ମଣିପାଲ୍‌ ହସ୍ପିଟାଲରେ ବୋନ୍‌ କ୍ୟାନ୍‌ସର ଚିକିତ୍ସା

ଭୁବନେଶ୍ୱର,୧୬।୯: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ମଣିପାଲ୍‌ ହସ୍ପିଟାଲରେ ବୋନ୍‌ କ୍ୟାନ୍‌ସର (ଅସ୍ଥିଶଲ୍ୟ କର୍କଟ) ରୋଗର ଚିକିତ୍ସା ଆସନ୍ତା ୧୯ ତାରିଖରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ। ଦେଶର ବରିଷ୍ଠ ଅର୍ଥୋପେଡିକ୍‌ ଅଙ୍କୋଲଜିଷ୍ଟ୍‌ ଡା. ଶ୍ରୀମନ୍ଥ ବି.ଏସ୍‌. ଉକ୍ତ ଦିନ ସକାଳ ୧୧ ଘଟିକାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅସ୍ଥିଶଲ୍ୟ କର୍କଟ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଦେବେ। ଏପରିକି ଡା. ଶ୍ରୀମନ୍ଥ ବର୍ତ୍ତମାନ ବେଙ୍ଗାଲୁରୁ ପୁରୁଣା ଏୟାରପୋର୍ଟ ରୋଡସ୍ଥିତ ମଣିପାଲ ହସ୍ପିଟାଲଠାରେ କାର୍ଯ୍ୟରତ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତ ମାସଠାରୁ ସେ ପ୍ରତି ମାସରେ ଥରେ ମଣିପାଲ୍‌ ହସ୍ପିଟାଲ ଭୁବନେଶ୍ୱର ଆସିବେ ବୋଲି ହସ୍ପିଟାଲ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ବୋନ୍‌ କ୍ୟାନସର ଚିକିତ୍ସା ପାଇଁ ଓଡ଼ିଶାର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ ମଣିପାଲ୍‌ ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ ଡାଇକ୍ଟେଟର ଡା. ଶକ୍ତିମୟ ମହାପାତ୍ର କହିଛନ୍ତି, ଆମେ ବର୍ତ୍ତମାନ କ୍ୟାନସରର ସଫଳ ଚିକିତ୍ସା ପାଇଁ ଅଧିକ ଯତ୍ନବାନ ହୋଇଛୁ। ଏପରିକି ଡା. ଶ୍ରୀମନ୍ଥ ବି.ଏସ୍‌.ଙ୍କ ଭଳି ଅଭିଜ୍ଞ ଅର୍ଥୋପେଡିକ୍‌ ଅଙ୍କୋଲଜିଷ୍ଟ୍‌ ପ୍ରତି ମାସରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଆସିବା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଥିଲାବେଳେ ରାଜ୍ୟର ଅନେକ ରୋଗୀ ଏହାର ସୁଫଳ ନେଇ ପାରିବେ। ଆଗାମୀ ଦିନରେ ମଧ୍ୟ ଅନ୍ୟାନ୍ୟ ବିଭାଗର ଅଭିଜ୍ଞ ଡାକ୍ତରମାନେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଆସିବାର ଯୋଜନା ରହିଛି।
ଅପରପକ୍ଷରେ ବିଭିନ୍ନ ପ୍ରକାର ବୋନ୍‌ କ୍ୟାନସରର ଲକ୍ଷଣ ଯଥା ଦୀର୍ଘଦିନ ଧରି ହାଡ଼ରେ ଯନ୍ତ୍ରଣା ହେବା, ଗଣ୍ଠି ଫୁଲିବା, ହାଡ ବଢ଼ିବା କିମ୍ବା ସମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ ଆଉ ଡେରି ନ କରି ମଣିପାଲ୍‌ ହସ୍ପିଟାଲ ଭୁବନେଶ୍ୱରଠାରେ ଡା. ଶ୍ରୀମନ୍ଥ ବି.ଏସ୍‌.ଙ୍କ ସହିତ ପରାମର୍ଶ କରିପାରିବେ। ସେହିପରି ପ୍ରାରମ୍ଭିକ ଷ୍ଟେଜ୍‌ରେ ବୋନ୍‌ ଟ୍ୟୁମର ପାଇଁ ମଣିମାଲ୍‌ ଇନ୍‌ଭେସିପ ପଦ୍ଧତିରେ ସର୍ଜରି, ହାଡ଼ କିମ୍ବା ଟିସୁରେ କ୍ୟାନସର ହୋଇଥିଲେ ଅଙ୍ଗକୁ ରକ୍ଷା କରି ତାର ସର୍ଜରି, ପିଲାଙ୍କ ଅଙ୍ଗକୁ ରକ୍ଷା ସର୍ଜରୀ, ଟିମ୍ୟୁର ମେଗାପ୍ରୋଥେସିସ୍‌ ପୁନର୍ଗଠନ ଏବଂ ଆଭ୍ୟନ୍ତରୀଣ ହେମିପେଲଭେକ୍ଟୋମି ଓ ସାକ୍ରୋକ୍ଟେମି ଇତ୍ୟାଦି ଚିକିତ୍ସା କରିବାରେ ଡା. ଶ୍ରୀମନ୍ଥ ବି.ଏସ୍‌.ଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏପରିକି ଜଣେ ଅର୍ଥୋପେଡିକ୍‌ ଅଙ୍କୋଲଜିଷ୍ଟ୍‌ ଭାବେ ଡା. ଶ୍ରୀମନ୍ଥ ବି.ଏସ୍‌. ସାରା ଭାରତରେ ବେଶ୍‌ ସୁପରିଚିତ ଥିଲାବେଳେ ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ମେଡିକାଲ ଯଥା ଶ୍ରୀ ଦେବରାଜ ମେଡିକାଲ କଲେଜ, ଏମ୍‌ ଏସ୍‌ ରାମିହା ମେଡିକାଲ କଲେଜ, ସାଉଥ୍‌ କୋରିଆର ସେଉଲ ନ୍ୟାଶଲାନ୍‌ ୟୁନିର୍ଭସିଟି, ଇଟାଲୀର ରିଜେଇ ଅର୍ଥୋପେଡିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ମୁମ୍ବାଇ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri