୍ଡରଟେକିଂ

କଟକ,୪।୧୦ (କାର୍ତ୍ତିକ ସାହୁ) ଚଳିତ ଶାରଦୀୟ ଦୁର୍ଗାପୂଜାକୁ ସରସ ସୁନ୍ଦର କରିବା ପାଇଁ ରାସ୍ତାଘାଟ ଚକାଚକ କରିବା ସହ ପୂଜାରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା ଅଥବା ଡିଜେ ବଜାଇବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି ଭି. ନରସିଂହଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୁରୁବାର କେତେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଅକ୍ଟୋବର ୨୪ରେ ପରବର୍ତ୍ତି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।
ସୂଚନା ଅନୁସାରେ, ଦୁର୍ଗାପୂଜା ବେଳେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଲାଉଡ୍‌ସ୍ପିକର, ଡିଜେ ବଜାଇଲେ ପୋଲିସ ସେଗୁଡ଼ିକୁ ଜବତ କରିବ। ପୂଜା ପାଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭସାଣି ସମୟରେ ଏହି ନିୟମକୁ ପୂଜା କମିଟିଗୁଡ଼ିକ କଡ଼ାକଡ଼ି ପାଳନ କରିବେ। ଏଗୁଡ଼ିକର ବ୍ୟବହାର ବେଳେ ଉଚ୍ଚ ଶବ୍ଦ ଯେପରି ସୃଷ୍ଟି ନହୁଏ ସେଥିପାଇଁ ପୂଜା କମିଟିଗୁଡ଼ିକୁ ସଚେତନ କରାଇବା ଉପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସିପି ଜଗମୋହନ ମୀନା ହାଇକୋର୍ଟରେ ହାଜର ହୋଇ ଏନେଇ ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜନସାଧାରଣ ରାସ୍ତା ଓ ଫୁଟ୍‌ପାଥ ଉପରେ ଚାନ୍ଦିନୀଚୌକ ଓ ଖାନନଗର ପୂଜା କମିଟିର ତୋରଣ ନିର୍ମାଣ ଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସଂକ୍ରାନ୍ତରେ ଡିସିପି ମୀନା ଅଦାଲତଙ୍କୁ ଅବଗତ କରାଇଥିଲେ ଯେ, ଲାଲବାଗ ଓ ବାଦାମବାଡ଼ି ଥାନାର ଆଇଆଇସିଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ ଏହି ଦୁଇ ପୂଜା କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରସାଦ ମିଶ୍ର ଅଦାଲତଙ୍କୁ ଅବଗତ କରାଇଥିଲେ ଯେ, ପୂଜା ପେଣ୍ଡାଲ ନେଇ ହାଇକୋର୍ଟ ଆଦେଶ ଦେବା ବେଳକୁ ତୋରଣ ନିର୍ମାଣ କାର୍ଯ୍ୟ ବହୁ ଭାବେ ଆଗେଇ ଯାଇସାରିଛି। ଏପରିସ୍ଥିତିରେ ପୂଜା ପେଣ୍ଡାଲ ନିର୍ମାଣ ବଦଳାଇବାକୁ ସମ୍ଭବପର ନୁହେଁ। ତେଣୁ ଚଳିତ ବର୍ଷ ପାଇଁ ପୋଲିସ ସହଯୋଗରେ ଉକ୍ତ ଦୁଇ ପୂଜା କମିଟି ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ରାସ୍ତାରେ ଭିଡ଼ ହଟାଇବା ପାଇଁ ଟ୍ରାଫିକ ପରିଚାଳନା କରିବେ। ଏଥିସହ ଆଗାମୀ ବର୍ଷରୁ ଏଭଳି କୌଣସି ପୂଜା ପେଣ୍ଡାଲ ନିର୍ମାଣ କରିବେ ନାହିଁ। ଏଥିପାଇଁ ଦୁଇ ପୂଜା କମିଟି ଆଗାମୀ ୩ ଦିନ ମଧ୍ୟରେ ଅଣ୍ଡରଟେକିଂ ପ୍ରଦାନ କରିବେ ବୋଲି ହାଇକୋର୍ଟଙ୍କ ଆଦେଶ ରହିଛି।
ଅପରପକ୍ଷରେ ସହରର ରାସ୍ତାଘାଟ ମରାମତି ନେଇ ସିଏମ୍‌ସିର ଅଧିକାରୀମାନେ ଦେଉଥିବା ଭ୍ରମାତ୍ମକ ତଥ୍ୟ ଉପରେ ହାଇକୋର୍ଟ ଦୁଃଖପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏଭଳି ଭ୍ରମାତ୍ମକ ତଥ୍ୟ ପ୍ରଦାନ ନକରିବାକୁ ହାଇକୋର୍ଟ କହିବା ସହ ଏଭଳି ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଚେତେଇ ଦେଇଛନ୍ତି। ସିଏମ୍‌ସି କମିଶନର, ସିଟି ଇଞ୍ଜିନିୟରଙ୍କ ସମେତ ବିଭିନ୍ନ ଓ୍ବାର୍ଡର କନିଷ୍ଠ ଯନ୍ତ୍ରୀମାନେ ହାଜର ହୋଇ ପୂଜା ପୂର୍ବରୁ ରାସ୍ତା ମରାମତି ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚଣ୍ଡିମନ୍ଦିର ସମ୍ମୁଖରେ ରାସ୍ତାକୁ ନିର୍ମାଣ କାର୍ଯ୍ୟ ପାଇଁ ଦୀର୍ଘ ଦିନ ହେବ ଅବରୋଧି କରାଯାଇଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ନେଇ ଆଗତ ଅଭିଯୋଗ ଉପରେ ପୂଜା ପୂର୍ବରୁ ବିହିତ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ସେହିପରି ସହରର ବିଭିନ୍ନ ଅଞ୍ଚଳରୁ ଖରାପ ଆଲୋକଗୁଡ଼ିକୁ ଅପସାରଣ କରାଯାଇଛି। ସହରର କୌଣସି ଅଞ୍ଚଳ ଅନ୍ଧକାର ରହିବ ନାହିଁ ବୋଲି ସିଟି ଇଞ୍ଜିନିୟର ଅତନୁ କୁମାର ସାମନ୍ତ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri