ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା,୧୩।୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ, ଉପ- ଜିଲାପାଳ ଡା. ରୀନା ପ୍ରଧାନ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଂଚାସୀନ ଥିଲେ। ସମୁଦାୟ ୪୯ଟି ଅଭିଯୋଗ ମଧ୍ୟରେ ୩୯ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୁହିକ ଅଭିଯୋଗର ଶୁଣାଣି ହୋଇଛି I ପଡିକାର୍ଡ, ଆବାସ ଯୋଜନା, ବାଲିଗୁଡା କୁଟିକିଆ,ପଦ୍ମାପଦରକୁ ସଂଯୋଗ କରୁଥିବା ଝୁଲାପୋଲ, ଖମନଖୋଲରେ ଆମ୍ବୁଲାନ୍ସ ସୁବିଧା, ବାରଖମା ମେଡିକାଲରେ ଏକ୍ସରେ ମେଶିନ ମରାମତି, ରାସ୍ତାଘାଟ ଆଦି ଅଭିଯୋଗ ଆସିଥିଲା।
ଏହି ଅବସରରେ କିଛି ହିତାଧିକାରୀଙ୍କୁ ହ୍ବିଲ୍‌ଚେୟାର, ଟ୍ରାଇସାଇକେଲ ଏବଂ ଦୁଇଜଣଙ୍କୁ ନୂତନ ବିଧବା ଭତ୍ତା ଦିଆଯାଇଛି। ଅନ୍ୟପଟେ ଅଭିଯୋଗ ଶୁଣାଣି ସମ୍ପର୍କରେ ପୂର୍ବରୁ ପୂର୍ବ ସୂଚନା ଦିଆଯାଇ ନ ଥିବାରୁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧ ପରିଷଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲେ ଆମ ଅଞ୍ଚଳର ସମସ୍ୟା ଲୋକେ ଉପସ୍ଥାପନ କରି ପାରିଥାନ୍ତେ। କିନ୍ତୁ ତାହା ହୋଇପାରି ହୋଇପାରିଲା ନାହିଁ ବୋଲି ପରିଷଦର ସଭାପତି ତାପ ମଲ୍ଲିକ, ଉପସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଅଶୋକ ମଳିକ, କୋଷାଧକ୍ଷ ଜାନକୀ କହଁର, ଉପଦେଷ୍ଟା ରଘୁନାଥ ମଳିକଙ୍କ ସମେତ ଅନ୍ୟ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର

ବାଲିଗୁଡା, ତା, ୧୩।୧୨,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ...

ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୧୨ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା...

ଜାତୀୟ ଲୋକ ଅଦାଲତ: ୫୮ଟି ବିଭିନ୍ନ ମାମଲାର ଫଇସଲା

ପୁରୁଷୋତ୍ତମପୁର,୧୩।୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାରବିଭାଗିୟ ଅଦାଲତ ପରିଷରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଟିତ ହୋଇଯାଇଛି...

ଦୁଇ ଦିନ ହେଲାଣି ତୁଷାରପାତ, ପ୍ରବଳ ଥଣ୍ଡାରେ ଥରୁଛି ଜି.ଉଦୟଗିର

ଜି.ଉଦୟଗିରି, ୧୨।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଶୀତଳତମ ସହର ଜି.ଉଦୟଗିରି ଅଞ୍ଚଳରେ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଜାଡ଼ ଥଣ୍ଡା ସହ କୋହଲା...

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ଜୟଶ୍ରୀ- ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣଦାବି ଜୋର ଧରିଲା, ପ୍ରଶାସନ ନ ଶୁଣିଲେ…

ଗଞ୍ଜାମ,୧୩।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ରାଜପଥ ଜୟଶ୍ରୀ ଛକ ଏବଂ ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣ ଦାବି...

ସ୍କୁଲ ଯାଉଥିବାବେଳେ ଅଧାରାସ୍ତାରେ ଟଳିପଡ଼ିଲେ ଛାତ୍ର: ବାହୁନି ବାହୁନି କାନ୍ଦୁଛନ୍ତି ପରିବାର

ଦିଗପହଣ୍ଡି,୧୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠର ୭ମ ଶ୍ରେଣୀ ଛାତ୍ର ଆକାଶ କୁମାର ଗୌଡ଼(୧୨) ସ୍କୁଲ...

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଆନନ୍ଦପୁର, ୧୩।୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ଆନନ୍ଦପୁର ଅତିରିକ୍ତ ଜଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ଏସଟି କେସ ନଂ ୫୪/୨୦୨୨ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri